କାଳୀ ମନ୍ଦିରରୁ ଚୋରି: ସୁନା ଆଖି, ଜିଭ ନେଇଗଲେ ଲୁଟେରା

ଗୋପାଳପୁର,୧୨ା୧- ଗଞ୍ଜାମ ଜିଲା ଗୋପାଳପୁର ଥାନା ଆମ୍ବପୁଆସ୍ଥିତ କାଳୀ ମନ୍ଦିରରେ ଶନିବାର ରାତିରେ କଳାକନା ବୁଲାଇଛନ୍ତି ଲୁଟେରା। ମା’ କାଳୀଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି। ନଂ.୫/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଆମ୍ବପୁଆସ୍ଥିତ ରାସ୍ତା ପାର୍ଶ୍ୱରେ ଥିବା କାଳୀ ମନ୍ଦିରରେ ଶନିବାର ରାତିରେ ପୂଜକ ପୂଜାର୍ଚ୍ଚନା ସାରି ପହଡ ପକାଇ ଚାଲିଯାଇଥିଲେ। ରାତିରେ ଲୁଟେରାମାନେ ମନ୍ଦିର କବାଟ ତାଲା ଭାଙ୍ଗି ଭିତରେ ପଶି ମା’ କାଳୀଙ୍କ ଦୁଇଟି ରୁପା କିରୀଟ, ଦୁଇଟି ସୁନା ଆଖି, ସୁନା ଜିଭ ସହ ହୁଣ୍ଡିରେ ଥିବା ଟଙ୍କା ପଇସା ନେଇଯାଇଛନ୍ତି। ରବିବାର ସକାଳେ ପୂଜକ ଓ ସ୍ଥାନୀୟ ଲୋକେ କବାଟ ଖୋଲାଥିବା ଦେଖିଥିଲେ। ମନ୍ଦିର ଭିତରକୁ ଯିବାରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଗୋପାଳପୁର ଥାନାକୁ ଫୋନ କରି ଜଣାଇଥିଲେ। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳ ମନ୍ଦିରରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯୦୭ କିଲୋ ଗଞ୍ଜେଇ ଜବତ: ଦୁଇ ଗିରଫ

କୋରାପୁଟ,୧୦।୫(ସ୍ବ.ପ୍ର.): କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ମିନି ଟ୍ରକରୁ ୯୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଗାଡିର ଡ୍ରାଇଭର...

ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଶାସନିକ ଅବହେଳା: ୨୧ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟ ଅଧାପନ୍ତରିଆ, ଫେରିଲେ ୫୨ ପ୍ରବାସୀ

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଳକ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୦ଟି ପଞ୍ଚାୟତରେ ପ୍ରବାସୀ ଓଡିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ...

ଅନ୍ୟ ରାଜ୍ୟରେ ଅଙ୍ଗୁର ଦାମ୍‌ରେ ବିକ୍ରି ହେଉଛି କେନ୍ଦୁଝର ଜାମୁକୋଳି

କେନ୍ଦୁଝର,୧୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଜାମୁକୋଳି ପଡ଼ୋଶୀ ରାଜ୍ୟରେ ଚାହିଦା ଅଧିକ। ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ କେନ୍ଦୁଝର ଜାମୁକୋଳି ବହୁଳ ମାତ୍ରାରେ ବିକ୍ରି ହେଉଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଛେଣ୍ଡିପଦା,୧୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

୭ ସ୍ମାର୍ଟ ରୋଡ୍‌ ପାଇଁ ୧୨କୋଟି

ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍‌ ଫର୍‌ ଅର୍ବାନ ରୋଡ୍‌ ଏକ୍‌ଜିକ୍ୟୁଶନ (ଏସ୍‌ୟୁଆର୍‌ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍‌ ନିର୍ମାଣ...

ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତଜନକ ସ୍ଥିତିରେ ରହିଛି। ଲୋକମାନେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବାରୁ ଏହା ବିଶେଷ...

ବଢ଼ି ଚାଲିଛି ବିଜେଡିି- ଭାଜପା ଆରୋପ ପ୍ରତ୍ୟାରୋପ

ଭଦ୍ରକ ଅଫିସ,୨୭ା୧୦: ଧାମନଗର ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଭାଜପା-ବିଜେଡ଼ି ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢ଼ି ଚାଲିଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ...

ଯାଜପୁର ପୌର ପରିଷଦ: କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ବ୍ୟାନର ପୋଡ଼ି ଅଭିଯୋଗ

ଯାଜପୁର ଟାଉନ,୧୮ା୩(ଡି.ଏନ.ଏ.): ଯାଜପୁର ପୌର ପରିଷଦର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରିୟଦର୍ଶିନୀ ସାମନ୍ତଙ୍କ ଏକ ବ୍ୟାନର ଯାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଲଗାଯାଇଥିଲା। ତେବେ ଉକ୍ତ...

Advertisement
Archives

Model This Week