କାନଭାସ୍‌ରେ କରୋନା ସଚେତନତା

ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା, ବାହାରକୁ ଗଲେ ହାତ ଧୋଇବା, ସାମାଜିକ ଦୂରତାକୁ ମାନିବା, କ୍ୱାରାଣ୍ଟାଇନରେ ରହିବା ଆଦି ଚିତ୍ର ଆଙ୍କି ସେ ବେଶ ଚର୍ଚ୍ଚିତ ହୋଇଛନ୍ତି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାକୁ ସାଇକେଲ ଯୋଗେ ଯାଇ ଲୋକମାନଙ୍କୁ ନିଜର ଚିତ୍ର ଦେଖାଇ ସଚେତନତା ସୃଷ୍ଟି କରୁଛନ୍ତି। ସେ ଆଙ୍କିଥିବା ଚିତ୍ରଗୁଡ଼ିକ ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି ା ଲୋକେ ତାଙ୍କ ଚିତ୍ର ଦେଖି ସଚେତନ ମଧ୍ୟ ହେଉଥିବା ମୃତ୍ୟୁଞ୍ଜୟ କହିଛନ୍ତି।
ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ବାରିକ ଭଦ୍ରକ କଳାବିକାଶ କେନ୍ଦ୍ରରେ ଡିଗ୍ରୀ ହାସଲ କଲାପରେ ଚିତ୍ରକଳାକୁ ଆଦରି ନେଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ତାଙ୍କ ଚିତ୍ର ଆଦୃତି ଲାଭ କରିଛି ା ତାଙ୍କ ପିତା ସୁରେନ୍ଦ୍ର ବାରିକ ଆରଡ଼ି ଅଞ୍ଚଳରେ ଜଣେ ଚିତ୍ରଶିଳ୍ପୀ ଭାବେ ମଧ୍ୟ ବେଶ ପରିଚିତ। କାନଭାସରେ କରୋନା ଚିତ୍ର ଆଙ୍କି ବାସ୍ତବରେ ମୃତ୍ୟୁଞ୍ଜୟ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଆଗକୁ ସେ ସମାଜର ଅସହାୟମାନଙ୍କ ଜୀବନକୁ ନେଇ ଚିତ୍ରକଳା ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଏତଦ୍‌ବ୍ୟତୀତ ପୁରସ୍କାର ପାଇଁ ନୁହେଁ ବରଂ ସମାଜରେ ଦୁସ୍ଥ ଲୋକଙ୍କ ପାଇଁ ତାଙ୍କ ଚିତ୍ର ସାରା ପୃଥିବୀରେ ଆଦୃତି ଲାଭ କଲାଯାଏ ପ୍ରଚେଷ୍ଟା ଅବ୍ୟାହତ ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାବ୍ୟାପୀ ହରତାଳ ଆଜି

ବାରିପଦା ଅଫିସ, ୨୦।୩: କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ କୁଡୁମୀ ସେନା ପକ୍ଷରୁ ମଙ୍ଗଳବାର ମୟୂରଭଞ୍ଜ ଜିଲାରେ ୬ଘଣ୍ଟିଆ ହରତାଳ ଓ ବନ୍ଦ...

ଆଜି ଓଏସ୍‌ଏସ୍‌ଟିଇଟି: କପି କରି ଧରାପଡ଼ିଲେ ଜୀବନଯାକ ପରୀକ୍ଷା ମନା

କଟକ ଅଫିସ,୮ା୨: ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ବୁଧବାର ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟର ୩୩୮ଟି କେନ୍ଦ୍ରରେ ୭୨,୨୮୦...

ଶେଷ ପର୍ଯ୍ୟାୟରେ ଯଖପୁରା-ଜରୋଲି ରେଳ ପ୍ରକଳ୍ପ ନିର୍ମାଣ

ଯାଜପୁର ଅଫିସ, ୨୨ା୧୦: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଏଫ୍‌ଆର୍‌ଏ (ଫରେଷ୍ଟ ରାଇଟ୍‌ ଆକ୍ଟ) ସାର୍ଟିଫିକେଟ,...

୧୧ ଦିନରେ ପରୀ-୩ ଅଭିଯାନ:୫୧ ଶିଶୁ ଉଦ୍ଧାର

ଭଦ୍ରକ ଅଫିସ, ୯।୮ – ଓଡ଼ିଶା ପୋଲିସ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ପରୀ-୩ ଶୁକ୍ରବାର...

ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ

ସମ୍ବଲପୁର, ୧୮ା୬(ଶୁଭାଶିଷ ପାଢୀ) ବନ୍ୟପ୍ରାଣୀ ବିଶେଷକରି ହାତୀ ସୁରକ୍ଷା ନେଇ ସରକାର ଚିନ୍ତିତ ଥିବା କହୁଛନ୍ତି। ହେଲେ ସମ୍ବଲପୁର ବନଖଣ୍ଡରେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହାତୀ...

ଥାନାରେ ଖତ ଖାଉଛି ଜବତ ଗାଡି

ବ୍ରହ୍ମପୁର ଅଫିସ,୨୯ା୯-ଏବେ ସବୁ ଥାନାର ଅବସ୍ଥା ଏକା ପରି ଜବତ ହେଉଥିବା ଗାଡିରେ ଭର୍ତ୍ତି ହେଲାଣି ଥାନା କ୍ୟାମ୍ପସ। ଦୀର୍ଘ ବର୍ଷ ଧରି ପଡି ରହିଥିବା...

ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗାଁରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବୁଧବାର...

ବୃଦ୍ଧାଙ୍କୁ ଗଛତଳୁ ଉଦ୍ଧାର କଲା ପ୍ରଶାସନ

ନୂଆପଡା ଅଫିସ,୪।୪- ନୂଆପଡ଼ା ଜିଲା କୋମନା ବ୍ଲକ ପ୍ରଶାସନ ସାବିତ୍ରୀ ତାଣ୍ଡି (୬୫) ନାମ୍ନୀ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛି । ତାଙ୍କ ଘର ସ୍ଥାନୀୟ...

Advertisement
Archives

Model This Week