କିଡ଼୍‌ନୀ ରୋଗ୍‌, ପିଇଲା ପାଏନ୍‌ ସମସିଆ: ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖ୍‌ଲେ ଦୁଇ ବହେନ୍‌

ଅମରପାଲି, ୭।୩ (ଡି.ଏନ.ଏ)- ପ୍ରଧାନମନ୍ତ୍ରୀ ଜୀ, ନମସ୍କାର। ଆମର ଗଁ। ଆର ଅଂଲଚରେ ଅନେକ ଲୋକ୍‌ କିଡ଼୍‌ନୀ ରୋଗରେ ପଡ଼ିଛନ୍‌। ଅନେକ ଲୋକ୍‌ ଇ ରୋଗ୍‌ରେ ପଡ଼ି ମରିଗଲେନ। ଏହେଦେ ଯେନ୍‌ମାନେ ଚିକିଛିତ ହେଉଛନ୍‌ ସେମାନକୁ ଡାକ୍‌ତର କହୁଛନ୍‌ ଫ୍ଲୋରାଇଡ ମିଶା ପାଏନ୍‌ ପିଇବାର ଲାଗି ଇ ରୋଗ୍‌ ବହପୁଛେ। ଆମର ଗଁାଟା ପାହାଡ଼ିଆ ଅଂଚଲରେ ଥିଲାବେଲେ ନିରମଲ ପିଇଲା ପାଏନ୍‌ ନାଇଁ ମିଲବାର। ଗଁାବାସୀକୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରବାର ସଂଗେ ରୋଗ୍‌ରେ ପୀଡ଼ିତ ଲୁକ୍‌କୁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଆମେ ଆପନ୍‌କୁ ଅନୁରୋଧ କରୁଛୁଁ। ଠିକ୍‌ ଏନ୍‌ତା କିଛି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖି ଅନୁରୋଧ କରିଛନ୍‌ ସ୍କୁଲ ପଢ଼ୁଆ ଦୁଇ ବହେନ।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ବହଲପଦର ପଁଚେତ୍‌ର ଅମରପାଲି ଗଁାର ପ୍ରାଣବନ୍ଧୁ ସାହୁକଁର ଦୁଇ ଝି’ ଇପସିତା ଅନନ୍ୟା ସାହୁ ଆର ଆରାଧ୍ୟା ଅନୁଭା ସାହୁ। ଇପସିତା ଅମରପାଲି ୟୁପି ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲାବେଲେ ବହେନ୍‌ ଆରାଧ୍ୟା ୨ୟ ଶ୍ରେଣୀରେ ପଢ଼ୁଛନ୍‌। ଦୁଇ ବହେନ୍‌ ଗଁାର ଆର ଅଂଚଲବାସୀକର ସମସିଆର ସମାଧାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖି ଅନୁରୋଧ କରିଛନ୍‌। ସେମାନକର ଇ କାଯ୍‌କେ ଗଁାବାସୀ, ଅଂଚଲବାସୀ ବଡ଼ଭାରି ପରଶଁସା କରିଛନ୍‌। ସେନ୍‌ତା ଦୁଇ ବହେନ୍‌ ପ୍ରଧାନମନ୍ତ୍ରୀ ଆମର ଚିଠି ପାଏଲା ଉତାରୁ ଅଂଚଲବାସୀକର ଦୁଖ୍‌ ଆର ସମସିଆର ସମାଧାନ ନିହାତି କରବେ ବଲି କହିଛନ୍‌। ବୀରମହାରାଜପୁର ବ୍ଲକର ବହଳପଦର ଆର ଦୁର୍ଜନତୈଲା ପଁଚେତ୍‌ ଜିଲାର ସୀମାନାରେ ରହିଛେ। ଅନେକ ସମିଆରେ ଇ ଦୁଇ ପଁଚେତ୍‌ରେ ଲୋକ୍‌ ଠିକ୍‌ ଭାବେ ସୁଆସ୍‌ତିଅ ସେବା ବି ନାଇଁ ପାଇପାରବାର। ସେନ୍‌ତା ଅଂଚଲର ଅମରପାଲି, ବହଳପଦର, ଗୁଦଗୁଦା, ଗୌଡ଼ଗାଡ଼, ଦାଦରପାଲି, ଦୁର୍ଜନତୈଳା, ସୁରଧାପାଲି, କେନ୍ଦୁପାଲି ଗଁାରେ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ବଛର କେତେଟା ଭିତରେ ଅଂଚଲର ଶତାଧିକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମଲେନ। ଅଂଚଲରେ ପାଖାପାଖି ୧୫୦ରୁ ଅଧ୍‌କା ଲୋକ୍‌ ରୋଗ୍‌ରେ ପୀଡ଼ିତ ଥିବାର ଅଭିଯୋଗ ହେଉଛେ। ସେନ୍‌ତା ଫିମାସ ରୋଗ୍‌ରେ ଅଂଚଲର ଦୁଇଝନ୍‌ ଲେଖେଁ ମରୁଥିବାର ଜନାଯାଇଛେ। ଇ ବାବ୍‌ଦେ ଭିନେ ଭିନେ ସମିଆରେ ବିଭାଗୀୟ ଅଧ୍‌କାରୀମାନକୁ ଅଭିଯୋଗ କଲେ ବି ଆଏଁଖ୍‌ ଦୁରଶିଆ ପଦକ୍ଷେପ ନାଇଁ ନିଆଯିବାର। ଅଭିଯୋଗ ହେଲେ ବିଭାଗ ତରଫୁ ଗୁଟେ ଡାକ୍‌ତରିଦଲ ଆସି କିଛି ଲୁକ୍‌କର ରକତ୍‌ ନମୁନା ପରୀକ୍ଷା ଲାଗି ନେଉଛନ୍‌। ହେଲେ ପରୀକ୍ଷାର ଫଲାଫଲ କାଣା ହେଲା କେହି ଜାନି ନାଇଁପାରବାର। ଏନ୍‌ତା କି ଅଂଚଲର ଭିନେ ଭିନେ ନଲ୍‌ଚୁଅଁାର ପାଏନ୍‌ ନମୁନା ପରୀକ୍ଷା ଲାଗି ନେଇଥିଲେ ବି ତାର ରିପୋର୍ଟ ନାଇଁ ଦେଉଥିବାର ଲୋକ ଅଭିଯୋଗ କରୁଛନ୍‌। ଇ ଘଡ଼ିସଁଧି ସମିଆରେ ଦୁଇ ବହେନ୍‌ ପ୍ରଧାନମନ୍ତ୍ରୀକୁଁ ଚିଠି ଲେଖି ଅଂଚଲବାସୀକର ଦୁଖ୍‌, ସମସିଆର ସମାଧାନ କରବାକେ ଅନୁରୋଧ୍‌ କରବାର ଘଟନାକେ ନେଇ ଲୋକ୍‌ ସେମାନକୁ ଗୁରଦୁଟେ ପରଶଁସା କରିଛନ୍‌। ସେନ୍‌ତା ପ୍ରଧାନମନ୍ତ୍ରୀ ଇ ଦୁଇ ଛୁଆକର ଅନୁରୋଧ ରକ୍ଷା କରବେ ବଲି ଅଂଚଲବାସୀ ବି ଆଶ୍‌ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।…

ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ:ସୁରଧାପାଲି ଜଙ୍ଗଲରୁ ୩୪ ଏକରରୁ ଊର୍ଦ୍ଧ୍ୱ ଜବରଦଖଲ ଉଚ୍ଛେଦ

ଅମରପାଲି, ୪।୯(ପୀତାମ୍ବର ସାହୁ): ସୁବର୍ନପୁର ଜିଲା ବୀରମହାରାଜପୁର ତହସିଲ ଅଧୀନ କେନଝିରିଆପାଲି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ସୁରଧାପାଲି ଜଙ୍ଗଲ ମୌଜାରେ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri