କିଏ ବା କହିବ

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ୬ ଡିସେମ୍ବରରେ ମାରିଦେବା ବିଷୟ ପ୍ରଘଟ ହେବା ପରେ ଦେଶବ୍ୟାପୀ ଏକ ଉତ୍ସବ ପାଲଟି ଯାଇଥିଲା। ଏ ବିଷୟ ପ୍ରାୟ ସବୁ ଗଣମାଧ୍ୟମରେ ବିସ୍ତୃତ ଆଲୋଚନା ହୋଇସାରିଛି। ଅନେକ ମତ ପ୍ରକାଶ ମଧ୍ୟ ପାଇଛି। ବ୍ୟବସ୍ଥା ବିରୋଧରେ କ୍ରୋଧ, ଲୋକଙ୍କୁ ନିଜ ହାତରେ ଆଇନକୁ ନେବାକୁ ଆକର୍ଷିତ କରୁଛି। ଏହାର ମୂଳ କାରଣ ଅନେକ ଥାଇପାରେ। କିନ୍ତୁ ମୁଖ୍ୟତଃ ଏହା ଲୋକଙ୍କୁ ହିଂସା ଘଟାଇବା ପାଇଁ ଏକ ଲାଇସେନ୍ସ ଯୋଗାଇ ଦେଇଛି। ଭାରତୀୟ ନ୍ୟାୟ ବ୍ୟବସ୍ଥା ଉପରେ ତଥାକଥିତ କ୍ରୋଧ ପ୍ରକାଶ କରୁଥିବା ବ୍ୟକ୍ତି ଏବେ ହାଇଦ୍ରାବାଦର ପୋଲିସ ଗୁଳିରେ ଅଭିଯୁକ୍ତ ୪ ବଳାତ୍କାରୀଙ୍କୁ ହତ୍ୟା କରିବା ବିଷୟକୁ ସ୍ବାଗତ କରୁଛନ୍ତି। ଏପରିକି ଅନେକ ଶିକ୍ଷିତ ବ୍ୟକ୍ତି ଏହି ଘଟଣାକୁ ଉଚିତ ଜବାବ କହି ଉତ୍‌ଫୁଲ୍ଲିତ ହେଉଛନ୍ତି। ଚିନ୍ତାର ବିଷୟ ହେଉଛି ଯେ, ଗୋଟିଏ ପଟେ ପ୍ରତିଶୋଧର ନିଆଁରେ ଉଡ଼ିଯାଉଥିବା ସମାଜ ତାହାର ଖୁସି ବ୍ୟକ୍ତ କରୁଥିବା ବେଳେ ଅନ୍ୟପଟେ ବାସ୍ତବ ସ୍ଥିତିକୁ ପ୍ରଶ୍ନ କରିବାକୁ ଭୁଲିଯାଉଛି।

ଏହା ସ୍ବୀକାର କରିବାକୁ ହେବ ଯେ, ପୃଥିବୀର ଅଧିକାଂଶ ଗରିବ ଦେଶ ଭଳି ଭାରତର ଅସଂଖ୍ୟ ଦରିଦ୍ରଙ୍କ ପାଇଁ ସାମାଜିକ ବ୍ୟବସ୍ଥା ଓ ନ୍ୟାୟ ଏକ ଭିନ୍ନ ରୂପ ଧାରଣ କରିଥାଏ। କେବଳ ସହରାଞ୍ଚଳର ବସ୍ତି ନୁହେଁ, ଅନେକ ଗ୍ରାମାଞ୍ଚଳରେ ମଧ୍ୟ ମହିଳା ଏବଂ ଅପ୍ରାପ୍ତ ବୟସ୍କ ପିଲାଙ୍କୁ ଯୌନ ନିର୍ଯାତନା ଓ ଆକ୍ରମଣ କରାଯାଉଛି। ଗୋଟିଏ ଝିଅ ତା’ର ନିଜ ପରିବାର ଭିତରେ ମଧ୍ୟ ଅସୁରକ୍ଷିତ ରହୁଛି। ସେଭଳି ପରିସ୍ଥିତିରେ ସମର୍ଥନ ଦେବା ପାଇଁ ଭଉଣୀ କିମ୍ବା ମା’ ମଧ୍ୟ ଆଗେଇ ଆସନ୍ତି ନାହିଁ। ଏଭଳି ପରିସ୍ଥିତି ଅଧିକାଂଶ ପରିବାରରେ ଦେଖିବାକୁ ମିଳିଥାଏ। ଅପରପଟେ ଯୁବ ମରଦଙ୍କୁ ସାମାଜିକ ଶିକ୍ଷା ମିଳେ ନାହିଁ। ସେଥିପାଇଁ ପଡ଼ୋଶୀର ଝିଅ କିମ୍ବା ସ୍ତ୍ରୀକୁ ଆକ୍ରମଣ କଲା ପରେ କୌଣସି ପ୍ରତିକ୍ରିୟା ପରିବାର କିମ୍ବା ସାହି ପଡ଼ିଶାରୁ ଉଠେନାହିଁ। ଅର୍ଥାତ୍‌ ସେହିଭଳି ଯୌନ ଆକ୍ରମଣ କରୁଥିବା ଯୁବକ ଭାବିନିଏ ଯେ, ଏଭଳି କାର୍ଯ୍ୟ କରିବା ସତ୍ତ୍ୱେ କୌଣସି ଦଣ୍ଡ ମିଳେନାହିଁ। ଅନ୍ୟ ଭାଷାରେ କହିବାକୁ ଗଲେ ବଳାତ୍କାର କରିବା ପାଇଁ ସେଇ ଯୁବକର ମନରେ ସାହସ ବଢ଼ିଯାଏ। ଦାରିଦ୍ର୍ୟରେ ରହୁଥିବା ସମାଜର ଏଭଳି ପରିସ୍ଥିତି କେବଳ ଭାରତରେ ନୁହେଁ, ମେକ୍ସିକୋ, ଚିଲି, ବ୍ରାଜିଲ୍‌ ଏବଂ ଆଫ୍ରିକା ମହାଦେଶର ଅନେକ ଦେଶରେ ଦେଖିବାକୁ ମିଳୁଛି। ଅନ୍ୟ ରାଷ୍ଟ୍ରଗୁଡ଼ିକର ଏଭଳି ମନସ୍ତାତ୍ତ୍ୱିକ ଆକ୍ରମଣ ସମ୍ପର୍କରେ ଅନେକ ଗବେଷଣା କରାଯାଉଥିବା ବେଳେ ଭାରତୀୟ ସମାଜର ବିଭିନ୍ନ ସ୍ତରରେ ଏଥିପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ସେହି ଗରିବ ଯୁବକ ତା’ ନିଜ ସମାଜରେ ବଳାତ୍କାର କରି ଚଲାବୁଲା କରୁଥିବା ବେଳେ ଯଦି ଗୋଟିଏ ମଧ୍ୟବିତ୍ତ ବର୍ଗର ନାରୀ ଉପରେ ଅତ୍ୟାଚାର କରିଦେଉଛି, ତେବେ ଗଣମାଧ୍ୟମର ଦୃଷ୍ଟି ଯୋଗୁ ଦେଶବ୍ୟାପୀ ଅଗ୍ନିକାଣ୍ଡ ଘଟିଯାଉଛି। ଭାରତର ଗ୍ରାମାଞ୍ଚଳରେ ଓ ସହରର ବସ୍ତି ଅଞ୍ଚଳରେ ବଳାତ୍କାର ଏକ ଦୈନନ୍ଦିନ ବ୍ୟାପାର ପାଲଟି ଗଲାଣି। ହାଇଦ୍ରାବାଦ ଭଳି ବଡ଼ ସହରଠାରୁ ଆରମ୍ଭ କରି ଉନ୍ନାଓ ପର୍ଯ୍ୟନ୍ତ ଭାରତୀୟ ସମାଜର ଯେଉଁ ଇନ୍ଦ୍ରଧନୁ ଦୃଶ୍ୟମାନ ହେଉଛି, ସେଥିରେ ସବୁ ଶ୍ରେଣୀର ମିଶ୍ରଣ ହୋଇ ଯାଉଥିବା ଭଳି ମନେହେଉଛି। ପରିସ୍ଥିତି ଏମିତି ହୋଇଗଲାଣି ଯେ, କ୍ୱଚିତ୍‌ ବନ୍ଧୁ ବା ପରିବାର ନିକଟରେ ନିଜ ପରିବାରର ମହିଳାଙ୍କୁ ଛାଡ଼ିବା ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡ଼ିଲାଣି, ଯାହାକି ପୂର୍ବରୁ ଭାରତୀୟ ପରିବାରରେ ଅତି ସାଧାରଣ ଘଟଣା ଥିଲା। ଏଠାରେ ସଂସ୍କାର, ଧର୍ମ କିମ୍ବା ନୈତିକତାର ପ୍ରଶ୍ନ ଉଠାଯାଇ ପାରିବ ନାହିଁ। ମଧ୍ୟବିତ୍ତ ପରିବାର ଯେଉଁ କେତୋଟି ବିଶ୍ୱାସକୁ ଧରିବସିଛି, ତାହା ଅରାଜକତାର ସମୁଦ୍ରରେ ଛୋଟିଆ ଦ୍ୱୀପ ଭଳି ମନେହେଉଛି। କେବଳ ସ୍କୁଲ, କଲେଜ ଶିକ୍ଷା ଲାଭ କରି ଶିକ୍ଷିତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରକୃତ ଶିକ୍ଷିତ କହିବା ଅସମ୍ଭବ। ପାଠପଢ଼ାରୁ ନୁହେଁ, ପରିବାର ଏବଂ ଚତୁଃପାର୍ଶ୍ୱରେ ଘଟୁଥିବା ଅବିଚାର ଅଧିକାଂଶ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ସେହି ବାତାବରଣରେ ଅନ୍ୟାୟ ଓ ଅତ୍ୟାଚାର ଯଦି ସାମାନ୍ୟ ବିଷୟ ଭାବେ ପରିଲକ୍ଷିତ ହେଉଥିବ, ତେବେ ସେଠାରେ ବଢ଼ୁଥିବା ଯୁବପିଢ଼ି ପାଇଁ ଅନେକ କାର୍ଯ୍ୟ ସାଧାରଣ ପ୍ରତିକ୍ରିୟା ଭାବେ ବୁଝାପଡ଼ିବା ସ୍ବାଭାବିକ।

ହାଇଦ୍ରାବାଦ ଘଟଣାରେ ପୋଲିସ ନିଜ ହାତକୁ ନ୍ୟାୟକୁ ନେଇ ଯେଉଁ ପରମ୍ପରା ସୃଷ୍ଟି କରିଛି, ତାହାକୁ ଆଇନ ବ୍ୟବସ୍ଥା ସହଜରେ ଗ୍ରହଣ କରିପାରି ନାହିଁ। ନ୍ୟାୟପାଳିକାର ସର୍ବୋଚ୍ଚ ବ୍ୟକ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଏହି ମର୍ମରେ ଦେଇଥିବା ମନ୍ତବ୍ୟ ଏଠାରେ ଗୁରୁତ୍ୱ ଧାରଣ କରୁଛି। ସେ କହିଛନ୍ତି ଯେ ପ୍ରତିଶୋଧ ନ୍ୟାୟ ନୁହେଁ। ନ୍ୟାୟ ଯେତେବେଳେ ପ୍ରତିଶୋଧରେ ରୂପାନ୍ତରିତ ହୋଇଯାଏ, ସେତେବେଳେ ତାହା ନିଜର ଅସ୍ତିତ୍ୱ ହରାଏ। ଦେଶବ୍ୟାପୀ ବଳାତ୍କାର ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବାରୁ ଜନସାଧାରଣ ବିବ୍ରତ ହୋଇ ତତ୍‌କ୍ଷଣାତ୍‌ ନ୍ୟାୟ ମିଳୁ ବୋଲି ଆଶା କରୁଛନ୍ତି। ଯେହେତୁ ନ୍ୟାୟ ବ୍ୟବସ୍ଥା ଡେରିରେ ମାମଲାଗୁଡ଼ିକର ରାୟ ପ୍ରକାଶ କରୁଛନ୍ତି, ସେହେତୁ ଲୋକେ ଅସ୍ଥିର ହୋଇଯାଉଛନ୍ତି। ଏହା କହିଲା ବେଳେ ଆମେ ସଚେତନ ହେବା ଦରକାର ଯେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ। ହାଇଦ୍ରାବାଦରେ ପୋଲିସ ଏନ୍‌କାଉଣ୍ଟରରେ ଯେଉଁମାନଙ୍କ ଜୀବନ ଯାଇଛି, ସେମାନେ ପ୍ରକୃତରେ ଘଟଣା ସହ ଜଡ଼ିତ ଥିଲେ କି ନାହିଁ ତାହା ଜଣାପଡ଼ିବା ଆଗରୁ ସେମାନଙ୍କୁ ମାରିଦିଆଗଲା। ଏଭଳି ଫଟାଫଟ୍‌ ନିଷ୍ପତ୍ତି ନିଆଯିବା ଓ ତାହାକୁ ଜନସାଧାରଣ ସମର୍ଥନ କରିଚାଲିଲେ ପୋଲିସ ଅଧିକ ବଳୀୟାନ୍‌ ହୋଇଯିବ। ଏମିତି ଦେଖିଲେ ଭାରତରେ ଅଧିକାଂଶ ପୋଲିସଙ୍କ କାର୍ଯ୍ୟକଳାପ ସନ୍ଦେହ ମଧ୍ୟରେ ଥାଏ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କଲା ପରେ ତାହାର ବିଚାର