କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । କୁସୁମୀ ବଦଳରେ ମହାନଦୀ ଜଳକୁ ବିଶୋଧନ କରାଯାଇ ଯୋଗାଣ ପାଇଁ ଦାବି ହେଉଛି। ଆଗାମୀ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଖଣ୍ଡପଡା ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ଚେତାବନୀ ଦେଇଛନ୍ତି ା
ଯେ, ଖଣ୍ଡପଡା ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଖଣ୍ଡପଡା ସହରବାସୀଙ୍କ ନିମନ୍ତେ କୁସୁମୀ ନଦୀର ପ୍ରଦୂଷିତ ଗୋଳିଆ ପାଣିକୁ ଯୋଗାଉଛନ୍ତି ା ଅପରପକ୍ଷେ କଣ୍ଟିଲୋ ମହାନଦୀ ଘାଟରୁ ପାଇପ ଲାଇନ ଯୋଗେ ଜଳ ସଂଗ୍ରହ କରାଯାଇ ନୟାଗଡ ସହରାଞ୍ଚଳକୁ ଖଣ୍ଡପଡାଠାରେ ବିଶୋଧନ କରାଯାଇ ବିଶୁଦ୍ଧ ପାଣି ଯୋଗାଯାଉଛି ା ମାତ୍ର ଏ ସୁବିଧାରୁ ଖଣ୍ଡପଡାବାସୀ ବଞ୍ଚତ୍ତ ରହୁଛନ୍ତି ା ଫଳରେ ଖଣ୍ଡପଡା ସହରବାସୀ ଜଳ ବଦଳରେ ଜହର ପିଉଥିବା ଅଭିଯୋଗ ହେଉଛି ା ଏ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପ୍ରତିକାର ନିମନ୍ତେ ଦାବି କରି ଆସୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ, ନୟାଗଡ ଜିଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ା ଏପରିକି ଆସନ୍ତା ୭ ଦିନ ମଧ୍ୟରେ ପାଇପ ଲାଇନ ଯୋଗେ ମହାନଦୀର ଜଳ ଖଣ୍ଡପଡା ସହରବାସୀଙ୍କୁ ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ଦୁର୍ନୀତି ନିବାରଣ ସଂଘର ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ଖଣ୍ଡପଡା ସହରବାସୀଙ୍କ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖା ଦେଇଛି ବୋଲି ସେ ସ୍ବୀକାର କରିଥିଲେ ା ତେବେ ଖୁବ ଶୀଘ୍ର ସମସ୍ୟାର ସମାଧାନ ଦିଗରେ ଦୃଷ୍ଟିି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରୁ ୨୦୦ କି.ମି. ଦୂର ଦେଇ ଯିବ ବାତ୍ୟା

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଶନିବାର ଅବପାତ ଓ ୨୩ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ...

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭ ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି।...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

ଅଭିଭାବକଙ୍କ ଜିଦ୍‌, ସାନିଟାଇଜ୍‌ ହେଲା ସ୍କୁଲ

ପାତ୍ରପୁର,୯ା୧(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସ୍କୁଲ ଶୁକ୍ରବାର ଖୋଲିଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ପରାଙ୍କୁଶ ବିଦ୍ୟାପୀଠକୁ...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ...

ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର...

ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ ଉଦ୍‌ଘାଟିତ: ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ରାଜ୍ୟରେ ୫ମ ଥର ପାଇଁ ବିଜେଡି ନେତୃତ୍ୱାଧୀନ ସରକାର ଶାସନ କ୍ଷମତାକୁ ଫେରିବାପରେ ବିଭିନ୍ନ ପ୍ରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି।...

Advertisement
Archives

Model This Week