କାନପୁରା ହାଇସ୍କୁଲରେ ‘ଅଟଳ ଟିଙ୍କରିଙ୍ଗ’ ଲ୍ୟାବ୍‌ ଉଦ୍‌ଘାଟିତ:ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା ପ୍ରଶିକ୍ଷଣ

କାମାକ୍ଷାନଗର, ୯।୭(ଡି.ଏନ୍‌.ଏ.) ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ ଲକ୍ଷ୍ୟରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲରେ ସୋମବାର ଉଦ୍‌ଘାଟିତ ହୋଇଛି ‘ଅଟଳ ଟିଙ୍କ୍‌ରିଙ୍ଗ ଲ୍ୟାବ୍‌’। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଅନୁଦାନରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଲାବରେଟୋରି ପ୍ରସ୍ତୁତ କରାଯାଇଛି। ଛାତ୍ରୀଛାତ୍ରମାନେ ପୁସ୍ତକଗତ ଶିକ୍ଷା ସହିତ ଏଠାରେ ପ୍ରାକ୍ଟିକାଲ ସମ୍ପର୍କରେ ମଧ୍ୟ ଜ୍ଞାନ ଆହରଣ କରିପାରିବେ। ପିଲାମାନଙ୍କ ସାମଗ୍ରିକ ବିକାଶରେ ଏହି ଲ୍ୟାବ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଜିଲାପାଳ ନିଜ ଅଭିଭାଷଣରେ କହିଲେ, ଏବେକାର ପିଲାମାନେ ବାସ୍ତବିକ୍‌ ଭାଗ୍ୟବାନ। ଏବେ ଶିକ୍ଷାନୁଷ୍ଠାନରେ ନୂତନ ଜ୍ଞାନ କୌଶଳ ଅନୁଯାୟୀ ଶିକ୍ଷାପ୍ରଦାନ କରାଯାଉଛି। ପୂର୍ବରୁ ଏପରି ସୁବିଧା ନ ଥିଲା। ଏହାର ସୁଯୋଗ ନେଉଥିବା ଛାତ୍ରୀଛାତ୍ର ନିଶ୍ଚିତ ଭାବେ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ବଢ଼ିପାରିବେ ବୋଲି ସେ କହିଥିଲେ। ଜିଲାପାଳ ଆହୁରି ମଧ୍ୟ କହିଲେ, ଛାତ୍ରୀଛାତ୍ର ଅନିସନ୍ଧିତ୍ସୁ ହେବା ଜରୁରୀ। ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିଲେ ଅନେକ କଥା ଶିଖିବାକୁ ମିଳିବ। ନିଜେ କିଛି ଶିଖିଲେ ଅନ୍ୟମାନଙ୍କୁ ଶିଖାଇବାରେ ସୁବିଧା ହେବ। ହାତ ପାଖରେ ଥିବା ସୁଯୋଗକୁ ହାତଛଡ଼ା ନ କରି ଏହାର ସଦୁପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖ୍ୟବକ୍ତା ଭାବେ ସରାଙ୍ଗ ଆଇଜିଆଇଟି କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗ ପ୍ରଫେସର ଡା. ଶ୍ରୀନିବାସ ସେଠୀ ଯୋଗଦେଇ ବୈଷୟିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ।
ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଜିଲା ସମାଜ ମଙ୍ଗଳ ଅଧିକାରୀ ମାନସ ମିଶ୍ର, ବିଇଓ ଅଜୟ କୁମାର ପାତ୍ର, ମିନତି ଦେହୁରୀ, ଥାନାଧିକାରୀ ନିରଞ୍ଜନ ସେଠୀ, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସୁକାନ୍ତ ଚରଣ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଲାବରେଟୋରି ନିର୍ମାଣ କରିଥିବା ‘ଏ.ଆର. ରୋବଟିକ୍‌’ ଅନୁଷ୍ଠାନ ପରିଚାଳକ ଅଞ୍ଜନ କୁମାର ରାଉତ, ତାଲିମଦାତା ରଞ୍ଜନ ମିଶ୍ର, କାଳୀଚରଣ ପଣ୍ଡା, ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ନିରଞ୍ଜନ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri