Posted inଖେଳ

କିଙ୍ଗ୍ସ କପ୍‌ ଫୁଟବଲ: କୁରାକାଓଠାରୁ ହାରିଲା ଭାରତ ଛେତ୍ରୀଙ୍କ ମାଇଲ୍‌ଖୁଣ୍ଟ

ବୁରିରାମ(ଥାଇଲାଣ୍ଡ),୫।୬(ପି.ଟି): ଏଠାରେ ଚାଲିଥିବା କିଙ୍ଗ୍ସ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଖେଳାଯାଇଥିବା ତା’ର ପ୍ରଥମ ମ୍ୟାଚ୍‌ରେ କୁରାକାଓଠାରୁ ପରାସ୍ତ ହୋଇଛି। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ କରି ମାଇଲ ଖୁଣ୍ଟ ସ୍ଥାପନ କରିଥିଲେ ମଧ୍ୟ ଭାରତ ୩-୧ ଗୋଲରେ ମ୍ୟାଚ୍‌ ହାତଛଡ଼ା କରିଛି। ନୂଆ କୋଚ୍‌ ଆଇଗର ଷ୍ଟିମାକଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମ ପରାଜୟ ବରଣ କରିଛି।
ଏହି ମ୍ୟାଚ୍‌ ଖେଳିବା ସହ ଛେତ୍ରୀ ଭାରତର ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଫୁଟବଲର ବିବେଚିତ ହୋଇଛନ୍ତି। ପୂର୍ବପନ ଅଧିନାୟକ ବାଇଚୁଙ୍ଗ ଭୂତିଆ ସର୍ବାଧିକ ୧୦୭ଟି ମ୍ୟାଚ୍‌ ଖେଳିଥିଲେ। ତେବେ ଛେତ୍ରୀ ଏହାକୁ ଅତିକ୍ରମ କରି ୧୦୮ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଛେତ୍ରୀ ଭାରତ ତରଫରୁ ୩୧ତମ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ଏଥିସହ ସେ ମୋଟ ଉପରେ କ୍ୟାରିୟରର ୬୯ତମ ଗୋଲ ସ୍କୋର କରିଛନ୍ତି।
ଫିଫା ର଼୍ୟାଙ୍କିଙ୍ଗରେ କରିବିୟାନ ଦ୍ୱିପ ଦେଶ କୁରାକାଓ ଏବେ ୮୨ତମ ସ୍ଥାନରେ ରହିଛି। କୁରାକାଓର ଦୁଇଜଣ ଖେଳାଳି ଇଂଲିଶ ପ୍ରିମିୟର ଲିଗ୍‌ ଖେଳୁଛନ୍ତି। ସେହିପରି ଆଉ କେତେକ ଖେଳାଳି ୟୁରୋପିଆନ୍‌ ଲିଗ୍‌ ଖେଳୁଛନ୍ତି। କୁରାକାଓ ୧୮ ମିନିଟ ମଧ୍ୟରେ ୩ଟି ଗୋଲ ସ୍କୋର କରିଥିଲା। ୧୬ତମ ମିନିଟ୍‌ରେ ରୋଲି ବୋନେଭାସିଆ, ୧୮ତମ ମିନିଟ୍‌ରେ ଏଲସନ ହୁଇ ଓ ୩୩ତମ ମିନିଟରେ ଲିଓନାର୍ଡ କୁରାକାଓ ତରଫରୁ ଗୋଲ ଦେଇଥିଲେ। ଫିଫା ର଼୍ୟାଙ୍କିଙ୍ଗରେ ଭାରତ ଏବେ ୧୦୧ତମ ସ୍ଥାନରେ ରହିଛି। ଡିଫେନ୍ସ ଓ ଆଟାକରେ ଭାରତ ଦୁର୍ବଳ ପ୍ରଦର୍ଶନ କରିଥିଲା। ଭାରତ ଉପରେ କୁରାକାଓ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏବେ ଥାଇଲାଣ୍ଡ ଓ ଭିଏତ୍‌ନାମ ମୁହଁାମୁହିଁ ହେବେ। ଏହି ମ୍ୟାଚ୍‌ର ପରାଜିତ ଦଳକୁ ଭାରତ ତୃତୀୟ ସ୍ଥାନ ପ୍ଲେ ଅଫ୍‌ ପାଇଁ ଶୁକ୍ରବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ...

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦...

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ...

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ...

ଗ୍ରାଉଣ୍ଡରେ ଖେଳାଳି ପ୍ରଶଂସକଙ୍କ ମାରପିଟ

ସାଓ ପାଉଲୋ,୩।୨- ବ୍ରାଜିଲର ଏକ ଫୁଟବଲ କ୍ଲବ ମ୍ୟାଚ୍‌ ପ୍ରଶଂସକଙ୍କ ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ ପ୍ରଥମେ ପ୍ରଶଂସକମାନେ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ...

ଅମିର ଖାଁଙ୍କୁ ମହିଳା ହକି ଅଧିନାୟିକାଙ୍କ ଅନୁରୋଧ

ନୂଆଦିଲ୍ଲୀ,୨୬।୧- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ସେ ବଲିଉଡ...

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି...

ଏନ୍‌ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍‌

ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ।...

Advertisement
Archives

Model This Week