କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ: ୪ ବର୍ଷରେ ୪୦୧.୬ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପର ଦ୍ବିତୀୟ ରାଜ୍ୟସ୍ତରୀୟ ସମନ୍ବୟ ବୈଠକ ବୁଧବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉଦ୍ୟାନ କୃଷି, ଫଳଚାଷ ଓ ଫଳ ବଗିଚା ନିମନ୍ତେ ଚାରା ରୋପଣ, ବିଭିନ୍ନ ଯୋଜନାରେ ଜଳସେଚନର ସୁବିଧା, ଛେଳି ଏବଂ ବାଡ଼ି ଅଗଣା କୁକୁଡ଼ା ଚାଷ ନିମନ୍ତେ ଘର ନିର୍ମାଣ, କୃଷି ଉଦ୍ୟୋଗୀ ସୃଷ୍ଟି କରିବା ସହିତ କ୍ଷୁଦ୍ର, ନାମମାତ୍ର ଓ ମହିଳା ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୈଠକରେ ବିଶଦ୍‌ ଭାବରେ ଆଲୋଚନା କରାଯାଇଥିଲା। ଢିପ ଜମି ଥିବା ରାଜ୍ୟର ଜନଜାତି ବହୁଳ ଜିଲାରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଥିବାବେଳେ ଏହାର ସଫଳତା ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ। ଏଥିସହିତ ଜନଜାତି ବହୁଳ ଅଞ୍ଚଳର କୃଷି ଉଦ୍ୟୋଗୀମାନଙ୍କ ନିମନ୍ତେ ଏହା ଏକ ମଡେଲ୍‌ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ, ଏହି ପ୍ରକଳ୍ପରେ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦ୍ବାରା ଉତ୍ପାଦନ ବୃଦ୍ଧି ପାଇବା ସହିତ ଚାଷୀମାନେ ବହୁଳ ଭାବେ ଉପକୃତ ହୋଇପାରିବେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଭାରତ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ଫାଉଣ୍ଡେଶନ୍‌’ ଓ ‘ପ୍ରଦାନ’ର ମିଳିତ ସହଯୋଗରେ ରାଜ୍ୟର ଜନଜାତି ବହୁଳ ୧୨ ଜିଲାର ୪୦ ବ୍ଲକ୍‌ରେ ଏହି କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଆଗାମୀ ୪ ବର୍ଷରେ ୪୦୧.୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ଦ୍ବାରା ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ଦ୍ବିଗୁଣିତ ହୋଇପାରିବ। ଏହି ଯୋଜନାରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଓ ୩୦ଟି ଉତ୍ପାଦକ କମ୍ପାନୀ ଗଠନ କରାଯିବ। ସେହିପରି ୭୫୦ ଜଣ ବଜାର ସଂଯୋଜକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଏହି ଯୋଜନା ଅନ୍ତର୍ଗତ ୪୦ ପ୍ରତିଶତ ଜମିରେ ବିନା କୀଟନାଶକରେ ଫସଲ ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ୪୦ ହଜାର ଚାଷୀ ପରିବାରମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି, ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଜୀବିକା ନିର୍ବାହ ନିମନ୍ତେ ୧୬ ହଜାର ଏକର ଜମିରେ ଜଳସେଚନ, ୮ ହଜାର ଏକର ଜମିରେ ଫଳ ବଗିଚା, ୭୦ ହଜାର ଏକର ଜମିରେ କୃଷି ଯନ୍ତ୍ରପାତି ବ୍ୟବହାରର ସୁବିଧା ଯୋଗାଇଦେବା ସହିତ ଛେଳି, ମେଣ୍ଢା ଓ ବାଡ଼ଇଗଣା କୁକୁଡ଼ା ଚାଷ ନିମନ୍ତେ ପ୍ରାୟ ୩୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏହି ଯୋଜନାରେ ସଂଶ୍ଳିଷ୍ଟ କରାଯାଉଛି। ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ସିରୁ ଆଜି ୪୧୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ...

୭ ବର୍ଷ ଦଣ୍ଡ ବ୍ୟବସ୍ଥା ନ ଥିବା ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରନାହିଁ: ହାଇକୋର୍ଟ

କଟକ ଅଫିସ,୫।୫- ଅପରାଧୀଙ୍କୁ ଗିରଫ କରିବାକୁ ତରବର ନ ହେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁ ଅପରାଧର ଦଣ୍ଡବିଧାନ ୭ ବର୍ଷ କିମ୍ବା...

କୋଭିଡ୍‌ କଟକଣା ମାନିଲେନି ପ୍ରାର୍ଥୀ

ଜଗତ୍‌ସିଂହପୁର ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ଦିନରେ ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାର ମୋଟ ୨୬ ଜିଲା ପରିଷଦ ଆସନ ପାଇଁ ୧୦୬...

ଟୁଇନ୍‌ ସିଟିରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଟୁଇନ୍‌ ସିଟିରେ ୪୦ ଡିଗ୍ରୀ ତାପମାତ୍ରା ଟପିଛି। ସୋମବାର ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ...

ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ୍‌ ଆଧାରରେ ବସ୍‌ ଭଡ଼ା ବଢିଛି। ତେବେ ବସ୍‌ ଭଡ଼ା ବୃଦ୍ଧି ନେଇ ବସ୍‌...

ଶ୍ରୀମନ୍ଦିର ପାଇଁ ଜରୁରିକାଳୀନ ପାଣ୍ଠିରୁ ୩୦୦କୋଟି ଖର୍ଚ୍ଚ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପର୍ଯ୍ୟନ୍ତ ନିର୍ମାଣ ଉଚ୍ଛେଦ କରି ଆକର୍ଷଣୀୟ ଢଙ୍ଗରେ ଐତିହ୍ୟ ସୁରକ୍ଷାବଳୟ ତିଆରି କରୁଛନ୍ତି। ଏହି କାର୍ଯ୍ୟ...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

ହିଙ୍ଗୁଳା ଲୋକ ମହୋତ୍ସବର ୨ୟ ସନ୍ଧ୍ୟା : କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର, ୨୧ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଶନିବାର ଥିଲା ୨ୟ ସା। ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପି.ବି....

Advertisement
Archives

Model This Week