କୂଅ ଚାରିପଟେ ସବୁଜ ବାଡ଼

ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍‌ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ ସୁରକ୍ଷା ପାଇଁ ଅଞ୍ଚଳରେ ଥିବା କୂଅ ଚାରିପଟେ ସବୁଜ ବାଡ଼ ଘେରାବନ୍ଦୀ କରାଯାଇଛି।
କୂଅ ଚାରିପଟେ ସୁରକ୍ଷା ପାଚେରି ନ ଥିବାରୁ ଅନେକ ସମୟରେ ହାତୀ ଏବଂ ସେମାନଙ୍କ ଶାବକ ଖସିପଡୁଛନ୍ତି। ଏପରି ଦୁର୍ଘଟଣା ଏଡ଼ାଇବାକୁ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ‘କଲେକ୍ଟିଭ୍‌ ଇନିସିଏଶନ ଫର ସୋସିଆଲ ସୋଲିଡାରିଟି’ ସଂସ୍ଥା ପକ୍ଷରୁ ୧୦ କୂଅକୁ ସବୁଜ ବାଡ଼ ଦ୍ୱାରା ଘେରାବନ୍ଦୀ କରାଯାଇଛି। ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କୂଅଗୁଡ଼ିକ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟକୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା। ଏହାପରେ ଟ୍ରଷ୍ଟ ପକ୍ଷରୁ ସବୁଜବାଡ଼ ଘେରାବନ୍ଦୀ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଥିଲା। ପ୍ରତି କୂଅ ନିକଟରେ ସୂଚନା ଫଳକ ସହ ସାଙ୍କେତିକ ଚିହ୍ନ ଲଗାଯାଇଛି। ଏ ସମ୍ପର୍କରେ ଲୋକ ମଧ୍ୟ ସଚେତନ ହୋଇପାରିବେ ବୋଲି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି।
ଏପରି ଯୋଜନା ସମ୍ପର୍କରେ ୧୮ ତାରିଖରେ ମହୀଧରପୁର ଅଞ୍ଚଳରେ ସ୍ଥାନୀୟ ଫରେଷ୍ଟର ରବିନାରାୟଣ ନାୟକ, ବନରକ୍ଷୀ ସୁଧାଂଶୁ ନାୟକ, ସମୀର ସାହୁଙ୍କ ଉପସ୍ଥିତିରେ ସଚେତନ ସଭା ଆୟୋଜନ କରାଯାଇଥିଲା। ଗ୍ରାମବାସୀ ସେମାନଙ୍କ ଅଭିଯୋଗ ଶୁଣାଇଥିଲେ। ଆବାହକ ବିଜୟ କୁମାର ଦାସ ଆଲୋଚନାରେ ଭାଗନେଇ କହିଲେ, ହାତୀ ଉପଦ୍ରବରୁ ରକ୍ଷା ପାଇଁ ସୌରବାଡ଼, ସବୁଜ ବାଡ଼ ନିର୍ମାଣ କରାଯାଇଛି। ଏହାର ସୁରକ୍ଷା ପାଇଁ ୧୦ ଜଣ ଲୋକଙ୍କୁ ଚୟନ କରି ର଼୍ୟାପିଡ୍‌ ରେସପନ୍ସ ଦଳ ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗ୍ରାମ ସଭାପତି ପ୍ରଦୀପ କୁମାର ପୃଷ୍ଟି, ଚାଷୀ ମଦନ ମୋହନ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ

ସାତମାଇଲ, ୨୦।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ...

ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ଉପଜିଲାପାଳ

ଆଠମଲ୍ଲିକ,୨୫।୧୨(ଡି.ଏନ.ଏ.): ଆଠମଲ୍ଲିକ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ବୁଧବାର ଆଠମଲ୍ଲିକ ଓ କିଶୋରନଗର ଅଞ୍ଚଳର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଏହି ଅବସରରେ ମଣ୍ଡିକୁ ଧାନ ଆଣିଥିବା...

ହଟୁନି ବିପଦସଙ୍କୁଳ ଖୁଣ୍ଟ

ଢେଙ୍କାନାଳ ଅଫିସ, ୭ା୪: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ୱାର୍ଡ ଜଲାରାମ ହୋଟେଲ ପାର୍ଶ୍ୱ ଗଳିରେ ଏକ ଟେଲିଫୋନ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢଳିରହିଛି।...

ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ...

ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୭ା୨: ବିଶିଷ୍ଟ ଶ୍ରମିକ ନେତା ତଥା ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ସେ...

ବିପୁଳ ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଢେଙ୍କାନାଳ ଜିଲା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି।...

ମଣିଷ ମରା ହାତୀକୁ ଟ୍ରାଙ୍କୁଲାଇଜର

ଢେଙ୍କାନାଳ ଅଫିସ,୬ା୧୦: ଜଗତପୁର ଅଞ୍ଚଳରୁ ଗତ ୨୯ ତାରିଖରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ୩୫ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜର କରି ଢେଙ୍କାନାଳ...

ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି...

Advertisement
Archives

Model This Week