କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଗୁରୁବାର ରାତିରେ ପ୍ରତ୍ୟାହୃତ ହୋଇଛି। ଶ୍ରମିକଙ୍କ ନିମନ୍ତେ ହକ୍‌ ଦାବି କରିବାରୁ କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କ ସ୍ବାର୍ଥକୁ ଅଣଦେଖା କରି ପାଲଟା ପଦକ୍ଷେପ ସ୍ବରୂପ ଆଲୁମ ଏକ୍ସଟ୍ରୁସିଅନସ ମଜଦୁର ସଭାର ସମ୍ପାଦକ ଓ ସହ ସମ୍ପାଦକଙ୍କୁ ନିଲମ୍ବିତ କରିଥିଲେ। ଶତାଧିକ ଶ୍ରମିକ ନିଲମ୍ବନ ଆଦେଶର ପ୍ରତିବାଦ କରିବା ସହିତ ଶ୍ରମିକଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ରଖିବାକୁ ଦାବି କରି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ।
ଗୁରୁବାର ସନ୍ଧ୍ୟାରେ ଆଲୁମ ଏକ୍ସଟ୍ରୁସିଅନସ ମଜଦୁର ସଭାର ଉପସଭାପତି ଉମାକାନ୍ତ ପଣ୍ଡା, ୱାର୍କର୍ସ ୟୁନିୟନ ସଭାପତି ଶୁଭେନ୍ଦୁ ମଙ୍ଗରାଜ, କାରଖାନା ମ୍ୟାନେଜର ହୀରାଲାଲ ଶର୍ମା, ଏଚଆର ଚନ୍ଦନ ମୁଖାର୍ଜୀଙ୍କ ସହ ଆଲୋଚନା କରିଥିଲେ ା ନିଲମ୍ବିତ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି ଏବଂ ଉତ୍ତର ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କାରଖାନା ଏଚଆର ସୂଚନା ଦେଇଥିଲେ। ମଜଦୁର ସଭା ଉପସଭାପତି ଚଳିତମାସ ୨୪ ତାରିଖ ମଧ୍ୟରେ ଦୁଇ ଶ୍ରମିକ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri