Posted inଜାତୀୟ

କୃଷି ବିଧେୟକକୁ ସାରା ଦେଶରେ ବିରୋଧ

ମୋହାଲି/ପଟିଆଲା,୨୦ ।୯:କୃଷି ବିଧେୟକକୁ ନେଇ ଜୋର ଧରିଲାଣି ବିରୋଧ ପ୍ରଦର୍ଶନ । ପଞାବରେ କୃଷକଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ସେଠାରେ ବିରୋଧୀ ହୁଅନ୍ତୁ ଅବା ସପକ୍ଷବାଦୀ କେବଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦଳ ବିରୋଧ ପ୍ରଦର୍ଶନ କଲେଣି । ପଞ୍ଜାବରେ ଯୁବ କଂଗ୍ରେସ କୃଷକଙ୍କ ସହ ମିଶି ଚଣ୍ଡିଗଡ଼-ଦିଲ୍ଲୀ ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ବାହାର କରିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି । ଏହାପରେ ଏମାନଙ୍କୁ ହରିୟାଣା ସୀମାରେ ଅଟକାଇ ଦିଆଯାଇଛି । ଯୁବ କଂଗ୍ରେସ ଓ କୃଷକ ଦିଲ୍ଲୀ ମୁହାଁ ହୋଇଥିବା ବେଳେ ପୋଲିସ ଏମାନଙ୍କୁ ଅଟକାଇ ଦେଇଛି । ପରିସ୍ଥିତିକୁ ଦେଖି ପୂବ ର୍ରୁ ପୋଲିସ ସେଠାରେ ବାରିକେଡ ଲଗାଇଥିଲେ ମଧ୍ୟ ବିରୋଧ ପ୍ରଦର୍ଶନକାରୀ ଏହାକୁ ମାନି ନ ଥିଲେ । ଫଳରେ ପୋଲିସ ଏମାନଙ୍କ ଉପରକୁ ପାଣି ପକାଇବା ଆରମ୍ଭ କରିଥିଲା । ଅନ୍ୟପଟେ ଦିଲ୍ଲୀ ଓ ହରିୟାଣାରେ ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ଶିଶୁପୁତ୍ର ଉଦ୍ଧାର ଘଟଣା , ପୋଷ୍ୟ ସଂସ୍ଥାକୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସର ପରିତ୍ୟକ୍ତ ଜମିରୁ, ଶୁକ୍ରବାର ସାରେ ପୋଲିସ…

ଇସ୍ରାଏଲ-ଲେବାନନ ଶାନ୍ତି ଚୁକ୍ତି ସ୍ବାକ୍ଷରିତ, ହେଜବୋଲାକୁ ଗ୍ରହଣ କରିବାକୁ ପଡିବ ଏସବୁ ସର୍ତ୍ତ

ଜେରୁଜେଲମ,୨୭।୬: ମଧ୍ୟପ୍ରାଚ୍ୟରୁ ଏକ ପ୍ରମୁଖ, ଐତିହାସିକ ଖବର ସାମ୍ନାକୁ ଆସୁଛି। ଯୁଦ୍ଧର ନିଆଁରେ ଜଳୁଥିବା ଦେଶଗୁଡ଼ିକ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଶେଷରେ ଶାନ୍ତିର ପ୍ରଥମ ଝଲକ…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

‘ଆଉ ବ୍ଲେମ ଗେମ୍‌ ନୁହେଁ…’: ଆମେରିକାର ଆକ୍ରମଣ ପରେ ରାଗିଲାଣି ଇରାନ, କହିଛି ‘ଆମେରିକାର ବିଫଳ ରାଷ୍ଟ୍ରପତି…’

ତେହରାନ,୨୭।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ, ଆମେରିକା ଅନେକ ଇରାନୀ…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri