କେନାଲ କାମକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା: କାମ ବନ୍ଦ କରାଇଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ସଜରାସାହିରୁ ପୁରୁଣାଗଡ ଲମ୍ବିଥିବା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ କାମକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି। ପ୍ରକଳ୍ପ ବେଳେ କ୍ଷତିଗ୍ରସ୍ତ ହୋଇଥିବା ବାଗେଡିଆ ଗ୍ରାମର ଲୋକେ ଏହାକୁ ବିରୋଧ କରି କାମ ବନ୍ଦ କରାଇଦେଇଥିବାବେଳେ କେନାଲ କାମ ପୁନଃ ଚାଲୁ କରିବା ଦାବିରେ ସନ୍ଧ୍ୟାରେ ପୁରୁଣାଗଡ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ ଚଲାଇଛନ୍ତି।
ଘଟଣାରୁ ଜଣାପଡିଛି, ବାଗେଡିଆ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ବାଗେଡିଆ ସଜରାସାହିଠାରୁ ପୁରୁଣାଗଡ ପର୍ଯ୍ୟନ୍ତ ପ୍ରାୟ ୨ କିମି ଲମ୍ବିଛି। ଏହି କେନାଲ ନିର୍ମାଣ ବେଳେ ବାଗେଡିଆ ସଜରାସାହି ନିକଟରେ ଗ୍ରାମର କେତେଜଣ ସେମାନଙ୍କ ଜାଗା ହରାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରି ବାଗେଡିଆର କ୍ଷତିଗ୍ରସ୍ତମାନେ ସକାଳେ କାମ ହେଉଥିବା ସ୍ଥାନରେ ପହଞ୍ଚି ବିରୋଧ କରିଥିଲେ। ଫଳରେ ଠିକାସଂସ୍ଥା ପକ୍ଷରୁ କାମ ବନ୍ଦ କରିଦିଆଯାଇଥିଲା। ଏ ବିଷୟରେ ପୁରୁଣାଗଡ ଗ୍ରାମବାସୀ ଜାଣିବା ପରେ ଅପରାହ୍ନରେ ପୁନଃ କେନାଲ କାମ ସହ ହୁଡା ରାସ୍ତା ନିର୍ମାଣ କାମ ଚାଲୁ କରିବା ପାଇଁ ଦାବି କରିଥିଲେ। ଏଥିସହ ଟାୟାର ଜାଳି ଛେଣ୍ଡିପଦା-ବାଗେଡିଆ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ସେଠାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବରଲେଖା ହେବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ସେଠାରେ ପହଞ୍ଚି ନ ଥିବା ଜଣାପଡିଛି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଖବରପାଇ ବାଗେଡିଆ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ୩ ଦିନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇ ରାଜସ୍ବ ବିଭାଗ ପକ୍ଷରୁ ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଜମି ଚିହ୍ନଟ କରାଯିବ। ପରେ ନିୟମାନୁସାରେ କେନାଲ ପୁନଃରୁଦ୍ଧାର କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାତି ପ୍ରାୟ ୧୦ଟା ବେଳେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଞ୍ଜରଙ୍କ ମାଡ଼ରେ କର୍ମଚାରୀ ଆହତ: ଥାନାରେ ଏତଲା

ଖମାର,୧୭।୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କ ମାଡ଼ରେ ପାରା ଫରେଷ୍ଟ ଷ୍ଟାପ୍‌ ତଥା ରେଞ୍ଜରଙ୍କ ରୋଷେୟା ଭାବେ କାମ କରୁଥିବା ସୁଶାନ୍ତ...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା...

୬ ବର୍ଷ ହେଲା ହେଉନି ବ୍ଲକ ମହୋତ୍ସବ

ବଅଁରପାଳ,୯ା୨(ଡି.ଏନ.ଏ.) – ସ୍ଥାନୀୟ ଲୋକକଳା ତଥା ପ୍ରତିଭାର ବିକାଶ ପାଇଁ ପ୍ରତି ବ୍ଲକସ୍ତରରେ ଆୟୋଜନ ହେଉଛି ବ୍ଲକ ମହୋତ୍ସବ। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ...

ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ...

ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା...

ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ...

କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ...

ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ...

Advertisement
Archives

Model This Week