କାମଚଳାରେ ଚାଲିଛି ଶିକ୍ଷାଦାନ

ରୂପ୍‌ସା, ୧୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଗୋଟଏ ହତାରେ ରହିଛି ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଦୟନାଥ ମହାପାତ୍ର ଉଚ୍ଚ ବିଦ୍ୟାନିକେତନ (ହାଇସ୍କୁଲ)। ୧୯୬୪ ମସିହାରେ ଉଚ୍ଚ ପ୍ରାଥମିକ ଓ ୧୯୮୧ରେ ଉଚ୍ଚବିଦ୍ୟାନିକେତନ ସ୍ଥାପନ କରାଯାଇଥିଲା। ହେଲେ ଏହି ଦୁଇ ବିଦ୍ୟାଳୟରେ ଶିକ୍ଷକ ଅଭାବ ଲାଗିରହିଛି। କାମଚଳାରେ ଚାଲିଛି ପାଠପଢ଼ା। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଟାଣି ହୋଇଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
୧୯୯୪ ମସିହା ଜୁନ୍‌ ୧ ତାରିଖରେ ଉଚ୍ଚ ବିଦ୍ୟାନିକେତନ ସରକାରୀ ମାନ୍ୟତା ପାଇଥିଲା। ୨୦୧୭-୧୮ ଶିକ୍ଷାବର୍ଷରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୮ମ ଶ୍ରେଣୀ ସଂଯୁକ୍ତ ହେଲା। ଚଳିତ ୨୦୧୯-୨୦ ଶିକ୍ଷାବର୍ଷରେ ୬ଷ୍ଠ ଶ୍ରେଣୀରେ ୮୭ଜଣ, ୭ମରେ ୬୩ ଓ ୮ମରେ ୭୦ ଜଣ ଛାତ୍ରୀଛାତ୍ର ମିଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨୨୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରଙ୍କ ନିୟମାନୁଯାୟୀ ୩୫ ପିଲାଙ୍କୁ ଜଣେ ଶିକ୍ଷକ ଅନୁପାତରେ ୬ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା କଥା। ମାତ୍ର ୩ଜଣ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢ଼ା। ଜଣେ ପିଅନ ଅବସର ନେବା ପର ଠାରୁ ଏହି ପଦବୀ ଫାଙ୍କା ପଡ଼ିଛି। କ୍ରୀଡ଼ା ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ନାହାନ୍ତି।
ସେହିପରି ହାଇସ୍କୁଲରେ ୯ମ ଶ୍ରେଣୀରେ ୯୦ଜଣ ଓ ୧୦ମ ଶ୍ରେଣୀରେ ୭୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଆର୍ଟସ ଟିଜି ବିଭାଗର ୨ଜଣ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ଅବସର ଗ୍ରହଣ ପରଠୁ ଦୀର୍ଘଦିନ ଧରି ଏହି ୩ଟି ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିସହ କିରାଣିଙ୍କ ଅବସର ପରେ ମଧ୍ୟ ବିନା କିରାଣିରେ କାଗଜପତ୍ର କାମ କରାଯାଉଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ୨୦୨୦ ଜୁନ୍‌ରେ ଅବସର ନେବା ପରେ ପିଲାମାନେ ପାଠପଢ଼ାରେ ଡୋରି ବାନ୍ଧିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସାହିତ୍ୟ, ଇତିହାସ, ଭୂଗୋଳ ଆଦି ବିଷୟକୁ ସଂସ୍କୃତ, ହିନ୍ଦୀ ଓ ବିଜ୍ଞାନ ଶିକ୍ଷକ ମିଶି ପାଳି କରି ଶିକ୍ଷାଦାନ କରୁଛନ୍ତି। ସରକାରୀ ଭାବେ କୌଣସି ବିଜ୍ଞାନ ଉପକରଣ ମିଳିନାହଁି। ଗଡ଼ପଦା, ରାଉତପଡ଼ା, ଦୁଧହଂସା ପଞ୍ଚାୟତ ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲାରୁ ଛାତ୍ରୀଛାତ୍ର ଆସି ଏଠାରେ ଅଧ୍ୟୟନ କରିଥାନ୍ତି। ଗୁରୁତ୍ୱ ଦୃଷ୍ଟିରୁ ସ୍କୁଲ ହତାରେ ମଧ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଶିକ୍ଷା ବିଭାଗର ଅବହେଳା ଯୋଗୁ ଏଠାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବା ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେମାନେ ଯାହା କହନ୍ତି,
୮ମ ଶ୍ରେଣୀ ଛାତ୍ରୀ ଦିବ୍ୟଲକ୍ଷ୍ମୀ ଭୋଇ କହନ୍ତି, ସଂସ୍କୃତ ଶିକ୍ଷକ ନ ଥିବାରୁ ଆମେ ଏ ବିଷୟରେ ଭଲ ନମ୍ବର ରଖିବା ଆଶା ନାହଁି। ଖେଳ ଶିକ୍ଷକଙ୍କ ବିନା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରୁନାହୁଁ। ଶ୍ରେଣୀଗୃହ ନ ଥିବାରୁ ପୁରୁଣା ଭଙ୍ଗା ଦଦରା ଘରେ ବିପଦପୂର୍ଣ୍ଣ ଭାବେ ୮ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପଢ଼ା ଯାଉଛି।
ପରିଚାଳନା କମିଟି ଚେୟାରମ୍ୟାନ ଅକ୍ଷୟ କୁମାର ମହାପାତ୍ର କହନ୍ତି, ଶିକ୍ଷାନୁଷ୍ଠାନର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାରଙ୍କର। ଏଭଳି ସର୍ବପୁରାତନ ବିଦ୍ୟାଳୟଦ୍ୱୟର ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱ ଦିଆଯାଉ।
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାନନ ଗିରି କହନ୍ତି, ମୁଖ୍ୟରାସ୍ତା ପାର୍ଶ୍ୱରେ ବିଦ୍ୟାଳୟ ଅବସ୍ଥିତ ହୋଇଥିଲେ ହେଁ ପାଚେରି ନିର୍ମାଣ ପାଇଁ କାହାରି ତପତ୍ରତା ନାହଁି। ଆବଶ୍ୟକ ଶିକ୍ଷକ ନ ଥିବାରୁ କାର୍ଯ୍ୟରତ ଶିକ୍ଷକଙ୍କ ଦ୍ୱାରା ସମସ୍ତ ବିଷୟ ପଢ଼ାଇବା ଦିଗରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?