କାନାଡାର ନାଗରିକତା ଛାଡିବେ ଅକ୍ଷୟ

ମୁମ୍ବାଇ,୭।୧୨: ପାଖାପାଖି ୭ ବର୍ଷ ତଳେ ଭାରତର ନାଗରିକତା ଛାଡି କାନାଡା ନାଗରିକତା ଗ୍ରହଣ କରିଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଏବେ ପୁଣି ଥରେ ଭାରତର ନାଗରିକତା ଗ୍ରହଣ କରିବେ ବୋଲି କହିଛନ୍ତି। ଶୁକ୍ରବାର ହିନ୍ଦୁସ୍ତାନ ଟାଇମ୍ସର ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ଏବେ ସେ ଭାରତର ନାଗରିକତା ପାଇଁ ଆବେଦନ ମଧ୍ୟ କରି ସାରିଥିବା ପ୍ରକାଶ କରିଛନ୍ତି। କାହିଁକି ସେ କାନାଡାର ନାଗରିକତା ଗ୍ରହଣ କରିଥିଲେ ବୋଲି ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ମଧ୍ୟ ରଖିଛନ୍ତି। ଅକ୍ଷୟ କହିଛନ୍ତି ବଲିଉଡ୍‌ରେ ଏକାବେଳେ ତାଙ୍କର ପ୍ରାୟ ୧୪ଟି ଫିଲ୍ମ ଫ୍ଲପ୍‌ ହେବା ପରେ ସେ ଏଥିରୁ ଆଶା ଛାଡି ଦେଇଥିଲେ। ଅନ୍ୟକିଛି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ କାନାଡାରେ ରହୁଥିବା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସେଠାକୁ ଯାଇ କିଛି କାମ ଆରମ୍ଭ କରିବାର ଯୋଜନା କରିଥିଲେ। ଏଥିପାଇଁ ସେ କାନାଡାର ନାଗରିକତା ଗ୍ରହଣ କରିଥିଲେ ବୋଲି କହିଛନ୍ତି। ହେଲେ ତାଙ୍କ ହାତରେ ଥିବା ଆଉ ୨-୩ଟି ଫିଲ୍ମ ସାରି ସେ କାନାଡା ଯିବାକୁ ଚାହୁଁଥିବା ବେଳେ ତାଙ୍କର ୧୫ ନମ୍ବର ଫିଲ୍ମ ହିଟ୍‌ ହୋଇ ଯାଇଥିଲା ଓ ସେ ଭାରତରେ ରହି ଯାଇଥିଲେ। ଆଉ ଏବେ କାର୍ଯ୍ୟବ୍ୟସ୍ତତା ଭିତରେ କାନାଡା ନାଗରିକତା ଛାଡିବା କଥା ମଧ୍ୟ ଭୁଲି ଯାଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ

ହାଇଦ୍ରାବାଦ୍‌,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ...

ମୁଁ ଅଭିନେତ୍ରୀ

ଶାରଳା ପ୍ରଡକ୍ସନ ପ୍ରଯୋଜିତ ଏବଂ ଏସ୍‌ ବିଏସ୍‌ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ସିନେମା ‘ମୁଁ ଅଭିନେତ୍ରୀ’ର ଶୁଟିଂ ଆରମ୍ଭ ହୋଇଯାଇଛି। ପ୍ରକାଶ ଚନ୍ଦ୍ର ନାୟକଙ୍କ...

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୩।୧: ପ୍ରାୟ ମାସେ ହେବ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ରବିବାର ହରିୟାଣା ସୀମାରେ ଚାଷୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ...

ସୋସିଆଲ ମିଡିଆରେ ଅଧିକ ଟୁଇଟ୍‌ କରିଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛି ଏହି ୩ ନେତାଙ୍କ ନାମ

ଓ୍ବାଶିଂଟନ,୧୦ା୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ପରବର୍ତ୍ତୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସାଧାରଣ ଲୋକଙ୍କୁ ଟୁଇଟ୍‌...

୨୫% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ଚଣ୍ଡିଗଡ଼,୧୨ା୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ୧୧୭ ନିର୍ବାଚନମଣ୍ଡଳୀ ମଧ୍ୟରୁ...

ଅଭିଯୁକ୍ତଙ୍କୁ ସମୟ ମିଳିବାରୁ କୋର୍ଟରେ କାନ୍ଦିପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୧୮।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଅକ୍ଷୟ ସିଂଙ୍କ ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ସମସ୍ତଙ୍କ ନଜର ପଟିଆଲା...

ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେନି ହରିବଂଶ

ନୂଆଦିଲ୍ଲୀ, ୧୭।୮ : ନୀତୀଶ କୁମାର ବିହାରରେ ଭାଜପା ସହିତ ମେଣ୍ଟ ଭାଙ୍ଗି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ବି ରାଜ୍ୟ ସଭା ଉପାଧ୍ୟକ୍ଷ...

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

Advertisement
Archives

Model This Week