କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଲମରିଚକୁ କୌଣସି ଔଷଧ ସହ ସେବନ କଲେ ତାହା ଔଷଧର ପ୍ରଭାବକୁ ବୃଦ୍ଧି କରିଥାଏ। ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଆଇରନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ମହଜୁଦ୍‌ ଥାଏ। ଲେମ୍ବୁ ପାଣି ସହ ଗୋଲମରିଚ ଏବଂ କଳାଲୁଣ ମିଶାଇ ଦୈନନ୍ଦିନ ସେବନ କଲେ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ। କାଶ ଏବଂ କଫ ଭଲ କରିବାରେ ମଧ୍ୟ ଏହା ସହାୟ ହୋଇଥାଏ। ଗୋଲମରିଚ ଗୁଣ୍ଡରେ ସାମାନ୍ୟ ଘିଅ ମିଶାଇ ଖାଦ୍ୟ ସହ ସେବନ କରିପାରିବେ। ଏହାଦ୍ୱାରା କାଶ ଯୋଗୁ ହେଉଥିବା ଗଳା ଏବଂ ଛାତି ଯନ୍ତ୍ରଣାରୁ ଲାଘବ ମିଳିଥାଏ। ଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ କୁଳି କଲେ ଦାନ୍ତ ମାଢ଼ି ମଜବୁତ୍‌ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଲମରିଚ ଗୁଣ୍ଡରେ ଗୋଲାପ ଜଳ ମିଶାଇ ଚେହେରାରେ ଥିବା କଳାଦାଗରେ ଲଗାଇଲେ କିଛି ଦିନ ପରେ ଚେହେରାର ଉଜ୍ଜ୍ୱଳତା ବଢ଼ିଦା ସହ ଦାଗ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

ଅଦ୍ଭୁତ ପାଣି, ଲାଭ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମସ୍ତେ ବିଶୁଦ୍ଧ ପାଣି ପିଇବାକୁ ଚାହାନ୍ତି। ଏହା ଅନେକ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଧନୀ ଲୋକମାନେ ଅନ୍ୟ କିଛି ଚାହାନ୍ତି। ସେମାନେ କିଛି...

ପ୍ରଦୂଷଣ: କାରଣ, ନିରାକରଣ

ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍‌ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍‌ ଶକ୍ତିର ଘୋର ଅପଚୟ ଘଟୁଛି। ଆମ...

ଭୟଙ୍କର ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ...

ବାସ୍ତୁଦୋଷ ଥିଲେ ଘରେ ଉପୁଜିଥାଏ ଅଶାନ୍ତି, ଦୂର ପାଇଁ ପ୍ରତିକାରର ଉପାୟ…

ଅନେକେ ବିଶ୍ୱାସ କରନ୍ତି, ଘରେ କୌଣସି ବାସ୍ତୁଦୋଷ ଥିଲେ ବହୁ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri