କାରଖାନାରେ ଶ୍ରମିକ ଅଶାନ୍ତି, ଆଲୋଚନା ପରେ ସ୍ବାଭାବିକ ହେଲା

ରେମୁଣା, ୧୦।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅଧୀନ ଗଣେଶ୍ୱରପୁର ଶିଳ୍ପାଞ୍ଚଳସ୍ଥିତ ଆଲୁମ ଏକ୍ସଟ୍ରୁସିଅନସ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା। କାରଖାନା ସମ୍ମୁଖରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଗୁରୁବାର ରାତିରେ ପ୍ରତ୍ୟାହୃତ ହୋଇଛି। ଶ୍ରମିକଙ୍କ ନିମନ୍ତେ ହକ୍‌ ଦାବି କରିବାରୁ କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କ ସ୍ବାର୍ଥକୁ ଅଣଦେଖା କରି ପାଲଟା ପଦକ୍ଷେପ ସ୍ବରୂପ ଆଲୁମ ଏକ୍ସଟ୍ରୁସିଅନସ ମଜଦୁର ସଭାର ସମ୍ପାଦକ ଓ ସହ ସମ୍ପାଦକଙ୍କୁ ନିଲମ୍ବିତ କରିଥିଲେ। ଶତାଧିକ ଶ୍ରମିକ ନିଲମ୍ବନ ଆଦେଶର ପ୍ରତିବାଦ କରିବା ସହିତ ଶ୍ରମିକଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ରଖିବାକୁ ଦାବି କରି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଆରମ୍ଭ କରିଥିଲେ।
ଗୁରୁବାର ସନ୍ଧ୍ୟାରେ ଆଲୁମ ଏକ୍ସଟ୍ରୁସିଅନସ ମଜଦୁର ସଭାର ଉପସଭାପତି ଉମାକାନ୍ତ ପଣ୍ଡା, ୱାର୍କର୍ସ ୟୁନିୟନ ସଭାପତି ଶୁଭେନ୍ଦୁ ମଙ୍ଗରାଜ, କାରଖାନା ମ୍ୟାନେଜର ହୀରାଲାଲ ଶର୍ମା, ଏଚଆର ଚନ୍ଦନ ମୁଖାର୍ଜୀଙ୍କ ସହ ଆଲୋଚନା କରିଥିଲେ ା ନିଲମ୍ବିତ ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି ଏବଂ ଉତ୍ତର ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କାରଖାନା ଏଚଆର ସୂଚନା ଦେଇଥିଲେ। ମଜଦୁର ସଭା ଉପସଭାପତି ଚଳିତମାସ ୨୪ ତାରିଖ ମଧ୍ୟରେ ଦୁଇ ଶ୍ରମିକ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ...

ସଡ଼କ ଦୁର୍ଘଟଣାରେ ଯୁବ ଚିତ୍ରଶିଳ୍ପୀଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ/ରେମୁଣା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର-ରେମୁଣା ରାସ୍ତାର ଗୋଲେଇ ଛକସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଯୁବ ଚିତ୍ରଶିଳ୍ପୀ ଦେବେନ୍ଦ୍ର...

‘ଗାଁ ନାଟକରୁ ମିଳିଥିଲା ପ୍ରେରଣା’

ସିମୁଳିଆ, ୩।୩(ସନ୍ତୋଷ କୁମାର ନାୟକ)-କଲମ ମୁନରେ ସମାଜରେ ସଂସ୍କାର ଆଣିହେବ। ଏନେଇ ଅହରହ ପ୍ରୟାସ ଜାରି ରଖିଛନ୍ତି ନାଟ୍ୟକାର ନବଘନ ରାଉଳ। ଜଣେ ବାସ୍ତବବାଦୀ ଲେଖକ...

ଫସଲ ଉଜାଡ଼ିଲେ ୬ ହାତୀ: ଚାଷୀକୁଳ ହତାଶ

ସଜନାଗଡ଼, ୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ କୁଲଡ଼ିହା ଅଭୟାରଣ୍ୟର ୬ଟି ହାତୀ ପଶି ଉପଦ୍ରବ ଚଳାଇଛନ୍ତି। ହାତୀପଲ ଯେତିକି ଫସଲ ଖାଉଛନ୍ତି ତାହାଠାରୁ ଅଧିକ...

ମିନିଷ୍ଟାଡ଼ିୟମ୍‌ ପରିଦର୍ଶନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ

ବାଲେଶ୍ୱର ଅଫିସ, ୩।୯-ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ଆଇକାର୍ଡ଼ା ପକ୍ଷରୁ କ୍ଷେତ୍ର ପରିଦର୍ଶନ

ବାଲେଶ୍ୱର ଅଫିସ,୨୯।୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଏବଂ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା ସଂସ୍ଥା(ଆଇକାର୍ଡ଼ା) ନୂଆଦିଲ୍ଲୀ...

ଉପକୂଳମୁହାଁ ବୁଲବୁଲ୍‌: ଦୀଘାରେ ହାଇଆଲର୍ଟ

ଭୋଗରାଇ, ୯।୧୧(ଡି.ଏନ୍‌.ଏ.): ବାତ୍ୟା ‘ବୁଲବୁଲ୍‌’ ପ୍ରଭାବରେ ବାଲେଶ୍ୱର ଜିଲାର ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ଦୀଘା ଉପକୂଳ ସମୁଦ୍ରରେ ଶନିବାର ୫ରୁ ୯ଫୁଟ୍‌ର ଜୁଆର ମାଡ଼ିଆସୁଥିବା ଦେଖାଯାଇଛି।...

ସରପଞ୍ଚଙ୍କୁ କରୋନା

ବାଲେଶ୍ୱର ଅଫିସ,୧୭ା୫: ରବିବାର ବାଲେଶ୍ୱର ଜିଲାରେ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସିମୁଳିଆ ବ୍ଲକର ଜଣେ ସରପଞ୍ଚ  ପଜିଟିଭ୍‌ ଚିହ୍ନଟ ହେବାସହ ଉକ୍ତ...

Advertisement
Archives

Model This Week