Posted inଖେଳ

କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କର ରବିବାର ପରାଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରାଜିନ୍ଦରଙ୍କୁ ୭୭ ବର୍ଷ ହୋଇଥିଲା। ସେ ତାଙ୍କ ସ୍ତ୍ରୀ ଏବଂ ପୁତ୍ର ନୀତୀନ ଗୋଏଲଙ୍କୁ ଛାଡ଼ି ଚାଲିଯାଇଛନ୍ତି। ରାଜିନ୍ଦର ଜଣେ ଘରୋଇ ମ୍ୟାଚ ରେଫରି ମଧ୍ୟ ଥିଲେ। ବିଶନ ସିଂ ବେଦୀଙ୍କ ଯୁଗରେ ଏହି ବାମହାତୀ ସ୍ପିନର ଦୁର୍ଭାଗ୍ୟଜନକ ଭାବେ ଭାରତୀୟ ଦଳରେ ସ୍ଥାନ ପାଇ ପାରି ନ ଥିଲେ। ଘରୋଇ କ୍ରିକେଟରେ ସେ ହରିୟାଣା ଓ ଉତ୍ତରାଞ୍ଚଳରୁ ପ୍ରତିନିଧିତ୍ୱ କରିଥିଲେ। ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୫୦ ଉଇକେଟ ଅକ୍ତିଆର କରିଥିଲେ। ୪୪ବର୍ଷ ବୟସ ପର୍ଯ୍ୟନ୍ତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ଆସୁଥିଲେ। ଘଟଣାକ୍ରମେ ବେଦୀ ତାଙ୍କୁ ବିସିସିଆଇର ସି.କେ. ନାଇଡୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରିଥିଲେ। ବିସିସିଆଇର ପୂର୍ବତନ ସଭାପତି ରଣବୀର ସିଂ ରାଜିନ୍ଦରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଅବସର ପରେ ଖେଳ ପ୍ରତି ରାଜିନ୍ଦରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଦେଶର ସେ ଥିଲେ ଅନ୍ୟତମ ଶ୍ରେଷ୍ଠ ବାମହାତୀ ସ୍ପିନର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri