ବଅଁରପାଳ, ୨୩।୮ (ଡି.ଏନ୍.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର ମଙ୍ଗଳକାମନା ନିମନ୍ତେ ଶୁକ୍ରବାର ଗ୍ରାମବାସୀ ଜନ୍ମାଷ୍ଟମୀ ପାଳନ କରିବେ। ଏଥିପାଇଁ ଗଁା ଚଳଚଞ୍ଚଳ ହୋଇପଡ଼ିଛି। ରଙ୍ଗବେରଙ୍ଗର ଆଲୋକ ତୋରଣ ଯୋଗୁ ଗାଁ ଝଲମଲ ହୋଇଉଠିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏ ସଦସ୍ୟ ଏହି ଜନ୍ମାଷ୍ଟମୀ ବ୍ରତରେ ସାମିଲ ହେବେ ବୋଲି ବୟସ୍କମାନେ କହିଛନ୍ତି।
ଜନ୍ମାଷ୍ଟମୀ କମିଟିର ବାମଦେବ ସେଠ, ସୁଧାକର ସ୍ବାଇଁ, ହରିହର ଦେହୁରୀ ଓ ବିଜନ ଦଳବେହେରା ପ୍ରମୁଖ କହିଛନ୍ତି, ପରମ୍ପରା ଅନୁଯାୟୀ ଗ୍ରାମରେ ପୂଜା ଦୁଇଦିନ ଧରି ପାଳନ କରାଯିବ। ଶୁକ୍ରବାର ସକାଳେ ଯଥାରୀତିରେ ପୂଜାର୍ଚ୍ଚନା ପରେ ରାତିରେ ଠାକୁରଙ୍କୁ ଝୁଲଣରେ ଝୁଲା ଯିବାର କାର୍ଯ୍ୟକ୍ରମ ରହିଛି। ଆଖପାଖ ଅଞ୍ଚଳରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରିବେ। ଶନିବାର ନନ୍ଦ ଉତ୍ସବ ସହ ଦହି ହାଣ୍ଡି ଭଙ୍ଗା ଯିବ। ଗ୍ରାମର ଭାଗବତ ଟୁଙ୍ଗିରେ ବହୁ ଶ୍ରଦ୍ଧାଳୁ ଏହି ବ୍ରତ ପାଳନ କରିବେ। ଦିନ ସାରା ଉପବାସ ପରେ ସନ୍ଧ୍ୟାରେ ସେମାନେ ପ୍ରସାଦ ସେବନ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ ସରିଛି। ଗ୍ରାମବାସୀ ମିଳିମିଶି ଏହି ଉତ୍ସବକୁ ପାଳନ କରି ଆସୁଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂଜା ପାଇଁ ପରମ୍ପରା ଅନୁସାରେ ଗ୍ରାମ ମଧ୍ୟକୁ ଦୁଇ ଦିନ ଧରି ଆମିଷ ଦ୍ରବ୍ୟ ବାରଣ କରାଯାଇଛି।
Posted inଅନୁଗୋଳ, ଆମ ଜିଲା ଖବର View All

ବାଲେଶ୍ୱର ଷ୍ଟେଶନରେ ଅହୋରାତ୍ର ଉଡ଼ିଲା ତ୍ରିରଙ୍ଗା
ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ରେଳଷ୍ଟେଶନଠାରେ ରେଳ ବିଭାଗ ପକ୍ଷରୁ ଅହୋରାତ୍ର ତ୍ରିରଙ୍ଗା ପତକା ଉଡ଼ିବା ବ୍ୟବସ୍ଥା ଶୁକ୍ରବାରଠାରୁ କରାଯାଇଛି। ସଦର ବିଧାୟକ ମଦନମୋହନ ଦତ୍ତ ଷ୍ଟେଶନରେ...

ପାଠରେ ଭଲ, ଖେଳରେ ବି କମ୍ ନୁହନ୍ତି
ସିମୁଳିଆ,୨୫।୧୦-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ-ନୂଆସାହି ଅଞ୍ଚଳର ବବୁଲୁ ବେହେରାଙ୍କ ୩ ଝିଅ ରୁବି(୧୯), ମାମାଲି(୧୭) ଓ ପ୍ରିୟଙ୍କା (୧୫) ପାଠ ସହିତ ବିଭିନ୍ନ କ୍ରୀଡ଼ାରେ...

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍ଡେଟ୍ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ
ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।...

ପ୍ରଥମ ଭର୍ଚୁଆଲ କୋର୍ଟରୁମ୍ ଉଦ୍ଘାଟିତ
କଟକ ଅଫିସ,୨।୧୧: ଅନୁଗୋଳ ଓ ନୟାଗଡ଼ ଜିଲାରେ ରାଜ୍ୟର ପ୍ରଥମ ମଡେଲ ଭର୍ଚୁଆଲ କୋର୍ଟରୁମ୍ ଉଦ୍ଘାଟିତ ହୋଇଯାଇଛି। ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ସୁପ୍ରିମକୋର୍ଟ ବିଚାରପତି...

ବାଣ ଫୁଟି ଥାନା କର୍ମଚାରୀ ଗୁରୁତର
ମହାକାଳପଡ଼ା,୧୫।୬(ଡି.ଏନ୍.ଏ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ଖରିନାସୀ ଜେଠୀ ନିକଟ ଷ୍ଟାଫ କ୍ୱାର୍ଟର୍ସରେ ରଜ ସଂକ୍ରାନ୍ତିରେ ଏକ...

ରୋଗୀ ମୃତ୍ୟୁକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗୁରୁବାର ମଧ୍ୟରାତ୍ରରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
ନିଶ୍ଚିନ୍ତକୋଇଲି,୯।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଶାସନ ପଞ୍ଚାୟତର ୮୩ ମହିଳା ସୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମିଶି ୬୦,୦୦୬...

ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ
କୋଣାର୍କ, ୨୭ା୧୦(ଡି.ଏନ୍.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ...