Posted inଜାତୀୟ

କୃଷକ ଆନ୍ଦୋଳନ: ପଞ୍ଜାବରେ ୧୫୦ରୁ ଅଧିକ ଟେଲିକମ୍‌ ଟାଓ୍ବାରରେ ଭଙ୍ଗାରୁଜା

ଚଣ୍ଡିଗଡ଼,୨୭।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଅନୁରୋଧ ରଖିଲେ ନାହିଁ ଆନ୍ଦୋଳନରତ କୃଷକ। ପଞ୍ଜାବରେ ରାତାରାତି ୧୫୦ରୁ ଅଧିକ ସିଗ୍‌ନାଲ ଟ୍ରାନ୍ସମିଟିଂ ଟାଓ୍ବାର ଭାଙ୍ଗି ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ଲାଭ ଦେବା ପାଇଁ କେନ୍ଦ୍ର ସରକାର ଜାଣିଶୁଣି ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ କରୁଛନ୍ତି ଚାଷୀମାନେ। ଏଣୁ ଚାଷୀମାନେ ରିଲାଏନ୍ସ ଜିଓ ଟାୱାରରେ ଭଙ୍ଗାରୁଜା କରୁଛନ୍ତି। ଶନିବାରଠାରୁ ଏପର୍ଯ୍ୟନ୍ତ ୧୫୧ଟି ଟଓ୍ବାରରେ ଭଙ୍ଗରୁଜା କରାଯାଇଥିବା ସୂଚନା। ଫଳରେ ରାଜ୍ୟରେ କାର୍ଯ୍ୟକ୍ଷମ ଅବସ୍ଥାରେ ନ ଥିବା ଟେଲିକମ ଟାଓ୍ବାର ସଂଖ୍ୟା ୧,୩୩୮ରେ ପହଞ୍ଚିଛି। ଏହି ଆକ୍ରମଣ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟେଲିକମ୍‌ ସେବା ବାଧାପ୍ରାପ୍ତ ହୋଇଛି। ଆଇନ ଗତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଅପରେଟରମାନେ ସେବା ଯୋଗାଇବା ଲାଗି ସଂଘର୍ଷ କରୁଛନ୍ତି।

ସାଧାରଣ ଜନତାଙ୍କୁ ଅସୁବିଧାରେ ନ ପକେଇବା ଓ ହିଂସାରୁ ଦୂରେଇ ରହିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶୁକ୍ରବାର ଆନ୍ଦୋଳନରତ କୃଷକଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri