କୁଠାରି ମନ୍ଦିର ସମ୍ପତ୍ତି ହଡ଼ପ ମାମଲା :  ବିଧାୟକ ରମେଶଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୩ା୧୧-ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ନିରଞ୍ଜନ ଜେନା ଶନିବାର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକରେ ଥିବା କୁଠାରି ମନ୍ଦିର ସମ୍ପତ୍ତି ହଡପ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳି ନ ଥିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ତାଙ୍କ ବାପା ଅରକ୍ଷିତ ଜେନା, ବ୍ରହ୍ମପୁର ମହାନଗର ନିଗମ ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ, ରଞ୍ଜିତ କୁମାର ନାୟକ ଓ ପ୍ରଶାନ୍ତ ପଟ୍ଟନାୟକଙ୍କୁ ରାୟରେ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରିଛନ୍ତି।
ରମେଶ ଓ ଉପରୋକ୍ତ ତାଙ୍କ ସହଯୋଗୀମାନେ ୭ ବର୍ଷ ଧରି କୁଠାରି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ସମୟରେ ମନ୍ଦିରର ୩ କୋଟି ୮୭ ଲକ୍ଷ ଟଙ୍କା ହଡପ କରିଥିଲେ। ଏପରିକି ପୂଜକମାନଙ୍କୁ ଗୋତି ଶ୍ରମିକ ଭାବେ ଖଟାଉଥିଲେ ବୋଲି ପୂଜକ ସୁବାସ ବେହେରା, ରାମ ବେହେରା ଓ ନିରଞ୍ଜନ ବେହେରା ୨୦୧୬ ଏପ୍ରିଲ ୨୬ରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୬୨/୧୬ରେ ରମେଶ, ତାଙ୍କ ବାପା ଅରକ୍ଷିତଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଟାଉନ ଥାନା ଇନ୍ସପେକ୍ଟର ନୀହାର ରଞ୍ଜନ ପ୍ରଧାନ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ଏସ୍‌ଟି ୧୮୨/୧୮ର ବିଚାର ବେଳେ ୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ପ୍ରମାଣ ଅଭାବରୁ ଶନିବାର ଉପରୋକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କିଶୋର ବିଷୋୟୀ, ନିର୍ମଳ ସାହୁ, ରାମ କୁମାର, ଦୀପକ ପଟ୍ଟନାୟକ, ସରୋଜ ଗୌଡ଼ ଓ ଅଶୋକ ଶୁକ୍ଳା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ...

ନିଶା ଦେଇ ୩ ଯାତ୍ରୀଙ୍କ ଠାରୁ ଲୁଟ୍‌ : ବଜ୍ରଗଡ଼ ପାହାଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଭଞ୍ଜନଗର,୧୧।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବଜ୍ରଗଡ଼ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ପାହାଡ଼ ତଳୁ ୩ଜଣ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।...

ବ୍ରହ୍ମପୁର ରେଳ ଷ୍ଟେସନରେ ଖୋଲିଲା ସଂରକ୍ଷିତ ଟିକଟ୍‌ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚାଲିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୨ା୫-ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର(ରିଜର୍ଭେସନ ଟିକଟ କାଉଣ୍ଟର) ଶୁକ୍ରବାରଠାରୁ ପୁଣି ଖୋଲିଛି। ରେଳ ବିଭାଗ ପକ୍ଷରୁ ଜୁନ ପହିଲାରୁ ଟ୍ରେନ...

ଦାରିଙ୍ଗବାଡିରେ ୧୫ ସିଆରସିସି ନିଯୁକ୍ତି

ଦାରିଙ୍ଗବାଡି,୨୯।୫(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରେ ୧୫ ସିଆରସିସି ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିଲା। ଚଳିତବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଏହା ପୂରଣ କରାଯାଇ...

ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ 

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ...

ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି...

ସ୍ମାର୍ଟ କ୍ଲାସ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଗ୍ରସ୍ତରେ ଆସି ସ୍କୁଲରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ।...

ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଚାଲିଛି ପ୍ରାଣୀ ଚିକିତ୍ସା

ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ...

Advertisement
Archives

Model This Week