କରିବାର ଦାୟିତ୍ୱ ବିଚାରପତିଙ୍କ ଉପରେ ନ୍ୟସ୍ତ ହୋଇଥାଏ। ହେଲେ ଅନେକ ସମୟରେ ଦେଖାଯାଇଥାଏ ଯେ, କୌଣସି ଏକ ଅପରାଧକୁ ନେଇ ଚାରିଆଡ଼େ ତୁମ୍ବିତୋଫାନ ହେଲେ ପୋଲିସ ସନ୍ଦେହରେ ଥିବା କିଛି ଲୋକଙ୍କୁ ଟେକିଆଣି ଗିରଫ କରିଦେଇଥାଏ। ଏହାଦ୍ୱାରା ପୋଲିସ ତା’ର ଅପାରଗତାକୁ ଲୁଚାଇବାରେ ସକ୍ଷମ ହେବା ସହ ଜନତାଙ୍କ କ୍ରୋଧକୁ ପ୍ରଶମିତ କରିଦିଏ। ହାଇଦ୍ରାବାଦ ମହିଳା ପ୍ରାଣୀ ଡାକ୍ତରାଣୀଙ୍କ ଘଟଣା ସମଗ୍ର ଭାରତରେ ଚହଳ ପକାଇବାରୁ ତତ୍‌କ୍ଷଣାତ୍‌ ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରେ ମାରିଦିଆଯିବା ଆଇନସଙ୍ଗତ ନୁହେଁ ବୋଲି ଯେଉଁ କେତେ ଜଣ ୬ ଡିସେମ୍ବରରେ ସ୍ବର ଉଠାଇଥିଲେ, ସେମାନଙ୍କୁ ପ୍ରଥମେ ବିଭିନ୍ନ ଆଡୁ ସମାଲୋଚନା କରାଯାଇଥିଲା। କିନ୍ତୁ ଦିନ ଗଡ଼ିବା ସହ ସେମାନଙ୍କ ଯୁକ୍ତିକୁ ତର୍ଜମା କରାଯିବା ପରେ ଲୋକେ ହୃଦୟଙ୍ଗମ କରି ତାହାକୁ ଗ୍ରହଣ କଲେଣି।
ଏହା ନିଃସନ୍ଦେହ ଯେ, ବଳାତ୍କାର ହେଉଛି ଏକ ଜଘନ୍ୟ ଅପରାଧ। ଏଥିରେ ଅପରାଧୀକୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଦରକାର। କିନ୍ତୁ ପୋଲିସ ବ୍ୟବସ୍ଥା ଓ ନ୍ୟାୟପାଳିକାର ଗତି ମନ୍ଥର ହୋଇଯାଉଥିବାରୁ ଅପରାଧୀଙ୍କୁ ଠିକ୍‌ ସମୟରେ ଦଣ୍ଡ ମିଳିପାରୁନାହିଁ। ଉଚିତ ଢଙ୍ଗରେ ମାମଲାର ତଦନ୍ତ କରାଯାଇ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହାର ତ୍ୱରିତ୍‌ ସମାଧାନ କରାଯାଇପାରିଲେ ନ୍ୟାୟ ବ୍ୟସ୍ଥା ପ୍ରତି ଆସ୍ଥା ବଢ଼ନ୍ତା। ନଚେତ୍‌ ଏହା ମଧ୍ୟ କୁହାଯାଇପାରିବ ଯେ, ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ଘଟଣା ଘଟାଇଥିବା ଆସାମୀ ଏବେ ସ୍ବାଧୀନ ଭାବେ ବୁଲୁଥାଇପାରନ୍ତି। କାରଣ ପୋଲିସ ସେମାନଙ୍କୁ ଖୋଜିବା ପରିବର୍ତ୍ତେ ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ୪ ଅସମ୍ପୃକ୍ତ ବ୍ୟକ୍ତିଙ୍କୁ ହୁଏତ ଗୁଳି କରି ମାରିଦେଇଥାଇପାରେ। କିଏ ବା କହିବ ସତ୍ୟ କ’ଣ?


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?