Posted inଜାତୀୟ

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ‘କୁନି ମଫଲରମ୍ୟାନ’

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହ ରାମଲୀଳା ମଇଦାନରେ ଅନୁଷ୍ଠିତ ହୋଇଛି। ଏଥିରେ କୌଣସି ନେତା ବା ମନ୍ତ୍ରୀ ନୁହେଁ ବରଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‘କୁନି ମଫଲରମ୍ୟାନ’। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଗତ ୧୧ ତାରିଖରେ ଘୋଷଣା କରାଯାଇଥିବା ବେଳେ ଏଏପି ମୋଟ ୭୦ ଆସନରୁ ୬୨ରେ ବିଜୟ ଲାଭ କରିଥିଲା। ଏହି ସମୟରେ କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବାକୁ ସମସ୍ତେ ପହଞ୍ଚିଥିବା ବେଳେ ଏହି ‘କୁନି ମଫଲରମ୍ୟାନ’ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଶିଶୁଟି କେଜରିଓ୍ବାଲଙ୍କ ପୂରୁଣା ଗେଟ୍‌ଅପ୍‌ରେ ଥିବାରୁ କେହି କେହି ତାଙ୍କୁ କୁନି କେଜରିଓ୍ବାଲ ମଧ୍ୟ କହିଥିଲେ। ଆଉ ସେହିଠାରେ ହିଁ ତାଙ୍କୁ ଶପଥ ଗ୍ରହଣ ଉତ୍ସବରେ ଏହି ଗେଟ୍‌ଅପ୍‌ରେ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦିଲ୍ଲୀର ସାଧାରଣ ଜନତାଙ୍କୁ ନିମନ୍ତ୍ରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ଧରି ନେତା କେବଳ ରାଜନୀତି କରିଛନ୍ତି, ତେଣୁ ଭାରତ ପଛେଇ ଗଲା…

ହିସାର, ୭।୯ : ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣାର ହିସାରରେ ଏକ ସଭାରେ ଯୋଗ...

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ...

ସ୍କୁଲ ନ ଖୋଲିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ: ପାର୍ଲାମେଣ୍ଟାରୀ କମିଟି

ନୂଆଦିଲ୍ଲୀ,୯।୮: କରୋନା ମହାମାରୀ ଯୋଗୁ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଦେଶରେ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ପାଠପଢ଼ାରେ...

ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର

ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ...

ଫାଉଡା ଧରି ନାଳ ସଫା କଲେ ମନ୍ତ୍ରୀ

ଗ୍ବାଲିୟର,୩।୧୧: ମଧ୍ୟପ୍ରଦେଶ କ୍ୟାବିନେଟର ମନ୍ତ୍ରୀ ଥିବା ପ୍ରଦୁମ୍ନ ସିଂ ତୋମର ପୁଣିଥରେ ଫାଉଡା ଧରି ନାଳ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ବାଲିୟରରେ ତୋମାରଙ୍କର...

ସିଆର୍‌ପିଏଫ୍ କ୍ୟାମ୍ପରେ ଯବାନଙ୍କ ଗୁଳିରେ ଟଳି ପଡିଲେ ୪ ସାଥି, ୩ ଆହତ

ସୁକମା,୮ ।୧୧: ଛତିଶଗଡ଼ର ସୁକମାରେ ଜଣେ ଯବାନ ନିଜ ସାଥି ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିବା ଖବର ମିଳିଛି । ଯେଉଁଥିରେ ୪ ଯବାନଙ୍କ...

ଅଗଷ୍ଟ ୮ରେ ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ‘ଭାରତ ରତ୍ନ’

ନୂଆଦିଲ୍ଲୀ, ୨୮।୭: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବରିଷ୍ଠ ରାଜନେତା ପ୍ରଣବ ମୁଖାର୍ଜୀଙ୍କୁ ଆସନ୍ତା ଅଗଷ୍ଟ ୮ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର...

Advertisement
Archives

Model This Week