Posted inରାଜ୍ୟ

କାଳିଆପଡ଼ାଠାରେ ୩ କାର୍‌ ଦୁର୍ଘଟଣାଗ୍ରସ୍ତ: ୭ ଗୁରୁତର

ନୟାଗଡ଼ ଅଫିସ, ୮ା୭: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଆଡ଼କଟା କାଳିଆପଡ଼ାଠାରେ ସୋମବାର ସକାଳେ ୨ଟି ବରଯାତ୍ରୀ କାର୍‌ ସହ ଅନ୍ୟ ଏକ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରତର ରହିଛି। ସେମାନେ ହେଲେ ଦଶପଲ୍ଲା ହାଟସାହିର ପାଣ୍ଡବ ସ୍ବାଇଁ, ନବ କିଶୋର ପ୍ରଧାନ, ବାଣପୁରର ପ୍ରଶାନ୍ତ ସ୍ବାଇଁ, ଉଲା ବାରିକ, ଚିଲିକାର ରମେଶ ପ୍ରଧାନ, ଭାରତୀ ପ୍ରଧାନ, ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ।
ପ୍ରକାଶ ଯେ, ଦଶପଲ୍ଲା ହାଟସାହିରେ ଏକ ବିବାହ କାର୍ଯ୍ୟକ୍ରମ ରହିଥିଲା। ବରଙ୍କ ସମ୍ପର୍କୀୟମାନେ ଦୁଇଟି କାର୍‌ ଯୋଗେ କଣ୍ଟିଲୋ ବିଜିପୁରକୁ ବରଯାତ୍ରୀ ଭାବେ ଯାଇଥିଲେ। ସେଠାରୁ ସେମାନେ ଦଶପଲ୍ଲାକୁ ଫେରୁଥିବା ବେଳେ କାଳିଆପଡ଼ାଠାରେ ଗଣିଆପଟୁ ଆସୁଥିବା ଏକ କାର୍‌ ସେମାନଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ପ୍ରଥମ ବରଯାତ୍ରୀ କାର୍‌କୁ ଧକ୍କା ଦେବାପରେ ପଛରେ ଆସୁଥିବା ଆଉ ଏକ କାର୍‌କୁ ମଧ୍ୟ ଧକ୍କା ହୋଇଥିଲା। ଫଳରେ ୩ଟି ଗାଡ଼ିରେ ଥିବା ୧୨ଜଣ ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ସମୟରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଦେଢମାସ ମଧ୍ୟରେ ନିଶ୍ଚିତ ବସିବ। ସେପ୍ଟେମ୍ବର ୩୦ ପୂର୍ବରୁ ହିଁ ଅଧିବେଶନ ହେବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ଆଦିତ୍ୟ ମୃତ୍ୟୁ ପଛରେ ‘ସାଇକୋ ଲେଡି’

ଭୁବନେଶ୍ୱର,୨ା୯(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲାରେ ପଦାକୁ ଆସିଛି ନୂଆ ଟୁଇଷ୍ଟ। ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଆଦିତ୍ୟଙ୍କ...

ଏସଆଇଟିର ମୁଖ୍ୟ ହେଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୮।୧୧।(ବ୍ୟୁରୋ)-ନୟାଗଡ ’ପରୀ’ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ...

ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ...

ଶ୍ରୀମନ୍ଦିରରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ: କଡ଼ ଲେଉଟାଇଲେ ଶୟନ ଠାକୁର

ପୁରୀ ଅଫିସ, ୧୦।୯: ଶ୍ରୀମନ୍ଦିରରେ ସୋମବାର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି। କଡ଼ ଲେଉଟାଇଛନ୍ତି ଶୟନ ଠାକୁର। ମଙ୍ଗଳବାର ମହାପ୍ରଭୁଙ୍କ ବାମନ ବେଶ...

ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର ଅଫିସ,୧୧ା୭: ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳଭଣ୍ଡାରକୁ ଜଳର ପ୍ରବେଶ ମାତ୍ରା ବୃଦ୍ଧି ପାଇଛି । ଜଳଭଣ୍ଡାରରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ରବିବାର...

ଆବାସ ଯୋଜନା ବାଟବନା:ପଲିଥିନ୍‌ ଢପା ଭଂଗା ଘରେ ଗରିବ ପରିବାର

ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍‌ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍‌ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ...

Advertisement


Archives

Model This Week

Why Dharitri