କେନ୍ଦୁଝରରେ ଔଷଧ ଅଭାବ

କେନ୍ଦୁଝର,୫।୪ (ସ୍ବ.ପ୍ର.) : କରୋନା ପାଇଁ ଲକ ଡାଉନ ଘୋଷଣା ଯୋଗୁଁ କେନ୍ଦୁଝରରେ ଔଷଧର ଅଭାବ ଦେଖା ଦେଇଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବା ଯୋଗୁ ଔଷଧ ଆସି ପାରୁ ନାହିଁ ଫଳରେ ଦୋକାନୀ ଓ ରୋଗୀମାନେ ସମସ୍ୟାରେ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଔଷଧ ଦୋକାନରେ ମିଳୁନାହିଁ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଔଷଧ ପାଇଁ ଏ ଦୋକାନରୁ ସେ ଦୋକାନକୁ ଧାଇଁ ନୟାନ୍ତ ହେଉଛନ୍ତି । ଅନ୍ୟ ପକ୍ଷରେ ଦୋକାନୀମାନେ କହୁଛନ୍ତି ସାଧାରଣତଃ ଔଷଧ କଟକ, ଭୁବନେଶ୍ୱର ଓ ବାରିପଦା ଆଦି ସ୍ଥାନରୁ ଆସିଥାଏ। ବସ ଚଳାଚଳ ବନ୍ଦ ଥିବାରୁ ଔଷଧ ଆଣି ପାରୁନୁ। ବହୁ ଷ୍ଟକିଷ୍ଟ ଅଛନ୍ତି। କିନ୍ତୁ ଅଧିକ ଖର୍ଚ୍ଚ ପଡ଼ୁଥିବାରୁ ସେମାନେ ଔଷଧ ଆଣି ଦେଉ ନାହାନ୍ତି। ଏଣୁ ଏଭଳି ସମସ୍ୟା ଦେଖା ଦେଉଛି ବୋଲି କର ଔଷଧ ଦୋକାନର ମାଲିକ କହିଛନ୍ତି। ଅଧିକ ଖର୍ଚ୍ଚ।ନ୍ତ ହୋଇ ଗାଡି ପାସ କରି ଔଷଧ ଆଣିବାକୁ ପଡିବ, ଫଳରେ ଏଥିପାଇଁ ଯେଉଁ ଅଧିକ ଖର୍ଚ୍ଚ ହେବ ତାହା କିଏ ଭରଣା କରିବ ବୋଲି କେତେକ ଦୋକାନୀ ପ୍ରଶ୍ନ କରିଛନ୍ତି। ତେବେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସବୁ ପ୍ରକାର ଔଷଧ ଯୋଗାଇଦେବା ଉଚିତ ବୋଲି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ହରେକୃଷ୍ଣ ନାୟକ କହିଛନ୍ତି। ଏବେ ବିଶେଷ କରି ଡାଇବେଟିସ, ହୃଦ, ଉଚ୍ଚ ରକ୍ତଚାପ ଭଳି ରୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖା ଦେଇଛି। ଏପରିକି ବଡ଼ ବଡ଼ ଔଷଧ ଦୋକାନରେ ମଧ୍ୟ ବହୁ ଔଷଧ ମିଳୁ ନ ଥିବାରୁ ରୋଗୀ ଔଷଧ ବଦଳାଇ ଖାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ସଂକ୍ରମିତ

ବାସୁଦେବପୁର/ପଦ୍ମପୁର,୭।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା...

ବର୍ଷ ବର୍ଷ ପରେ ବି ସୁଧୁରୁନି ରାସ୍ତା

ବାଲେଶ୍ୱର ଅଫିସ, ୧୧ା୩ ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡରେ ବିଭିନ୍ନ ସମସ୍ୟା ଲାଗି ରହିଛି। ରାସ୍ତା ସମସ୍ୟା ପ୍ରମୁଖ। ଖରାଦିନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ...

ଜଳିଗଲା ଆଇରନ ବୋଝଇ ଟ୍ରକ

ଗଞ୍ଜାମ,୨୭।୨(ଡି.ଏନ.ଏ): ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ପାହାନ୍ତିଆ ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗିଯାଇଥିଲା l ଖବର...

ଦୟା ନଦୀ କୂଳରେ ମାଛ ମରାକୁ ନେଇ ବୋମାମାଡ

କଣାସ,୨୭।୧୨(ଡି.ଏନ୍‌.ଏ.): ମାଛ ମରାକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା କଣାସ ନିକଟବର୍ତ୍ତୀ...

ହାତୀ ଆକ୍ରମଣରେ ଜଣେ ଗୁରୁତର

ମୋରଡା,୪।୫(ଡି.ଏନ.ଏ.): ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧିନ ସଂଘାଡ଼ିହି ଗ୍ରାମର ମଙ୍ଗଲ ହେମ୍ବ୍ରମ (୩୮) ବୁଧବାର...

ନୀଳମଣି କଲେଜରେ ଛାତ୍ର ଅଶାନ୍ତି

ରୂପ୍‌ସା, ୨୨ା୯(ଡ଼ି ଏନ ଏ)-ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ନୀଳମଣି ମହାବିଦ୍ୟାଳୟରେ ଶନିବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଛାତ୍ରୀଛାତ୍ରଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ଗମପଦ ଓ...

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା

ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ...

Advertisement
Archives

Model This Week