କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କୁକୁଡ଼ାର ମୃତ୍ୟୁକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। ଶେଷରେ ସମ୍ପର୍କୀୟ କାକାଙ୍କ କାଠଫାଳିଆ ମାଡ଼ରେ ନାବାଳିକା ଝିଆରୀର ମୃତ୍ୟୁ ଘଟିଛି। ମୃତ ଝିଆରୀ ହେଲେ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତ କାକା ହେଲେ ସମୀର ଡୁଙ୍ଗଡୁଙ୍ଗ(୩୫)।
ପ୍ରକାଶ ଯେ, ରୋଶନିଙ୍କ ଘରେ ଥିବା ୭ଟି କୁକୁଡ଼ା ହଠାତ୍‌ ମରିଯାଇଥିଲେ। ତେବେ ତାଙ୍କ ପଡ଼ୋଶୀ ସମୀରଙ୍କ ପରିବାର ଲୋକେ କୁକୁଡ଼ାକୁ ବିଷ ଦେଇ ମାରିଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହକରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସମୀରଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସୋମବାର ସନ୍ଧ୍ୟାରେ ସମୀର ଏକ କାଠ ଫାଳିଆରେ ରୋଶନିଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରୋଶନିଙ୍କ ମୁୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ପୋଲିସ ଅଭିଯୁକ୍ତ ସମୀରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସୋଲେଶନ ହଲ ବୁଲି ଦେଖିଲେ ଜିଲାପାଳ

ଗଞ୍ଜାମ,୨୪ା୪(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମରେ ଶୁକ୍ରବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପହଞ୍ଚତ୍ ଆଇସୋଲେଶନ ହଲ୍‌ ବୁଲି ଅନୁଧ୍ୟାନ କରିଥିଲେ। ରାଜ୍ୟ...

ମଦ୍ୟପ ସ୍ବାମୀଙ୍କ ନୃଶଂସକାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶାଶୁ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ...

ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର...

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଜୁଆଡି ଗିରଫ

ଜୟପୁର,୨୬।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବୈରାଗୀମଠ ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ...

ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ...

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ବିପଦସଙ୍କୁଳ ପରିବହନ, ଦୁର୍ଘଟଣାକୁ ଆମନ୍ତ୍ରଣ

ରାଉରକେଲା ଅଫିସ୍‌,୧୨।୧: ବ୍ୟସ୍ତବହୁଳ ସ୍ମାର୍ଟସିଟି ରାଉରକେଲା। ଏଠାରେ ବିପଦସଙ୍କୁଳ ଭାବେ ପରିବହନ ଦେଖିବାକୁ ମିଳିଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି କୁହାଯାଉଛି। ଯାତାୟତ ସମୟରେ...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

Advertisement


Archives

Model This Week