କୃଷି ଭିତ୍ତିଭୂମି ନିର୍ମାଣ କର

ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦର ସାଧାରଣଲୋକଙ୍କୁ ହତାଶ କରିଚାଲିଛି। ଅଧିକାଂଶ ପରିବା ଦର ଏମିତି ବୃଦ୍ଧି ପାଇଛି ଯେ ତାହାକୁ ଗରିବ ଲୋକେ କିଣିବା ଅସମ୍ଭବ ହୋଇଯାଇଛି। ପିଆଜ ଓ ଆଳୁ ରୋଷେଇ ଘରେ କମ୍‌ ଦେଖିବାକୁ ମିଳୁଛି। କେବଳ ଉଚ୍ଚ-ମଧ୍ୟବିତ୍ତ ଏବଂ ଅତି ଧନୀ ଲୋକମାନେ ଏସବୁକୁ କିଣିପାରୁଛନ୍ତି। ଆମ ଓଡିଆ ସଂସ୍କୃତିରେ ଆଉ କିଛିଦିନ ପରେ ପଡିବ ଧର୍ମମାସ କାର୍ତ୍ତିକ। ଏହି ମାସରେ ରାଜ୍ୟରେ ପରିବା ଚାହିଦା ବଢ଼ିବ ଓ ଏହି କାରଣରୁ ପୁଣି ଦର ବୃଦ୍ଧି ଆରମ୍ଭ ହୋଇଯିବ। ଆମ ରାଜ୍ୟରେ ପିଆଜ ଓ ଆଳୁ ଏଭଳି ପରିବା ଯାହାର ଦର ବୃଦ୍ଧି ଆରମ୍ଭ ହେବା ମାତ୍ରେ ତାହା କିଛିଦିନ ମଧ୍ୟରେ ଅଣାୟତ୍ତ ହୋଇଯାଏ। ଅନ୍ୟସବୁ ପରିବା ଯାହା ସ୍ଥାନୀୟ ଅଞ୍ଚଳରେ ଉପତ୍ାଦନ ହୋଇଥାଏ ତାହା ଅଧିକ କିମ୍ବା ଯାହାଥିଲା ସେୟା ରହେ। ତେବେ ଏସବୁ ପରିବାର ଦରବୃଦ୍ଧି ହେବା ଲାଗି ସମୟ ଲାଗେ। ପ୍ରାକୃତିକ ବିପର୍ଯ୍ୟୟ ଯେହେତୁ ଓଡ଼ିଶାର ସାଥୀ ସେଥିପାଇଁ ଉପତ୍ାଦନରେ ବାଧା ଆସେ। ଶୀଘ୍ର ନଷ୍ଟ ହୋଇଯାଉଥିବା ପରିବାର ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟରୁ ଆମଦାନୀ କରିବା ଦ୍ୱାରା ଏହାର ମୂଲ୍ୟବୃଦ୍ଧି ହୋଇଥାଏ। ବାତ୍ୟା ଓ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟରେ ସଡ଼କ ଯୋଗାଯୋଗ ବିଚ୍ଛିନ ହୋଇଯାଏ। ଜାତୀୟ ରାଜପଥର ଅନେକ ଅଂଶ ଧୋଇଯିବା ଦ୍ୱାରା ଅନ୍ୟ ରାଜ୍ୟ ସହ ଯୋଗାଯୋଗ ସମ୍ଭବ ହୋଇପାରେନାହିଁ। ପ୍ରାକୃତିକ ବିପର୍ଯ୍ୟୟର ସାମାନ୍ୟ ପ୍ରଭାବରେ ପରିବହନ ବ୍ୟବସ୍ଥା ବି ବିଗିଡ଼ିଯାଏ। ତଥାପି ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଲାଗି ଏପର୍ଯ୍ୟନ୍ତ କିଛି କରାଯାଇନାହିଁ। ଏଥିପାଇଁ ସ୍ବଳ୍ପମିଆଦୀ ପଦକ୍ଷେପ ନିଆଯାଇଛି। ଦର କମ୍‌ କରିବା ଲାଗି ଗୁପ୍ତରେ ଠୁଳ କରିଥିବା ବ୍ୟକ୍ତି ଉପରେ ଚଢାଉ କରାଯାଇ ଗଚ୍ଛିତ ସାମଗ୍ରୀକୁ ଜବତ କରିବା, ସର୍ବଭାରତୀୟ ସ୍ତରରେ ରପ୍ତାନି ବନ୍ଦ କରିବା କିମ୍ବା ମୂଲ୍ୟ କମ୍‌ କରିବା ଲାଗି ଆମଦାନୀକୁ ପ୍ରୋତ୍ସାହିତ କରିବା ଭଳି ପଦକ୍ଷେପ ନିଆଯାଉଛି। ତେବେ ଏହି ସବୁ ପଦକ୍ଷେପ ସାମଗ୍ରୀ ଯୋଗାଇ ଦେବାରେ ସକ୍ଷମ ହେଉନାହିଁ। ସେମାନେ କେବଳ ଏକ ସାମୟିକ ସହାୟତା ପାଇଁ ଯୋଗାଇଦିଅନ୍ତି। ଆଉ ମଧ୍ୟ ଏହି ସବୁ ପଦକ୍ଷେପଗୁଡ଼ିକ ଗ୍ରାହକଙ୍କ ସପକ୍ଷରେ ଏବଂ ଉପତ୍ାଦକଙ୍କ ବିରୋଧରେ ରହିଆସିଛି। ଏହା କୃଷକଙ୍କୁ ସେମାନଙ୍କ କୃଷି ଉପତ୍ାଦନ ବୃଦ୍ଧିକରିବାକୁ ବାରଣ କରେ, ଯାହାଦ୍ୱାରା ମୂଲ୍ୟ ଅସ୍ଥିରତା କମ୍‌ କରିବା ବଦଳରେ ତାହାକୁ ଜାରି ରଖୁଛି। ଏଥର ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମସ୍ୟା ଉପରେ ସମାନ ପ୍ରକାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାର ଫଳାଫଳ ନିଶ୍ଚିତଭାବେ ସାମୟିକ ରହିବ। ସରକାର ଏହାକୁ କୌଣସି ପ୍ରକାରେ ଅଣଦେଖା ନ କରି ଏହି ପୀଡ଼ାଦାୟକ ସଙ୍କଟ ପାଇଁ ଏବ ଦୀର୍ଘମିଆଦୀ ସମାଧାନର ନୂଆ ବାଟ କରିବାକୁ କ’ଣ ଚିନ୍ତା କରପାରିବେନାହିଁ?
ସରକାର ରାଜ୍ୟ ସ୍ତରରେ ଏକ ପ୍ରଭାବୀ କୃଷି ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଏହାଯୋଗୁ ମୂଲ୍ୟବୃଦ୍ଧି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ତେବେ କୃଷି ଭିତ୍ତିଭୂମି ଗଠନ କରିବା ଲାଗି ବିକଳ୍ପ ଭାବେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସରକାରଙ୍କର ଏକ ଉତ୍ତମ ନିର୍ଣ୍ଣୟ ହୋଇପାରେ। ବଳକା ଧାନର ରାଜ୍ୟ ଭାବେ ଓଡ଼ିଶା ଜଣାଶୁଣା। ତେବେ ଧାନ ଗଚ୍ଛିତ କରି ରଖିବା ପାଇଁ ଏହା ପାଖରେ ଅଧିକ ଭଣ୍ଡାରଘର ବା ପଣ୍ୟାଗାର ନାହିଁ। ଏଠାରେ କୃଷକମାନେ ସେମାନଙ୍କ ଇଚ୍ଛାରେ ଧାନ ଚାଷ କରନ୍ତି ନାହିଁ , ବରଂ ବାଧ୍ୟବାଧକତାରେ ହିଁ କରିଥାନ୍ତି। ଧାନ ବଦଳରେ ସେମାନଙ୍କୁ ସହଯୋଗ ଦେବାର ଅନ୍ୟ ବିକଳ୍ପ ଫସଲ ନ ଥିବା ଯୋଗୁ ସେମାନେ ଏହା କରନ୍ତି। ଓଡ଼ିଶାରେ ମୋଟ ବଳକା ଧାନର ପରିମାଣ ପାଖାପାଖି ୩୫ ଲକ୍ଷ ମେଟ୍ରିକ ଟନ୍‌। କିନ୍ତୁ ଏହାର ଭଣ୍ଡାରଘରଗୁଡ଼ିକରେ ୧୫ ଲକ୍ଷ ମେଟ୍ରିକଟନରୁ ଅଧିତ୍କ ରଖାଯିବାର ବ୍ୟବସ୍ଥା ନାହିଁ। ଏଥି ମଧ୍ୟରୁ ୧୩ ଲକ୍ଷ ମେଟ୍ରିକ ଟନ୍‌ ସରକାରୀ ଭଣ୍ଡାରଘରେ ରହୁଥିବାବେଳେ ୨ ଲକ୍ଷମେଟ୍ରିକ ଟନ୍‌ ଘରୋଇ ମାଲିକାନାରେ ରହିଥିବା ଭଣ୍ଡାର ଘରେ ରଖାଯାଉଛି। କହିବାକୁ ଗଲେ ଧାନକୁ ରାଜ୍ୟରେ ଏଣେତେଣେ ରଖାଯାଉଛି। ରାଜ୍ୟରେ ଭଣ୍ଡାର କ୍ଷମତା ଅଧିକ ବଢାଇବାର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ୱାରା କୃଷକମାନେ ଅଧିତ୍କ ଧାନ ଚାଷ କରିବା ପାଇଁ ଆଗ୍ରହୀ ହେବେ। କଳାହାଣ୍ଡି ଜିଲାରେ ଚାଷୀମାନେ ପିଆଜ ଉପତ୍ାଦ କରି ତାହାକୁ କେଜି ପିଛା ୫ ଟଙ୍କାରେ ବିକ୍ରି କାରିବାକୁ ବାଧ୍ୟ ହେଲେ,କିନ୍ତୁ ଏବେ ସେମାନେ ଏହାକୁ ୮୦ ଟଙ୍କାରେ କିଣୁଛନ୍ତି। ଜିଲାରେ କୌଣସି ଭଣ୍ଡାରଘର ନ ଥିତ୍ବାରୁ ସେମାନେ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ବାଧ୍ୟ ହେଲେ। ଗତ ବର୍ଷ ଜିଲାରେ ପାଖାପାଖି ୨,୫୦୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇ ପ୍ରାୟ ୩୮,୦୦୦ ଟନ୍‌ ଅମଳ କରାଯାଇଥିତ୍ଲା। ଧର୍ମଗଡ଼,ଗୋଲମୁଣ୍ଡା, ଜୟପାଟଣା, କୋକସରା,ମାଦିଗୁଡ଼ା ଆଦି ପଞ୍ଚାୟତ ସମେତ କେସିଙ୍ଗା ଓ ମଦନପୁର ରାମପୁର ବ୍ଲକ୍‌ର ଅନେକ ପଞ୍ଚାୟତରେ ପିଆଜ ଅମଳ ହୋଇଥିଲା। ତେବେ ଜିଲାରେ ଭଣ୍ଡାରଘରର ସୁବିଧା ନ ଥିବାରୁ ପିଆଜ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। କ୍ଷତି ଭୟରେ ଏ ବର୍ଷ ବହୁ ପୁରୁଣା ପିଆଜ ଚାଷୀ ଏଥିରୁ ମୁହଁ ଫେରାଇ ନେଉଛନ୍ତି। କୃଷି ଉପତ୍ାଦିତ ସମାଗ୍ରୀର ସଂରକ୍ଷଣ ଦିଗରେ ଭଣ୍ଡାର ପ୍ରତିଷ୍ଠା ପାଇଁ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ନିଶ୍ଚିତ ଭାବେ ଏହି ଚାଷୀମାନଙ୍କୁ ଉତ୍ସାହିତ କରିବ। ଏପରିକି ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳ ଜିଲାରେ ପିଆଜ ମଧ୍ୟ ଉପତ୍ାଦନ ହୁଏ ଓ ସେଠାରେ ଏହା ବହୁ ଚାଷୀଙ୍କୁ ଉତ୍ସାହିତ କରିବ। ସ୍ଥାନୀୟ ଅଞ୍ଚଳରେ ଭଣ୍ଡାର ସୁବିଧା ତଥା କୃଷକମାନଙ୍କ ଉପତ୍ାଦିତ ସାମଗ୍ରୀ ପାଇଁ ବଜାର ବ୍ୟବସ୍ଥା ସୃଷ୍ଟି କରାଗଲେ ସେମାନେ ଲମ୍ବା ସମୟ ଧରି ଏହି ଚାଷ କରିବା ପାଇଁ ଉତ୍ସାହିତ ହେବେ। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରାଜ୍ୟରେ କୃଷି ଭିତ୍ତିଭୂମି ବଢ଼ାଇବା ଲାଗି କର୍ପୋରେଟ ହାଉସ୍‌ଗୁଡ଼ିକୁ ଆମନ୍ତ୍ରଣ କରିବା ଉଚିତ। ଏହା କୃଷିଜାତ ଉପତ୍ାଦର ମୂଲ୍ୟ ଅସ୍ଥିରତାକୁ ଶାନ୍ତ କରିବା ସହ ଅନ୍ୟ ରାଜ୍ୟ ଉପରେ ଆମର ନିର୍ଭରଶୀଳତାକୁ କମାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri