କାଠମାଫିଆଙ୍କ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ବାରିପଦା ଅଫିସ, ୨୯ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ମହୁଲିଆଠାରେ କାଠମାଫିଆଙ୍କ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଓ ବନ ବିଭାଗର ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଫରେଷ୍ଟଗାର୍ଡ ହେଲେ ଛତିଶ ଚନ୍ଦ୍ର ମହାନ୍ତ ଓ ବନ କର୍ମଚାରୀ ଜଣଙ୍କ ହେଲେ ଶତ୍ରୁଘନ ମହାନ୍ତ। ସୂଚନା ଅନୁଯାୟୀ, ଗୁରୁବାର ରାତିରେ ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ମହୁଲିଆ ରେଞ୍ଜକୁ ଯାଇଥିଲେ। ଶୁକ୍ରବାର ଭୋର ସମୟରେ ଫେରୁଥିବା ବେଳେ ମହୁଲିଆ ଛକ ନିକଟରେ ଏକ କାଠ ବୋଝେଇ ପିକଅପ ଭ୍ୟାନ ଦେଖିବାକୁ ପାଇଥିଲେ। ପରେ ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀ ଜଣଙ୍କ ଗାଡ଼ି ନିକଟକୁ ଗଲାବେଳକୁ ଗାଡ଼ିର ଚାଳକ ଓ ହେଲ୍‌ପର ଗାଡ଼ି ଛାଡ଼ି ଦୌଡି ପଳାଇ ଯାଇଥିଲେ। ଗାଡ଼ିରେ ବିପୁଳ ପରିମାଣର କାଠ ଥିବା ନେଇ ବାରିପଦା ବନ ବିଭାଗ କାର୍ଯ୍ୟାଳୟକୁ ଖବର ଦିଆଯାଇଥିଲା। ଏହାର କିଛି ସମୟ ପରେ କିଛି ବାଇକ୍‌ରେ ୧୦ରୁ ଊର୍ଦ୍ଧ୍ୱ ଯୁବକ ଆସି ଫରେଷ୍ଟ ଗାର୍ଡ ଛତିଶ ଓ ଶତ୍ରୁଘନଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ପରେ କାଠ ବୋଝେଇ ଗାଡିକୁ ନେଇ ପଳାଇ ଯାଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପିଆରଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟସୁସ୍ଥ ଥିବା ଜଣାପଡ଼ିଛି। ଏନେଇ ବାରିପଦା ରେଞ୍ଜର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

ବାରିପଦା ଅଫିସ,୧ା୫ – ମହାମାରୀ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ବାରିପଦା ଡ଼ିଲର ମୟୂରଭଞ୍ଜ ଏଣ୍ଟରପ୍ରାଇଜସ୍‌ ପକ୍ଷରୁ ୧...

ଓହଳିପଡ଼ିଥିବା ବିଦ୍ୟୁତ୍‌ ତାର ନେଲା ଜୀବନ: ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ

ଠାକୁରମୁଣ୍ଡା,୧୮।୮(ଡ଼ି. ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ ଓହଳି ରହିଥିବା ତାର ସଜଡ଼ା ଯାଉନାହିଁ। ଏଥିଲାଗି ଦୁର୍ଘଟଣା ଘଟି ଅକାଳରେ ଜୀବନ...

ଲକ୍‌ଡାଉନ ଉଲ୍ଲଂଘନ କରି ୪୯ ଜଣ ଗିରଫ

ବାରିପଦା ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗୁରୁବାର ଲକଡାଉନର ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ...

ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଘେରାଉ କଲା ଭଞ୍ଜସେନା

ବାରିପଦା ଅଫିସ,୨୨।୮- ମୟୂରଭଞ୍ଜ ଜିଲାବାସୀଙ୍କ ବହୁ ଦିନର ଦାବି ଓ ଆନ୍ଦୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହି...

ମୟୂରଭଞ୍ଜ ଜିଲାରେ ୭ କରୋନା ପଜିଟିଭ୍‌ ଚିହ୍ନଟ: ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା ଅଫିସ,୧୨।୬: ମୟୂରଭଞ୍ଜ ଜିଲାରେ ଶୁକ୍ରବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ...

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଖୁଣ୍ଟା,୭ା୨(ଡ଼ି.ଏନ୍‌.ଏ.): ଖୁଣ୍ଟା ବ୍ଲକ ଅଧୀନ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗୁରୁବାର କେତେକ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ଉଦଳା ଆଇଟିଡିଏ...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ:ରାସ୍ତା ଅବରୋଧ

ଠାକୁରମୁଣ୍ଡା,୧୭ା୨(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର କେନ୍ଦୁମୁଣ୍ଡି ଘାଟି ବାଙ୍କରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ରନ୍ଧା ଖାଦ୍ୟ ବଣ୍ଟନ

କୁଆମରା,୨।୪(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ସହ ବ୍ୟାପକ ସଚେତନତା ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଯୋଗୁଁ ସମସ୍ତ ଦୋକାନ...

Coronavirus Update


Archives

Model This Week

Why Dharitri