‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପରି ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି ା ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ଲାଗି କୃଷି କାର୍ଯ୍ୟ ସହିତ ଜଙ୍ଗଲ କାର୍ଯ୍ୟକ୍ରମକୁ ସମନ୍ବିତ କରିବାର ଆବଶ୍ୟକତା ଦେଖାଦେଇଛି ବୋଲି ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ‘ବିଶାଳ ବୃକ୍ଷରୋପଣ ଅଭିଯାନ ଓ କୃଷକ ଗୋଷ୍ଠୀ’ କାର୍ଯ୍ୟକ୍ରମରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲାର ଡିଏଫ୍‌ଓ ପୂର୍ଣ୍ଣିମା ପି. ମୁଖ୍ୟଅତିଥି ରୂପେ ଯୋଗଦେଇ ପରିବେଶ ସଚେତନତା ଉପରେ ଗୁରୁତ୍ୱାରୋପ କରି ଜଙ୍ଗଲର ପୁନରୁଦ୍ଧାର ଓ ବୃକ୍ଷରୋପଣ ଦିଗରେ କୃଷକମାନେ ସଚେତନ ହେବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ଜିଲା ଉଦ୍ୟାନବିତ୍‌(ଏ.ଡି.ଏଚ୍‌)ଊର୍ମିଳା ମହାପାତ୍ର ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରେ ଥିବା ବୃକ୍ଷରୋପଣର ସୁବିଧା ସୁଯୋଗ ନେବା ସକାଶେ ପରାମର୍ଶ ଦେଇଥିଲେ। ଏପରି କି ଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବୃକ୍ଷରୋପଣ କରାଯିବା ଓ ଗ୍ରାମ ସଭାରେ ନିଜ ଜମିରେ ଗଛ ଲଗାଇବା ପାଇଁ ନାମ ପଞ୍ଜୀକରଣ କରାଯାଉ ବୋଲି ସେ ମତ ଦେଇଥିଲେ। ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ର ଗଛ ଲଗାଇବା ସମ୍ପର୍କରେ ଅନୁରୂପ ମତବ୍ୟକ୍ତ କରିଥିଲେ। କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ଅତିଥି ପରିଚୟ ଦେଇଥିଲେ। ଉତ୍ସବରେ ବିଭିନ୍ନ ଅଞ୍ଚଳର ୯୭ ଚାଷୀ ଯୋଗଦେଇଥିଲେ। ଖଳାଗଡ଼ିଆର ଚାଷୀ ଶଙ୍କର୍ଷଣ ଯେନା ଓ ଜଗଦଳପୁରର ଚାଷୀ ନାରାୟଣ ମହାପାତ୍ର ରାଜପଥ ପାର୍ଶ୍ୱରେ ବୃକ୍ଷରୋପଣ ଲାଗି ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ଚାଷୀ ଓ ଜନସାଧାରଣଙ୍କୁ ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅତିଥିମାନେ ବୃକ୍ଷରୋପଣ କରି ସଚେତନତାର ବାର୍ତ୍ତା ଦେଇଥିଲେ। ଇଫ୍‌କୋ କମ୍ପାନୀ ଏହି ଉତ୍ସବର ମୁଖ୍ୟ ସହଯୋଗୀ ଥିଲା। ମତ୍ସ୍ୟ ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ବାଲିଆପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଧ୍ୟ ବୃହତ୍‌ ବୃକ୍ଷରୋପଣ ଅଭିଯାନ ଏବଂ କୃଷକ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦୨ଜଣ ଚାଷୀ ଭଉଣୀ ଓ ଭାଇ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୁନୀଲ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଇଫ୍‌କୋରୁ ଆସିଥିବା ଜିଲା ଉପପ୍ରବନ୍ଧକ ଶେଷଦତ୍ତ ସୋନି ଇଫ୍‌କୋ ଉପତ୍ାଦ ଓ ପରିବେଶ ସନ୍ତୁଳନ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଶାଗୁଆନ, ନିମ୍ବ, ଆକାଶିଆ, ମାଲାବାର ନିମ୍ବ ଆଦି ୮୦୦ରୁ ଊର୍ଦ୍ଧ୍ୱ ଚାରା ଚାଷୀମାନଙ୍କୁ ପ୍ରଦାନ କରାଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri