କାନ୍‌ସରେ ସ୍ବପ୍ନା ପତିଙ୍କ ‘ଅନ୍ତର୍ଧ୍ୱନି’ : ରେଡ୍‌ କାର୍ପେଟରେ ପୁଣି ଝଲସିଲା ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ଚଳିତବର୍ଷର କାନ୍‌ସ ଫିଲ୍ମ ଫେଷ୍ଟିଭାଲ ସହ ଯୋଡ଼ି ହୋଇଯାଇଛି ଆଉ ଏକ ଓଡ଼ିଆ ଲିଙ୍କ୍‌। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ତଥା ମଡେଲ ସ୍ବପ୍ନା ପତିଙ୍କ ଅଭିନୀତ ଏବଂ ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ହିନ୍ଦୀ ଫିଲ୍ମ ‘ଅନ୍ତର୍ଧ୍ୱନି’ ସମ୍ମାନଜନକ କାନ୍‌ସ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି। କେବଳ ଏତିକି ନୁହେଁ, ଫିଲ୍ମରେ ସ୍ବପ୍ନାଙ୍କ ଅଭିନୟ ସହ ଏହାର କନ୍‌ସେପ୍ଟକୁ କାନ୍‌ସରେ ଯୋଗଦେଇଥିବା ବହୁ ବରିଷ୍ଠ ବ୍ୟକ୍ତିତ୍ୱ ପ୍ରଶଂସା କରିଛନ୍ତି। ୯ଥର ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ପଦ୍ମଶ୍ରୀ ଅପୂର୍ବ କିଶୋର ବୀର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରମୁଖ ଭୂମିକାରେ ସ୍ବପ୍ନାଙ୍କ ସମେତ ଗୌରବ ପାଶ୍ୱାଲା, ଚୈତନ୍ୟ ସୋଲାନକର, ତୁଷାର ଆଚାର୍ଯ୍ୟ, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଓଡ଼ିଶା ଜନ୍ମିତ ରାଜେଶ କୁମାର ମହାନ୍ତି ଫିଲ୍ମ ପ୍ରଯୋଜନା କରିଛନ୍ତି। ଏହି ସାଇକୋଲୋଜିକାଲ ଥ୍ରୀଲର୍‌ ଫିଚର ଫିଲ୍ମ ସମ୍ପୂର୍ଣ୍ଣଭାବେ ପ୍ରାକୃତିକ ଲାଇଟ୍‌ରେ ଶୁଟିଂ କରାଯାଇଛି। ଜଙ୍ଗଲ ଏବଂ ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଫିଲ୍ମର ମୁଖ୍ୟ ଉପାଦାନ ହୋଇଥିବାବେଳେ ଏହା ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ମୁମ୍ବାଇରେ ଶୁଟିଂ ହୋଇଛି। ଅନ୍ୟପକ୍ଷରେ କାନ୍‌ସରେ ଫିଲ୍ମର ସ୍କ୍ରିନିଂରେ ଭାଗନେବାକୁ ଯାଇଥିବା ନିର୍ଦ୍ଦେଶକ ଏ.କେ. ବୀର୍‌ଙ୍କ ସହ ଅଭିନେତ୍ରୀ ସ୍ବପ୍ନା ପତି ଓ ପ୍ରଯୋଜକ ରାଜେଶ କୁମାର ମହାନ୍ତି କାନ୍‌ସ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ। ଏହି ଅବସରରେ ସ୍ବପ୍ନା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସମ୍ବଲପୁରୀ ଶାଢି ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ମୁଖ୍ୟ ଆକର୍ଷଣ ସାଜିଥିଲା। ପୂର୍ବରୁ ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର ମଧ୍ୟ କାନ୍‌ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ଜ୍ୟାକେଟ୍‌ରେ ନଜର ଆସିଥିଲେ। ଚଳିତବର୍ଷ କାନ୍‌ସରେ ଓଡ଼ିଶା ସହ ଜଡ଼ିତ ଥିବା ଏକାଧିକ ଫିଲ୍ମ ପ୍ରଦର୍ଶିତ ହୋଇଥିବାବେଳେ ଏଠାରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତର ଝଲକ ନୂଆ ଗୌରବ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ: ୧୬୮ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର,୧।୧୨(ସତ୍ୟଜିତ୍‌ ରାଉତ): ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ସହକାରୀ ଯନ୍ତ୍ରୀ (ଏଇ) ସୁନୀଲ କୁମାର ପାଢ଼ୀ ବିପୁଳ ଆୟବହିର୍ଭୂତ...

୨ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର, ୧।୧୨(ଅସମାପିକା ସାହୁ):  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହେବ। ଏହା ୧୨ ତାରିଖ...

ଝାରସୁଗୁଡ଼ା ଜିଲା ଲଖନପୁରଠାରେ ପ୍ରତିଷ୍ଠା ହେବ ଆଇଟିଆଇ: ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୨(ଅନିଲ ଦାସ): ଝାରସୁଗୁଡ଼ା ଜିଲାର ଲଖନପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାକୁ ଅନୁମୋଦନ କରିବା ସହ ଏଥିପାଇଁ ୨୪...

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ପ୍ରତ୍ୟେକ ଓଡ଼ିଆ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୨(ଅନିଲ ଦାସ): ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକମାନେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ...

ଓଡ଼ିଶା ଫେରିଲେ ଟନେଲରେ ଫଶିଥିବା ୪ ଶ୍ରମିକ

ଭୁବନେଶ୍ୱର,୧।୧୨: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଜଣ ଓଡ଼ିଆ ଶ୍ରମିକ ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା...

ଘଟଗାଁ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧।୧୨(ଅସମାପିକା ସାହୁ): କେନ୍ଦୁଝର ଜିଲା ଘଟଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ...

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri