କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସମସ୍ତେ ଭୋଟଦେବା ଜରୁରୀ। ଯେତେ ଅଧିକ ସଂଖ୍ୟାରେ ଭୋଟ ପଡ଼ିବ ସେତିକି ଲୋକଙ୍କ ମତ ଆଗକୁ ଆସିଲା ବୋଲି ବୁଝାପଡ଼ିବ। ଭୋଟ ନ ଦେବା ଗଣତନ୍ତ୍ର ବିରୋଧୀ। ସେ ଗଣତନ୍ତ୍ରର ଜଣେ ଦୃଢ଼ ସମର୍ଥକ ଭାବେ ସବୁବେଳେ ଭୋଟ ଦେଇ ଆସୁଛନ୍ତି। ବଞ୍ଚତ୍ଥିବା ଯାଏ ଭୋଟ ଦେବେ। ଚଳିତ ନିର୍ବାଚନରେ ଭୋଟରମାନେ କେତେକ ସ୍ଥାନରେ ପ୍ରାର୍ଥୀ, କେତେକ ସ୍ଥାନରେ ଦଳ ଏବଂ ଆଉ କେତେକ ସ୍ଥାନରେ ସର୍ବୋଚ୍ଚ ନେତାଙ୍କୁ ଦେଖି ବାଛିବେ। ଲୋକଙ୍କ ପାଖରେ ଅନେକ ସମସ୍ୟା ଅଛି। ଜନସାଧାରଣ କୌଣସି ଦଳ କିମ୍ବା କୌଣସି ପ୍ରାର୍ଥୀ ସହ ସନ୍ତୁଷ୍ଟ ନୁହନ୍ତି ା ତଥାପି ଭୋଟ ନିଶ୍ଚିତ ଭାବେ ଦେବା ଦରକାର ବୋଲି ସେ ମତ ରଖିଥିଲେ।

ଏହି ଅବସରରେ ତଥାଗତ ଆହୁରି ମଧ୍ୟ କହିଲେ, ସେ ରାଜନୀତିରୁ ଦୂରେଇ ଯାଇନାହାନ୍ତି। ତଥାକଥିତ ଇଲେକ୍ଟୋରାଲ ପଲିଟିକ୍ସରୁ ଦୂରେଇ ଯାଇଛନ୍ତି। ଲୋକଙ୍କ ସେବା ପାଇଁ  ରାଜନୀତି ଏକମାତ୍ର ମାଧ୍ୟମ ନୁହେଁ। ଢେଙ୍କାନାଳ, ଅନୁଗୋଳ ସମେତ ଓଡ଼ିଶାବାସୀଙ୍କ  ସେବା କରିବା ପାଇଁ ତାଙ୍କୁ ଏକ ୱାଇଡର ସ୍କୋପ୍‌ ଦରକାର ଥିଲା। ତାହା ସେ ନେଇଛନ୍ତି। ଭବିଷ୍ୟତରେ ଆଉ କାହାଠାରୁ ଟିକେଟ ନେଇ ନିର୍ବାଚନ ଲଢ଼ିବେନି। ସେଭଳି ପରିସ୍ଥିତି ପ୍ରଭୁ ଜଗନ୍ନାଥ ନ ଦିଅନ୍ତୁ ବୋଲି ଏମ୍‌ପି ସତପଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ…

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri