କାମରେ ଆସୁନି ଆଇନ : ଖୋଲାଖୋଲି ଚାଲିଛି ଗୁଟ୍‌ଖା ବ୍ୟବସାୟ

କାମାକ୍ଷାନଗର, ୨।୬- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ଗୁଟ୍‌ଖା ଏବଂ ତମାଖୁ ବ୍ୟବସାୟ ବଢ଼ିବାରେ ଲାଗିଛି। ଆଇନଗତ କଟକଣା ସତ୍ତ୍ୱେ ଏହାକୁ ଦେଖିବାକୁ କେହିନାହିଁ। ସଚେତନତା ଅଭାବ ଏବଂ ଆଇନରେ ରହିଥିବା ଗଳାବାଟ ଯୋଗୁ ବେଧଡ଼କ ବଢ଼ିଚାଲିଛି ଏପରି ନିଶା କାରବାର।
କାମାକ୍ଷାନଗର ସହରର ଗଳିକନ୍ଦି, ପାନଦୋକାନ, ରାଶନ ଦୋକାନରେ ସହଜରେ ମିଳିଯାଉଛି ଗୁଟ୍‌ଖା, ଭାଙ୍ଗ ଭଳି ନିଶା ଦ୍ରବ୍ୟ। ନିକୋଟିନବିହୀନ ଗୁଟ୍‌ଖାରେ ନିଶାଯୁକ୍ତ ଦର୍ଜା ପତି ମିଶାଇ ବିକ୍ରି ହେଉଛି। ଏଥିରେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଯୁବପିଢ଼ି ଏବଂ କଲେଜ ପଢୁଆ ପିଲାଏ। ମହିଳାମାନେ ମଧ୍ୟ ଗୁଟ୍‌ଖା ନିଶାରେ ପଡ଼ିଛନ୍ତି। ଚଢ଼ାଉରେ ଶୀଥିଳତା ଯୋଗୁ ନକଲି ମସଲା କମ୍ପାନୀ କାୟା ମେଲାଉଛନ୍ତି। ଉପଖଣ୍ଡ ଅଞ୍ଚଳରେ ୨ଊର୍ଦ୍ଧ୍ୱ ନକଲି ଗୁଟ୍‌ଖା ଏବଂ ତମାଖୁ କାରଖାନା ଚାଲିଛି। ଏ ନେଇ ଅବକାରୀ ବିଭାଗ, ପୋଲିସ ନିକଟରେ ସୂଚନା ରହିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଦିନକୁ ଦିନ ଯୁବପିଢ଼ି ନିଶା କବଳିତ ହେଉଥିବାବେଳେ ଏହାକୁ ରୋକିବା ଅତ୍ୟାବଶ୍ୟକ ହୋଇପଡ଼ିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ଆଗରୁ କେବଳ ପୋଲିସ ଏବଂ ଅବକାରୀ ବିଭାଗ ହାତରେ ଧରପଗଡ଼ କ୍ଷମତା ରହିଥିଲା। ଏବେ ଏଥିରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ତମାଖୁ ବର୍ଜନ ନେଇ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେବା, ତମାଖୁ ଫ୍ରି ଜୋନ୍‌ ସୃଷ୍ଟି କରିବା ଆଦି ଦାୟିତ୍ୱ ଦିଆଯାଇଛି। ହେଲେ ଏହା କେବଳ ଲୋକଦେଖାଣିଆ ହୋଇ ରହିଛି।
ଗୁଟ୍‌ଖା, ପାନମସଲା ଭଳି ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଭିନ୍ନ ସମୟରେ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇଛି। ୨୦୦୩ରେ ଲାଗୁ କରାଯାଇଥିବା ‘ଦି କଣ୍ଟ୍ରୋଲ ଅଫ୍‌ ଟବାକୋ ପ୍ରଡକ୍ଟ ଆକ୍ଟ’ (କୋଟ୍‌ପା) ସେଥିରୁ ଗୋଟିଏ। ଏହି ଆଇନ ବଳରେ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷିଦ୍ଧ କରାଯାଇଛି। ତମାଖୁ, ସିଗାରେଟ ସମ୍ପର୍କିତ ବିଜ୍ଞାପନ ଉପରେ କଟକଣା ଜାରି କରାଯାଇଛି। ସେହିପରି ୧୮ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି କରାଯାଇପାରିବନାହିଁ। ଶିକ୍ଷାୟତରୁ ୧୦୦ ମିଟର ପରିଧି ମଧ୍ୟରେ ଏହାର ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏପରି ପଦାର୍ଥ ବିକ୍ରି କରାଯାଉଥିବା ପ୍ୟାକେଟରେ ସତର୍କ ସୂଚନା ଲେଖାଯିବା ବାଧ୍ୟତାମୂଳକ କରାଯାଇଛି। ତମାଖୁର ଅବାଧ ବିକ୍ରି, ବେଆଇନ ଉତ୍ପାଦନ ରୋକିବାକୁ ପୋଲିସକୁ ମଧ୍ୟ କ୍ଷମତା ଦିଆଯାଇଛି। କୋଟ୍‌ପା ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତି, ବ୍ୟବସାୟୀ ପ୍ରଥମ ଥର ଧରାପଡ଼ିଲେ ୨ବର୍ଷ ଜେଲ, ୫୦୦୦ ଟଙ୍କା ଜରିମାନାଦଣ୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ଏକାଧିକ ଥର ଏପରି କାରବାର କରୁଥିବାବେଳେ ଧରାପଡ଼ିଲେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦,୦୦୦ ଟଙ୍କା ଯାଏ ତଣ୍ଡ ଗଣିବା ବ୍ୟବସ୍ଥା ରହିଛି। ସେହିପରି ସର୍ବସାଧାରଣ ସ୍ଥାନରେ ଧୂମପାନ, ନାବାଳକଙ୍କୁ ଏପରି ମାଦକ ଦ୍ରବ୍ୟ ବିକ୍ରି ଏବଂ ଶିକ୍ଷାୟତନଠାରୁ ୧୦୦ ମିଟର ଦୂରତାରେ ତମାଖୁ ବିକ୍ରି କଲେ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା କରାଯାଇଛି। ହେଲେ କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଭାଗୀୟ ଅଧିକାରୀମାନେ ଆଇନର କାର୍ଯ୍ୟକାରିତା ବିଷୟରେ ଜାଣୁନାହାନ୍ତି।
ତମାଖୁ ଭଳି ନିଶା ସେବନରେ ଜାତୀୟସ୍ତରରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ଏହାଦ୍ୱାରା ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହାଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି। ମୁଖଗହ୍ବର କର୍କଟ, ଫୁସ୍‌ଫୁସ୍‌ ସଂକ୍ରମଣ ଭଳି ଦୁରାରୋଗ୍ୟ ବ୍ୟାଧି ଆକ୍ରାନ୍ତଙ୍କ ଜୀବନକୁ ଦୁର୍ବିସହ କରିପକାଉଛି। ଏହାସତ୍ତ୍ୱେ କମୁନି ଗୁଟ୍‌ଖା ବିକ୍ରି। ଏପରି ବେଆଇନ କାରବାର ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଜିଲା ଟିବି ସେଲ୍‌ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଜିଲାର ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିସହ ସରକାରୀ ଅନୁଷ୍ଠାନଗୁଡ଼ିକୁ ତମାଖୁମୁକ୍ତ କରିବାକୁ ମଧ୍ୟ କୁହାଯାଇଛି। ହେଲେ ଏହା କେବଳ କାଗଜକଲମରେ ସୀମିତ ରହିଛି। ମେ ୩୧ରେ ସାରା ବିଶ୍ୱ ତମାଖୁ ନିରୋଧୀ ଦିବସ ପାଳିଥିବାବେଳେ କାମାକ୍ଷନଗର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri