Posted inଫୁରସତ

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା ଯେତିକି ହାସ୍ୟାସ୍ପଦ ସେତିକି ଗୁରୁତ୍ୱପୂର୍ଣ୍ଣ। ମଧ୍ୟ ନିଦ ଭାଙ୍ଗୁଥିବା
ଏକ କୁକୁଡ଼ା ରାବରେ ନିଦ୍ରାରେ ବ୍ୟାଘାତ ହେବା ଏବଂ ତା’ ରାବ ବିରକ୍ତିକର ହେତୁ ଅତିଷ୍ଠ ହୋଇ ଜଣେ ମହିଳା ଥାନାରେ କୁକୁଡ଼ା ବିରୋଧରେ ଅଭିଯୋଗ କରିଛନ୍ତି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ସେଠାକାର ଜଣେ ଥାନାଧିକାରୀ କହିଛନ୍ତି, ମହିଳା ଜଣକ ପୋଲିସ ଷ୍ଟେଶନରେ ପହଞ୍ଚତ୍ କୁକୁଡ଼ା ଓ ତା’ର ମାଲିକ ନାଁରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ।
ଉକ୍ତ ଅଭିଯୋଗ ପତ୍ରରେ ମହିଳା ଜଣକ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଘର ସାମ୍ନାରେ ରହୁଥିବା ଏକ କୁକୁଡ଼ା ସକାଳୁ ବୋବେଇବାରୁ ତାଙ୍କର ନିଦ ଭାଙ୍ଗିଯାଏ। ଅଧିକାରୀ ଜଣଙ୍କ କହିଲେ କି ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ପୋଲିସ ସମ୍ପୃକ୍ତା ମହିଳାଙ୍କ ଘରକୁ ଯାଇଥିଲା, ଯେଉଁଠି ସେ ଜାଣିବାକୁ ପାଇଥିଲା କି ସେ ଘର ମହିଳାଙ୍କର ନୁହେଁ, ତାଙ୍କ ଭଉଣୀଙ୍କର। ସେଠାକୁ ସେ କିଛିଦିନ ରହିବାକୁ ଆସିଥିଲେ। ଅଭିଯୋଗ କରି ସେ ଚାଲିଯାଇଛନ୍ତି। ତାଙ୍କ ଭଉଣୀ କହିଲେ ଯେ, ସେ ଏକ ଅଜବ ପ୍ରକାର ଝିଅ। ଏହା ଜାଣିବା ପରେ ପୋଲିସ ମାମଲା ରୁଜୁ କରି ନ ଥିଲା।
ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଏହିଭଳି ଏକ ଘଟଣା ଘଟିଥିଲା। ଜଣେ ମହିଳାଙ୍କ ଛୋଟ ଝିଅକୁ କୁକୁଡ଼ା ଖୁମ୍ପିଦେବା ଫଳରେ ମହିଳା ଜଣକ କୁକୁଡ଼ା ଏବଂ ତା’ ମାଲିକ ନାଁରେ ଅଭିଯୋଗ କରିଥିଲେ। ପରେ ସେ ମାଲିକଙ୍କୁ ଜେଲ ପଠାଇବାକୁ କହିଥିବା ବେଳେ କୁକୁଡ଼ାର କୌଣସି କ୍ଷତି ନ କରିବା ପାଇଁ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri