କାମାକ୍ଷାନଗରରେ ନୀତି ଆୟୋଗ ସଦସ୍ୟ: ଶିକ୍ଷା, ବିଦ୍ୟୁତ୍‌ ବ୍ୟବସ୍ଥା ସ୍ଥିତି ପରିଖିଲେ

କାମାକ୍ଷାନଗର, ୧୮।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅଞ୍ଚଳକୁ ଗୁରୁବାର ପରିଦର୍ଶନରେ ଆସିଥିଲେ ନୀତି ଆୟୋଗ ସଦସ୍ୟା ମାନ୍‌ସୀ ସିଂ। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ, ରାସ୍ତା ଏବଂ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ବୁଲି ଦେଖିଥିଲେ।
ମାନ୍‌ସୀ ସିଂ ପ୍ରଥମେ କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ପହଞ୍ଚତ୍ ସ୍କୁଲର ସଫଳତା, ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ନବନିର୍ମିତ ଅଟଳ ଟିଙ୍କରିଙ୍ଗ୍‌ ଲ୍ୟାବ ବୁଲି ଦେଖିଥିଲେ। ଲବୋରେଟୋରିରେ ଛାତ୍ରୀଛାତ୍ରଙ୍କ ବ୍ୟବହାରିକ ଜ୍ଞାନକୁ ଅନୁଧ୍ୟାନ କରିଥିଲେ। ପିଲାଙ୍କ ସହ ସ୍ବଳ୍ପ ସମୟ ଭାବ ବିନିମୟ କରି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପରେ ଜିରିଡ଼ାମାଳି ଗସ୍ତ କରି ବିଦ୍ୟୁତ୍‌ ବିଭାଗ ଦ୍ବାରା ନବନିର୍ମିତ ପାଓ୍ବାର ଗ୍ରୀଡ୍‌ ଦେଖିଥିଲେ। ଏହାର ଉପଯୋଗିତା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପୁଙ୍ଖାନୁପୁଙ୍ଖ ପଚାରି ବୁଝିଥିଲେ। ଶେଷରେ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ଗସ୍ତ କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁଦାନରେ ନିର୍ମିତ ରାସ୍ତା ଦେଖିଥିଲେ।
ଅଧିକାରୀଙ୍କ ଏହି ଗସ୍ତ ସମୟରେ ଜିଲା ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟକ୍ରମ ଅଧିକାରୀ ବି. ମୋହନ ରାଓ, ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ଅଧିକାରୀ ପ୍ରଜ୍ଞାପାରମିତା ଦାସ, ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ନଳିନୀଶଙ୍କର ରଥ, ସରପଞ୍ଚ ଚିତ୍ତରଞ୍ଜନ ସେଠୀ, ହାଇସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟଜିତ୍‌ ରାଉତ, ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡୋକ୍ରା ଶିଳ୍ପକୁ କରୋନା ମାଡ଼

ଢେଙ୍କାନାଳ ଅଫିସ, ୩।୪ – କୋଭିଡ୍‌-୧୯ ସଂକ୍ରମଣରେ ପ୍ରଭାବିତ ହୋଇଛି ସମଗ୍ର ଶିଳ୍ପ ଜଗତ। ଏଥିରୁ ବାଦ୍‌ ପଡ଼ିନି ପାରମ୍ପରିକ ହସ୍ତଶିଳ୍ପ। ଖାସ୍‌ କରି ଲକ୍‌ଡାଉନ...

ବଡ଼ଓଷାରେ ଉତ୍ସବମୁଖର ବୁଦ୍ଧେଶ୍ୱର ଶୈବପୀଠ: ଲାଗି ହେଲା ୨୮୧ ଭଣ୍ଡାର

ଭୁବନ, ୧୦।୧୧(ଡ.ଏନ.ଏ.)-ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ରବିବାର ବଡ଼ଓଷା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପାରମ୍ପରିକ ଭଣ୍ଡାର ଭୋଗ ଲାଗି କରିବା ପାଇଁ ହଜାର ହଜାର...

ହଷ୍ଟେଲରେ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟ

ଢେଙ୍କାନାଳ ଅଫିସ, ୫।୧୨ – ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ୫୬ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ଜିଲା ପ୍ରଶାସନର...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ଏପ୍ରିଲ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ୫୫ନଂ. ଏନ୍‌ଏଚ୍‌

ଢେଙ୍କାନାଳ ଅଫିସ, ୨୯ ।୪ ଢେଙ୍କାନାଳ ଜିଲାର ଜୀବନରେଖା କୁହାଯାଉଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ବର୍ଷ ଏପ୍ରିଲ୍‌ ସୁଦ୍ଧା ଶେଷ ହେବ।...

ବିକାଶ ଦେଖୁଛି ପୁଟିପାଳ

ଢେଙ୍କାନାଳ ଅଫିସ, ୧୦।୭: ଜୁଆଙ୍ଗ ଗାଁରେ ପଡ଼ିଛି ବିକାଶର କିରଣ। ଉଦୟ ହୋଇଛି ଅନ୍ଧାରରେ ବୁଡ଼ିଥିବା ଆଦିବାସୀ ପଡ଼ାର ଭାଗ୍ୟ। ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ପରେ...

ଦିନକର କାହାଣୀ: ଆଇସ୍‌କ୍ରିମ୍‌ ବେପାରରେ ବେଶ୍‌ ଖୁସୀ

ଢେଙ୍କାନାଳ-ଯୋରନ୍ଦା ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ଗ୍ରାମରେ ରୁହନ୍ତି ମଣିଆ ଭୋଇ (୩୨)। ସ୍ତ୍ରୀ ମହରଗି ଏବଂ ୧୦ମ ପଢୁଆ ପୁଅ ମହେଶ୍ୱରଙ୍କୁ ନେଇ ତାଙ୍କ...

ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ।...

Advertisement
Archives

Model This Week