କାନ୍ଥ ଖୋଳି ମୋବାଇଲ ଫୋନ ଲୁଟିନେଲେ

ଭଞ୍ଜନଗର,୨୫।୫(ଡି.ଏନ.ଏ.)- ତାରସିଂ ଥାନା ଗାଲେରୀ ମୁଖ୍ୟ ସଡକରେ ଥିବା ଏକ ମୋବାଇଲ ଦୋକାନରୁ ଶୁକ୍ରବାର ରାତିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ପଛପଟ କାନ୍ଥ ଖୋଳି ପ୍ରାୟ ୪୦ ମୋବାଇଲ ଫୋନ ଓ ନଗଦ ପ୍ରାୟ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିସହ ସିମ୍‌କାର୍ଡ, ଚାର୍ଜର ଅନ୍ୟାନ୍ୟ ଜିନିଷ ଚୋରି ହୋଇଯାଇଛି। ଦୋକାନ ମାଲିକ ସୀମାଞ୍ଚଳ ମିଶ୍ର ଶନିବାର ଗାଲେରୀ ଫାଣ୍ଡିରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅପରାହ୍ନରେ ଛତ୍ରପୁରରୁ ଆସିଥିବା ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରି ଫେରିଯାଇଛି। ଦୁର୍ବୃତ୍ତମାନଙ୍କ ସମ୍ପର୍କରେ ସାଇଣ୍ଟିଫିକ୍‌ ଟିମ୍‌ ସୁରାକ ପାଇଥିବା କୁହାଯାଉଛି। ପୋଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ସୀମାଞ୍ଚଳ ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଫେରି ଦେଖିବାବେଳକୁ ଦୋକାନ ପଛପଟୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ...

ଭକ୍ତଙ୍କୁ ତାରାତାରିଣୀ ଯାତ୍ରା ମନା

ଛତ୍ରପୁର,୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ମା ତାରାତାରିଣୀଙ୍କ ଯାତ୍ରା ବନ୍ଦ...

କନ୍ଧମାଳ ବିଜେଡି ଲୋକସଭା, ବିଧାନସଭା ପ୍ରାର୍ଥୀ ଆଗୁଆ

ଫୁଲବାଣୀ/ଜି.ଉଦୟଗିରି,୨୩।୫(ଡି.ଏନ୍‌.ଏ.)- ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୧୯୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଐରଖାରବେଳ ସ୍ବାଇଁ...

ମାସ୍କ ନ ପିନ୍ଧିଲେ ୧ ହଜାର ଟଙ୍କା ଜରିମାନା

ଛତ୍ରପୁର,୫ା୪(ଡି.ଏନ୍‌.ଏ.)-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଶନିବାରଠାରୁ ଆଶିଂକ ଶଟଡାଉନ୍‌ ଲାଗୁ କରାଯାଇଛି। ଅର୍ଥାତ୍‌ ପ୍ରତ୍ୟେହ ମଧ୍ୟାହ୍ନ ୧୨ଟାରୁ...

ଥାନା ଆଇଆଇସି ବଦଳି ଦାବିରେ କବିସୂର୍ଯ୍ୟନଗର ବନ୍ଦ

କବିସୂର୍ଯ୍ୟନଗର,୧୧ା୭-କବିସୂର୍ଯ୍ୟନଗର ଥାନା ଆଇଆଇସି ତପନ କୁମାର ପତି ବରିଷ୍ଠ ଓକିଲ ଭଗବାନ ମହାପାତ୍ରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନେଇ ଆନ୍ଦୋଳନ ଜୋର ଧରିଛି। ଓକିଲ...

ବେଆଇନ ଇଟାଭାଟି ଭାଙ୍ଗିଲେ ତହସିଲଦାର

ପୁରୁଷୋତ୍ତମପୁର,୨୮।୨(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ୪୦...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍‌, ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ...

ଏମ୍‌କେସିଜି କରୋନା ୱାର୍ଡରୁ ସନ୍ଦିଗ୍ଧ ଫେରାର

ବ୍ରହ୍ମପୁର ଅଫିସ,୧୬ା୩: ବ୍ରହ୍ମପୁର ବଡ ମେଡିକାଲରେ ଗତ ୧୪ ତାରିଖରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ। ଶନିବାର ବିଳମ୍ବିତ ରାତିରେ ସେ ଫେରାର ହୋଇଯାଇଛନ୍ତି ।...

Advertisement


Archives

Model This Week

Why Dharitri