କେନ୍ଦୁଝରରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ, ସବୁ ହାଟଡିହୀ ବ୍ଲକ ଅଞ୍ଚଳର

କେନ୍ଦୁଝର/ହାଟଡିହୀ,୧୨।୬(ସ୍ବ.ପ୍ର./ଡି.ଏନ.ଏ. ): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ପାଞ୍ଚଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦୁଇ ଦିନରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି। ସମସ୍ତ ରୋଗୀ ହାଟଡିହୀ ବ୍ଲକ ଅଞ୍ଚଳର ଏବଂ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେଥିରୁ ଦୁଇ ଜଣ ଗୁଜୁରାଟ ଓ ତିନି ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ଏହାକୁ ମିଶାଇ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚିହ୍ନଟମାନଙ୍କୁ କେନ୍ଦୁଝରସ୍ଥିତ କୋଭିଡ୍‌-୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ତେବେ ଜିଲାରେ ଅଦ୍ୟାବଧି ୨୫ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୩୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ବିଶିଷ୍ଟ କଥାକାର ରବୀନ୍ଦ୍ରନାଥ ଦାସ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସ ଆଉ ନାହାନ୍ତି। ଏଠାକାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।...

ଗୀତଗାଇ ସଚେତନତା ବାର୍ତ୍ତା ଦେଲା ପୋଲିସ

ବାଲିଗୁଡା,୧୪ା୪(ଡି.ଏନ୍‌.ଏ.)- ବାଲିଗୁଡା ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ୱାରା କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ୍‌ଡିପିଓ ମାନସ...

କଟକ ମେୟରଙ୍କ ପୋଷ୍ଟର ପୋଡ଼ି

ନବରଙ୍ଗପୁର, (ବି.ପ୍ର.)/ଭୁବନେଶ୍ୱର (ବ୍ୟୁରୋ), ୨୪ା୫: ‘କାମ କର ନଚେତ ମାଲକାନଗିରି ପଠେଇଦେବି’ କଟକ ମେୟର ସୁବାସ ସିଂ ଦେଇଥିବା ଏପରି ମନ୍ତବ୍ୟକୁ ବିରୋଧ କରିଛି ନବରଙ୍ଗପୁର...

କୁଇ ସମାଜ ପକ୍ଷରୁ ଥାନା ଘେରାଉ

କ.ନୂଆଗାଁ, ୧୩।୯- କନ୍ଧମାଳ ଜିଲା କୁଇ ସମାଜ ପକ୍ଷରୁ ଗୁରୁବାର କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। କୁଡୁଡୁଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର...

୧ ଲକ୍ଷ ୧୯ ହଜାର ଟଙ୍କାର କାଠ ଧରିଲା ଭିଜିଲାନ୍ସ

ଜୟପୁର/କୋରାପୁଟ, ୨୧।୪(ନି.ପ୍ର./ସ୍ବ.ପ୍ର.): ବେଆଇନ କାଠ ଚାଲାଣବେଳେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଓଡିଶା ଛତିଶଗଡ ଫରେଷ୍ଟ ବାଉଣ୍ଡିର ଜୟପୁର ବନଖଣ୍ଡର କୋଟପାଡ ଫରେଷ୍ଟ ରେଞ୍ଜର ମାଲଚମାଲ...

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ...

ବାଇକ୍‌ରୁ ଖସି ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩୦ା୧୨-ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବତୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ ହେଲେ...

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, କଳାହାଣ୍ଡି, ନୂଆପଡ଼ା ଗସ୍ତ

ବରଗଡ଼ ଅଫିସ୍‌/ନୂଆପଡ଼ା ଅଫିସ/ସୋହେଲା/ଭବାନୀପାଟଣା,୫।୩(ଡି.ଏନ.ଏ./ସ୍ବ.ପ୍ର.): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ୩ ଜିଲା ବରଗଡ଼, ନୂଆପଡା ଓ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ବରଗଡ଼ ଜିଲା...

Advertisement
Archives

Model This Week