କୃତ୍ରିମ ଅଙ୍ଗ ତିଆରି ଉପରେ ଗୁରୁତ୍ୱ ଦେବେ ସରକାର

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଲାଗି କୃତ୍ରିମ ଅଙ୍ଗ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେବେ ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏ ଦିଗରେ ବିଶେଷ ଧ୍ୟାନ ଦେବ। କୃତ୍ରିମ ଅଙ୍ଗ ନିର୍ମାଣ ହେବା ପରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଏନେଇ ବିବୃତିି ଦେବା ଅସବରରେ ପଣ୍ଡା କହିଥିଲେ, ସମ୍ବଲପୁରଠାରେ କୃତ୍ରିମ ଅଙ୍ଗ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୱାର୍କଶପ୍‌କୁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଭାବରେ କମ୍ପ୍ୟୁଟରୀକରଣ କରାଯିବ। ଫଳରେ ଅତ୍ୟାଧୁନିକ ପ୍ରଣାଳୀରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
ଗୁରୁବାର ମନ୍ତ୍ରୀ ପଣ୍ଡା ସମ୍ବଲପୁର ଗସ୍ତ କରି ହାତୀବାରିସ୍ଥିତ ହେଲଥ୍‌ ହୋମ୍‌ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କୁ କମ୍ବଳ, ଲୁଗାପଟା ଓ ଛତା ସମେତ ୫ଟି ହୁଇଲ୍‌ ଚେୟାର, ୫ କୃତ୍ରିମ ଗୋଡ଼, ୩ ଟ୍ରେସାପେଡ୍‌, ୩ ୱାକର ବିତରଣ କରିଥିଲେ। ଏହି ଅବସରରେ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲା ହାତୀବାରିଠାରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ହେଲଥ୍‌ ହୋମ୍‌ ସହ ଏକ କୁଷ୍ଠାଶ୍ରମ ରହିଥିବାବେଳେ ବିଭାଗୀୟ ମନ୍ତ୍ରୀ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ସମୟରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସ୍ଥାନୀୟ ବିଡିଓ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କୃତ୍ରିମ ଅଙ୍ଗ ପ୍ରସ୍ତୁତିକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପରେ କରୋନାରେ ଚାଲିଗଲେ ପୁଅ  

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ...

୨୦୨୩ ଶେଷ ସୁଦ୍ଧା ଜୟଦେବ ପୀଠର ଉନ୍ନତୀକରଣ

ଭୁବନେଶ୍ୱର,୯।୧୨(ବ୍ୟୁରୋ):କେନ୍ଦୁଲିସ୍ଥିତ ଜୟଦେବ ପୀଠର ହେବ ଉନ୍ନତିକରଣ। ୨୦୧୯ ‘ଫନି’ ବାତ୍ୟା ପରେ ନଷ୍ଟ ହୋଇଯାଇଥିବା ପୀଠର ପୁନରୁଦ୍ଧାର ସହ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ,...

ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ଘଟଣା: ଆଜିଠୁ ଷ୍ଟେଶନରେ ମୁତୟନ ହେବେ ଫୋର୍ସ, ବିନା ଟିକେଟରେ ଚଢ଼ିପାରିବେନି ଯାତ୍ରୀ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନରେ ବୁଧବାରଠାରୁ ମୁତୟନ ହେବେ ୨ ପ୍ଲାଟୁନ ଫୋର୍ସ। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପକ୍ଷରୁ ଫୋର୍ସ...

ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ...

ପରୀ ହତ୍ୟାକାଣ୍ଡ: ପୋଖରୀରୁ ପ୍ରମାଣ ଖୋଜୁଛି ଏସ୍‌ଆଇଟି, ନିଷ୍କାସନ ହେଉଛି ପାଣି

ନୟାଗଡ଼ ଅଫିସ, ୨୨।୧୨: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ...

ଆଜି ରାଜ୍ୟରୁ ୧୦୩୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨ା୮(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦୩୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ...

ମେ’ ୧ରୁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ...

Advertisement
Archives

Model This Week