କୁଳିପୋଷ ବନାଞ୍ଚଳ ପକ୍ଷରୁ ସଚେତନତା ଶିବିର :ଜଙ୍ଗଲ ନିଆଁ ନିବାରଣ ଉପରେ ଗୁରୁତ୍ୱ

ଲହୁଣୀପଡା, ୧୫।୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଡଳେଇସରଠାରେ କୁଳିପୋଷ ବନାଞ୍ଚଳ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଞ୍ଚ ବେଣୁଧର ନାଏକ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ପାଉଲେ ଯୋଗଦେଇଥିଲେ । ସେକସନ ଫରେଷ୍ଟର କିଶୋର ପାତ୍ର ସଭାପତିତ୍ୱ କରିବା ସହିତ ସମସ୍ତଙ୍କୁ ସ୍ବାଗତ କରିଥିଲେ। କିଛି ଦିନ ପରେ ଗ୍ରୀଷ୍ମ ଋତୁ ଆସିବ। ସେହି ସମୟରେ ଜଙ୍ଗଲରେ ପ୍ରାୟତଃ ନିଆଁ ଲାଗିଥାଏ। କେତେକ ସ୍ଥାନରେ ମହୁଲ ଫୁଲ ସଂଗ୍ରହ କରିବାକୁ ଲୋକମାନେ ନିଆଁ ଲଗେଇ ଦେଇଥାନ୍ତି। ଫଳରେ ଜଙ୍ଗଲ ପୋଡି ଯିବା ସହିତ ଜଙ୍ଗଲରେ ଥିବା ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହୋଇଥାଏ। ବହୁ ବନ୍ୟପ୍ରାଣୀ ମୃତ୍ୟୁବରଣ କରିଥାନ୍ତି। ତେଣୁ ଚଳିତବର୍ଷ କୌଣସି ପ୍ରକାର ମଧ୍ୟ ଜଙ୍ଗଲରେ ନିଆଁ ଲାଗିବାକୁ ଦେବାନାହିଁ ବୋଲି ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଶିବିରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ମୋବାଇଲ ନମ୍ବର ଥିବା ବ୍ୟାନର ଲଗାଯିବ। ସେହି ନମ୍ବରରେ ଫୋନ କରି ସୂଚନା ଦେବେ। ଯେଉଁ ଭିଏସ୍‌ଏସ୍‌ (ଗ୍ରାମ୍ୟ ସୁରକ୍ଷା ସମିତି) ଅଞ୍ଚଳର ଜଙ୍ଗଲରେ ନିଆଁ ନ ଲାଗିବ ସେମାନଙ୍କୁ ଆର୍ଥୀକ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଗତବର୍ଷ ସ୍ବେଚ୍ଛାକୃତ ଭାବେ କୁମୁଣ୍ଡି ଗ୍ରାମର କମଳିନୀ ଏସଏଚଜି ନିଆଁ ଲିଭାରେ ସହଯୋଗ କରିଥିବାରୁ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିରରେ ପ୍ରାୟ ୧୫ଟି ଭିଏସଏସର କର୍ମକର୍ତ୍ତାଙ୍କ ସମେତ ଆଖପାଖ ଅଞ୍ଚଳର ଲୋକମାନେ ଯୋଗଦେଇଥିଲେ । ଶେଷରେ ଫରେଷ୍ଟର ପ୍ରତାପ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

୪୪ ଡିଗ୍ରୀ ଖରାରେ ଚାଷୀଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଚନ୍ଦାହାଣ୍ଡି ଥାନା ଘେରାଉ

ନବରଙ୍ଗପୁର,୨୪।୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରେ ନିଜ ବଳଦକୁ ନେଇ ଚନ୍ଦାହାଣ୍ଡିରୁ ରାଇଘରକୁ ନେବା ସମୟରେ ବଜରଙ୍ଗ ଦଳ ସଦସ୍ୟ କହୁଥିବା କିଛି ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri