କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ

ଭଞ୍ଜନଗର/ସୋରଡ଼ା,୨।୨(ଡି.ଏନ୍‌.ଏ.)-ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ସୋରଡ଼ା ବ୍ଲକ ଶୋରିଷବିଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନରୱେ ସରକାରଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟକ୍ରମ ହେଉଛି। ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ ଗ୍ରାମର ଚାଷୀମାନଙ୍କୁ ବଳଦ ଟଣା କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ତାଲିମ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସ୍ବାଗତିକା ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ରନାଥ ବେହେରା ଅତିଥି ଭାବେ ଯୋଗଦେଇ କ୍ଷେତ୍ର ପ୍ରଦର୍ଶନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପାରମ୍ପରିକ ବଳଦଟଣା କୃଷି ଯନ୍ତ୍ରପାତି ଅଧିକାଂଶ ଚାଷୀ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଅଧିକ ସମୟ ବରବାଦ ହେଉଛି। ଆର୍ଥତ୍କସ୍ତରରେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ। ନୂଆ ବଳଦଟଣା କୃଷି ଯନ୍ତ୍ରପାତି ବ୍ୟବହାର କଲେ କମ୍‌ ପରିଶ୍ରମ ସହ ଅଧିକ କାର୍ଯ୍ୟ ହୋଇପାରୁଛି। ତେଣୁ ଚାଷୀମାନେ ସଚେତନ ହୋଇ ବଳଦଟଣା କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପଡ଼ିବ। ଉକ୍ତ ଯନ୍ତ୍ରପାତି କିଣିବା ପାଇଁ ସରକାର ଚାଷୀଙ୍କୁ ରିହାତି ପ୍ରଦାନ କରୁଛନ୍ତି। ବକ୍ତାମାନେ ଉକ୍ତ ପ୍ରଦର୍ଶନୀରେ ଯୋଗଦେଇ ତାହା ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବୃଦ୍ଧ

ପୋଲସରା,୧୬ା୮(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ବାଘୁଆ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି...

ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି : ଧାରଣାରେ ବସିଲେ କର୍ମଚାରୀ

ଗୋପାଳପୁର,୪ା୨-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପାଲୁର ହିଲ୍‌୍‌ସ୍ଥିତ ନିଷ୍ଟ କଲେଜରେ ଛାତ୍ର ଅଶାନ୍ତି ଲାଗି ରହିଛି। ଏଥିପାଇଁ ପ୍ରଶାସନିକ ବିବାଦକୁ ଦାୟୀ କରାଯାଇଥିବା ଅଭିଯୋଗ ହୋଇଛି।...

ପୁଣି ଏମ୍‌କେସିଜିରୁ ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୯।୯: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକର ଛାତରୁ ପୁଣି ଶୁକ୍ରବାର ସିଲିଂ ଖସିଛି। ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି...

ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ...

ଶିବରାତ୍ରିରେ ଶିବଙ୍କୁ ଛାଡ଼ିଲେନି ଚୋର: ସ୍ବପ୍ନେଶ୍ବର ମନ୍ଦିରରୁ ୫୦ ହଜାର ଚୋରି

ପୁରୁଷୋତ୍ତମପୁର,୨୧।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଅବସରରେ ଦୁର୍ବୃତ୍ତମାନେ ଶିବଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ ଉପକଣ୍ଠରେ ଥିବା ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ଗୁରୁବାର ରାତିରେ ଦୁର୍ବୃତ୍ତମାନେ...

୨ ଅଣଓଡ଼ିଆ ମହିଳା ଗିରଫ, ଗହଣା ଜବତ

ଦିଗପହଣ୍ଡି,୧୨ା୩(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ମହିଳାଙ୍କ ବେକରୁ ପ୍ରାୟ...

ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ

ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ...

ସ୍ବାମୀଙ୍କ ଅନ୍ତିମ ସଂସ୍କାର ବେଳେ ସ୍ତ୍ରୀଙ୍କ ମୃତ୍ୟୁ

ବେଲଗୁଣ୍ଠା,୧୮ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ବରପଲ୍ଲୀ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ଜୁଇ ନ ଲିଭୁଣୁ ଦୁଃଖରେ ମ୍ରିୟମାଣ...

Advertisement
Archives

Model This Week