କୁଲାଡ଼ରେ ୩ ଶହ ବର୍ଷର ପରମ୍ପରା: ଗାଁର ମଙ୍ଗଳ ପାଇଁ ଜନ୍ମାଷ୍ଟମୀ

ବଅଁରପାଳ, ୨୩।୮ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଧୁମ୍‌ଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ଚାଲିଛି ଆୟୋଜନ। ୩ଶହ ବର୍ଷର ପରମ୍ପରା ଅନୁଯାୟୀ ଗ୍ରାମର ମଙ୍ଗଳକାମନା ନିମନ୍ତେ ଶୁକ୍ରବାର ଗ୍ରାମବାସୀ ଜନ୍ମାଷ୍ଟମୀ ପାଳନ କରିବେ। ଏଥିପାଇଁ ଗଁା ଚଳଚଞ୍ଚଳ ହୋଇପଡ଼ିଛି। ରଙ୍ଗବେରଙ୍ଗର ଆଲୋକ ତୋରଣ ଯୋଗୁ ଗାଁ ଝଲମଲ ହୋଇଉଠିଛି। ପ୍ରତ୍ୟେକ ଘରୁ ଜଣେ ଲେଖାଏ ସଦସ୍ୟ ଏହି ଜନ୍ମାଷ୍ଟମୀ ବ୍ରତରେ ସାମିଲ ହେବେ ବୋଲି ବୟସ୍କମାନେ କହିଛନ୍ତି।
ଜନ୍ମାଷ୍ଟମୀ କମିଟିର ବାମଦେବ ସେଠ, ସୁଧାକର ସ୍ବାଇଁ, ହରିହର ଦେହୁରୀ ଓ ବିଜନ ଦଳବେହେରା ପ୍ରମୁଖ କହିଛନ୍ତି, ପରମ୍ପରା ଅନୁଯାୟୀ ଗ୍ରାମରେ ପୂଜା ଦୁଇଦିନ ଧରି ପାଳନ କରାଯିବ। ଶୁକ୍ରବାର ସକାଳେ ଯଥାରୀତିରେ ପୂଜାର୍ଚ୍ଚନା ପରେ ରାତିରେ ଠାକୁରଙ୍କୁ ଝୁଲଣରେ ଝୁଲା ଯିବାର କାର୍ଯ୍ୟକ୍ରମ ରହିଛି। ଆଖପାଖ ଅଞ୍ଚଳରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ପରିବେଷଣ କରିବେ। ଶନିବାର ନନ୍ଦ ଉତ୍ସବ ସହ ଦହି ହାଣ୍ଡି ଭଙ୍ଗା ଯିବ। ଗ୍ରାମର ଭାଗବତ ଟୁଙ୍ଗିରେ ବହୁ ଶ୍ରଦ୍ଧାଳୁ ଏହି ବ୍ରତ ପାଳନ କରିବେ। ଦିନ ସାରା ଉପବାସ ପରେ ସନ୍ଧ୍ୟାରେ ସେମାନେ ପ୍ରସାଦ ସେବନ କରିବେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆୟୋଜନ ସରିଛି। ଗ୍ରାମବାସୀ ମିଳିମିଶି ଏହି ଉତ୍ସବକୁ ପାଳନ କରି ଆସୁଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂଜା ପାଇଁ ପରମ୍ପରା ଅନୁସାରେ ଗ୍ରାମ ମଧ୍ୟକୁ ଦୁଇ ଦିନ ଧରି ଆମିଷ ଦ୍ରବ୍ୟ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?