କୁଳିଅଣା,୨୮ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମୁଖ୍ୟ ଦପ୍ତର ଚାନ୍ଦୁଆ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ୧୭ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ଲକ ଘେରାଉ କରି ଧାରଣାରେ ବସିଥିଲେ। ଗତ ୨ମାସ ଆଗରୁ ସହକାରୀ ଯନ୍ତ୍ରୀ ମଦନମୋହନ ନାଏକଙ୍କ ବଦଳି ହେବାରୁ ତାଙ୍କ ସ୍ଥାନରେ ସବିତା ସୋରେନ ସହକାରୀ ଯନ୍ତ୍ରୀ ଭାବେ ବ୍ଲକ୍ରେ ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନ କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନ ହେବା ନିର୍ବାଚିତ ଜନପ୍ରତିନିଧିଙ୍କୁ ସହକାରୀ ଯନ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଅଭିଯୋଗ କରି ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ଏନେଇ ଜିଲାପାଳ ଓ ବିଡିଓଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଏନେଇ ବିଡିଓ ଦେବାଶିଷ ମହାପାତ୍ରଙ୍କୁ ପଚାରିବାରୁ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ଜିଲାପାଳ ଯାହା ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ସେହିପରି ସହକାରୀ ଯନ୍ତ୍ରୀ ସୋରେନଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।
ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…
ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…
ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…
ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…
ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…
Archives

