କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ: ୩ ବୁଥ୍‌ରେ ଉତ୍ତେଜନା : ଜଣେ ଆହତ, ୨ ଗିରଫ

କୃଷ୍ଣପ୍ରସାଦ,୨୪ା୪(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି| ଭୋଟ ଆରମ୍ଭରୁ ହିଁ ମୋଟ ୮୭ ବୁଥ୍‌ରେ ମତଦାତାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ା ମଧ୍ୟାହ୍ନରେ  ରୌଦ୍ରତାପ ବୃଦ୍ଧି ପାଇବା ଆଶଙ୍କା ଯୋଗୁ ଏବଂ ଭୋଟରମାନେ ବୁଥ୍‌ଗୁଡ଼ିକରେ ସକାଳେ ଭିଡ଼ ଜମାଇଥିଲେ ା ଶାନ୍ତିଶୃଙ୍ଖଳା ସହ ସମସ୍ତ ବୁଥ୍‌ରେ ଭୋଟଗ୍ରହଣ ଚାଲିଥିବାବେଳେ ବଜ୍ରକୋଟ ୭ ନମ୍ବର ବୁଥ୍‌ରେ ଜଣେ ଏଜେଣ୍ଟ ବାରମ୍ବାର ଭୋଟ ଦେଉଥିବା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏହି ଘଟଣା କ୍ରମେ ଗୋଷ୍ଠୀ ବିବାଦ ଆଡ଼କୁ ଗତି କରୁଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁୁ ଗିରଫ କରିଥିଲା ା ଉତ୍ତେଜନା ବୃଦ୍ଧି ପାଇବା ଅଶଙ୍କାରେ ଏଠାରେ ପୋଲିସ ମୁତୟନ ହୋଇଥିଲା। ତଥାପି ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା  ା ସେହିଭଳି ଗିଲିନାସୀର ୨୦ ନମ୍ବର ବୁଥ୍‌ ମଧ୍ୟରେ ସଂଘର୍ଷ ଘଟି ରବୀନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଅଭିଯୋଗକ୍ରମେ ଏ ଘଟଣା ନେଇ ଉକ୍ତ ଗ୍ରାମର ପ୍ରଦୀପ ପ୍ରଧାନକୁ ପୋଲିସ ଗିରଫ କରିଛି ା ଉଦୟଗିରି ବୁଥ୍‌ରେ ମଧ୍ୟ କିଛି ସମୟ ପାଇଁ ଗଣ୍ଡଗୋଳ ଦେଖାଦେଇଥିବାବେଳେ ପୋଲିସ ପରିସ୍ଥିତିକୁ ଆୟତ୍ତ କରିନେଇଥିଲା ା ଉପରୋକ୍ତ ୩ଟି ବୁଥ୍‌ରେ ପୋଲିସ ବିଶେଷ ଭାବେ ସଜାଗ ରହିଥିଲା ା ତେବେ ବାଲିପାଟପୁର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଦେବାରୁ ଠିକ୍‌ ସମୟରେ ମତଦାନ ହୋଇ ନ ପାରି ସକାଳ ୮ଟା ୩୦ରେ ଆରମ୍ଭ ହୋଇଥିଲା ା ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ଶେଷ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ହେବ ୧୫୦ ଶଯ୍ୟାବିଶିଷ୍ଟ ଅସ୍ଥାୟୀ କୋଭିଡ ହସ୍ପିଟାଲ

ଝାରସୁଗୁଡା ଅଫିସ,୩୧ା୩-ମଙ୍ଗଳବାର ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯାଇଛି। ବୈଠକରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ...

ଶିକ୍ଷକ ବଦଳି ବିରୋଧରେ ଅଭିଭାବକଙ୍କ ଧାରଣା

ରୂପ୍‌ସା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାସ୍ଥିତ ଜନାର୍ଦ୍ଦନ ସରକାରୀ ଉପ୍ରା ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୭୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଶିକ୍ଷା...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ...

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା)...

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ...

ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଫଳାଫଳ ପ୍ରକାଶିତ: ପାସ୍‌ ହାର ୮୫.୩୧%, ବିଜ୍ଞାନରେ ମଧୁସ୍ମିତା ବେହେରା ଟପ୍ପର

ଅନୁଗୋଳ ଅଫିସ,୭।୬: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଫଳାଫଳ ପ୍ରକାଶ ପାଇଛି। ସ୍ନାତକରେ କଳାରେ ପାସ ହାର ୮୫.୩୧ ପ୍ରତିଶତ ଥିବାବେଳେ...

ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି।...

Advertisement
Archives

Model This Week