କାରରୁ ଓହ୍ଲାଇ କୋଷ୍ଠରୋଗୀଙ୍କୁ ରାସ୍ତା ପାର କରାଇଲେ ଡାକ୍ତର: ଛୁଇଁଲେ କୁଷ୍ଠରୋଗ ବ୍ୟାପେ ନାହିଁ

ଚିପିଲିମା, ୪।୬ (ସ୍ବ.ପ୍ର.)କୁଷ୍ଠରୋଗୀମାନଙ୍କ ପ୍ରତି ଆମମାନଙ୍କ ଭିତରେ ଏବେ ବି ଘୃଣାଭାବ ରହିଛି। ସେମାନଙ୍କୁ ଛୁଇଁଲେ କୁଷ୍ଠରୋଗ ବ୍ୟାପେ ବୋଲି ଆମମାନଙ୍କ ଭୁଲ୍‌ ଧାରଣା ମଧ୍ୟ ରହିଛି। କୌଣସି ବ୍ୟକ୍ତି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ନିଜ ପରିବାର ଲୋକଙ୍କ ଦ୍ୱାରା ହିଁ ଉପେକ୍ଷିତ ହେଉଛନ୍ତି। ସେମାନଙ୍କୁ ଘରୁ ବାହାର କରି ଦିଆ ଯାଉଛି। ଏଣୁ ବାଧ୍ୟ ହୋଇ ସେମାନେ କୁଷ୍ଠ ରୋଗୀ କଲୋନୀ ନାହିଁ ତ ଗାଁ ବାହାରେ ରହୁଛନ୍ତି। ଏଣୁ ଆମକୁ ଏଭଳି ବିଚାରଧାରାରୁ ମୁକୁଳିବାକୁ ପଡିବ। କୁଷ୍ଠରୋଗୀଙ୍କୁ ଘୃଣା ନ କରି ଭଲ ପାଇବାକୁ ହେବ। ଘରେ ରଖି ସେମାନଙ୍କୁ ଚିକିତ୍ସା କଲେ ଓ ନିୟମିତ ଔଷଧ ଦେଲେ ଏହା ଭଲ ହୋଇଯିବ। ଆମକୁ ଏହା ମନେ ରଖିବାକୁ ହେବ ଯେ, କୁଷ୍ଠରୋଗୀଙ୍କୁ ଛୁଇଁଲେ ଆଦୌ ଏହି ରୋଗ ଅନ୍ୟକୁ ବ୍ୟାପେ ନାହିଁ। ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲ (ଭିମ୍‌ସାର)ର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏହି ବାର୍ତ୍ତା ଦେଇଛନ୍ତି। ସୋମବାର ସକାଳେ ସେ କାର ଚଳାଇ ଯାଉଥିବାବେଳେ ଜଣେ କୁଷ୍ଠରୋଗୀ ରାସ୍ତା ପାର ହୋଇ କୁଷ୍ଠ କଲୋନୀ ଭିତରେ ଥିବା କୁଡିଆକୁ ଯିବାକୁ ଚେଷ୍ଟା କରୁଥିଲେ। ହେଲେ ଗାଡିମୋଟରର କ୍ଷୀପ୍ର ଗତି ଯୋଗୁ ଆଗପଛ ହୋଇ ରହି ଯାଉଥିଲେ। କିଛି ସମୟ ଧରି ଏହା ଦେଖିବା ପରେ ରାସ୍ତାକଡକୁ ଡାକ୍ତର ରାମଚନ୍ଦାନୀ ନିଜ କାର ସାଇଡ୍‌ କରିଥିଲେ। କାରରୁ ଓହ୍ଲାଇ କୁଷ୍ଠରୋଗରେ ଆକ୍ରାନ୍ତ ବୃଦ୍ଧ ଜଣଙ୍କ ପାଖକୁ ଯାଇଥିଲେ। ‘ମଉସା କୁଆଡେ ଯିବ’ ବୋଲି ପଚାରିବାରୁ ବୃଦ୍ଧ ଜଣକ କହିଥିଲେ ‘ବାପା ରାସ୍ତା ସେପଟେ ଦିଶୁଥିବା ମୋ କୁଡିଆକୁ ଯିବି। ହେଲେ ଗାଡିମୋଟର ଧାଁ ଦଉଡ କରୁଥିବାରୁ କେତେବେଳୁ ଏମିତି ଆଗପଛ ହୋଇ ଭୟରେ ରହି ଯାଉଛି’। ଏହା ଶୁଣି ତତ୍‌କ୍ଷଣାତ ଡାକ୍ତର ତାଙ୍କୁ କୋଳେଇ ଧରି ରାସ୍ତା ଆରପଟେ ଥିବା କୁଡିଆରେ ଛାଡିଥିଲେ। ‘ଆସୁଛି’ ବୋଲି କହିବା ବେଳେ ବୃଦ୍ଧ ଜଣଙ୍କ ଡାକ୍ତରଙ୍କୁ ଧନ୍ୟବାଦ ତ ଦେଲେ ହେଲେ ନାଁ, ଗାଁ ପଚାରିବାକୁ ଭୁଲି ନ ଥିଲେ। ଡାକ୍ତର ନିଜ ପରିଚୟ ବି ଦେଲେ। ଏହା ଜାଣିବା ପରେ ବୃଦ୍ଧ ଜଣକ କହିଲେ ‘ବାପା ସତରେ କ’ଣ ତମ ଭଳି ଯୁବକ ବା ଡାକ୍ତର ଏ ସମାଜରେ ଅଛନ୍ତି ଯିଏ କୁଷ୍ଠରୋଗୀକୁ ଛୁଇଁ ପାରୁଛି। ଆମେ ତ ସମାଜରେ ଘୃଣାର ପାତ୍ର।’ ଏହା ଶୁଣି ହସିଦେଇ ଡାକ୍ତର ରାସ୍ତା ପାର ହେଲେ ଆଉ ନିଜ କାର ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହୋରିଗଲେ। ତେବେ ଡାକ୍ତର କୁଷ୍ଠରୋଗୀଙ୍କୁ କୋଳେଇ ରାସ୍ତା ପାର କରିବା ଦୃଶ୍ୟ ସେଠାରେ ଥିବା ଅନ୍ୟ ଜଣେ ନିଜ ମୋବାଲରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଏବେ ଭାଇରାଲ ହେବା ସହ ଡାକ୍ତରଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଏ ନେଇ ଡାକ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମମାନଙ୍କ ଭଳି ସେମାନେ ବି ତ ମଣିଷ ନା। ସମାଜରେ ସମ୍ମାନର ବଞ୍ଚିବା ସେମାନଙ୍କର ଅଧିକାର ଅଛି। ଆମେ ରୋଗକୁ ଘୃଣା କରିବା ହେଲେ ରୋଗୀଙ୍କୁ ନୁହେଁ। ଶିକ୍ଷିତ ସମାଜ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri