କାଟିଙ୍ଗିଆ ବନ୍ଦ ୪ର୍ଥ ଦିନରେ: ତହସିଲଦାରଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ଆଲୋଚନା

ଦାରିଙ୍ଗବାଡ଼ି,୨୫।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆରେ ଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ ଦାବିରେ ଅଞ୍ଚଳବାସୀ ଶୁକ୍ରବାର ଠାରୁ କାଟିଙ୍ଗିଆ ବନ୍ଦ କରିଛନ୍ତି। ସୋମବାର ଏହା ଚତୁର୍ଥ ଦିନରେ ପହଞ୍ଚତ୍ଛି। ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ତହସିଲଦାର ନୀତିଶ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କାଟିଙ୍ଗିଆ ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ବଞ୍ଚାଅ କମିଟିର ସଭାପତି ତଥା ସରପଞ୍ଚ କପିଳାଶ ମଲ୍ଲିକ, ସମ୍ପାଦକ ପ୍ରେମାନନ୍ଦ ବସ୍ତରାୟ, କୁମ୍ଭାରିଗାଁ ସରପଞ୍ଚ ସୁନାରସିଂ ମାଝୀ, ପ୍ରଧାନ ଶିକ୍ଷକ ଅଜୟ ରଣସିଂ, ଫେଲାୟ ଶୋଭାନାୟକ, ନିହାର ରଞ୍ଜନ ଦଣ୍ଡସେନା, ରମେଶ ମଲ୍ଲିକ ଉପସ୍ଥିତ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ବିଡିଓ ତ୍ରିଲୋଚନ ପାତ୍ର, ଆର୍‌ଆଇ ବିପିନ ବିହାରୀ ଭୁୟଁା, ବରିଷ୍ଠ କିରାଣୀ ଅଜିତ କୁମାର ପଟ୍ଟନାୟକ, ସୁପରଭାଇଜର ରାଧାମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ବନ୍ଦ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ବିଡିଓ ପାତ୍ର ଏବଂ ତହସିଲଦାର ତ୍ରିପାଠୀ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ଖୋଲିବା ଏବଂ ଆଇନକୁ ହାତକୁ ନନେବା ପାଇଁ କମିଟିକୁ ପରାମର୍ଶ ଦେଇଥିଲେ। ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଛି ୨୭ ତାରିଖରେ ଉଚ୍ଛେଦ କରାଯିବ ବୋଲି ସେ କମିଟିକୁ ଅବଗତ କରାଇଥିଲେ। ତେବେ କମିଟି କାଟିଙ୍ଗିଆ ଆସି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ସହ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ପ୍ରଶାସନକୁ ନିବେଦନ କରିଥିଲା। ବିଡିଓ ପାତ୍ର ଏବଂ ତହସିଲଦାର ତ୍ରିପାଠୀ ମଙ୍ଗଳବାର କାଟିଙ୍ଗିଆରେ ପ୍ରଶାସନ ପହଞ୍ଚତ୍ବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସୋମବାରରେ ବିଦ୍ୟାଳୟ ତାଲା ଖୋଲିବାକୁ ପ୍ରଶାସନ ପକ୍ଷରୁ ନିବଦେନକୁ କମିଟି ଅଗ୍ରାହ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ୍‌ରେ ସର୍ଚ୍ଚ କରି ଲଜ୍‌ ବୁକିଂ ମହଙ୍ଗା ପଡ଼ିଲା: ଠକାମିର ଶିକାର ହେଲେ ପର୍ଯ୍ୟଟକ, ଲଜ୍‌ ମାଲିକ ଗିରଫ

ଗୋପାଳପୁର,୫ା୧ -ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳର କେତେଜଣ ପର୍ଯ୍ୟଟକ ଗୋପାଳପୁର ବେଳାଭୂମି ବୁଲିବା ପାଇଁ ଯୋଜନା କରିଥିଲେ। ଏନେଇ ଗୁଗଲ୍‌ରେ ସର୍ଚ୍ଚ କରି ଗୋପାଳପୁର ବେଳାଭୂମିରେ ଥିବା...

ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ...

ପ୍ଲାଜମା ନେଇ ଗଞ୍ଜାମ ଜିଲାର ୩ କରୋନା ଆକ୍ରାନ୍ତ ସୁସ୍ଥ: ଶୁଭେଚ୍ଛା ଜଣାଇଲେ ଜିଲାପାଳ

ଛତ୍ରପୁର,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ୩ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିଲା ଉକ୍ତ ୩ ଜଣଙ୍କ ମଧ୍ୟରେ...

୩ ବର୍ଷ ଧରି ସିସିଏଙ୍କୁ ମିଳୁନାହିଁ ଦରମା

ଫୁଲବାଣୀ ଅଫିସ, ୧୧ା୭-କନ୍ଧମାଳ ଜିଲାରେ ବିଭିନ୍ନ ସେବାଶ୍ରେମ/ଆଶ୍ରମ ବିଦ୍ୟାଳୟରେ ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କୁ ଦରମା ମିଳୁ ନାହିଁ। ତୁମୁଡ଼ିବନ୍ଧ ବ୍ଲକ ଭାଲିଆପାଣି ସେବାଶ୍ରମ ବିଦ୍ୟାଳୟର ସିସିଏମାନେ...

ଆଖି ବୁଜିଲେ ଗଞ୍ଜାମ ଏସ୍‌ପି ଅଫିସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟିଛି।...

ଭିଜିଲାନ୍ସ ଜାଲରେ ଭଞ୍ଜନଗର ମେଡିକାଲ ଅଧୀକ୍ଷକ

ଭଞ୍ଜନଗର, ୨୨ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ତାରସିଂ ଥାନା ଅନ୍ତର୍ଗତ ପଟାଙ୍ଗର...

ଦୁଇ ମହିଳା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଗଞ୍ଜାମ,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତର ଦୁଇ ମହିଳା ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବଡ଼ କାଇଁଚପୁରର ସରପଞ୍ଚ ପ୍ରାର୍ଥତ୍ନୀ କେ.ପୁନମ ରେଡ୍ଡୀ...

ସମ୍ବଲପୁରୀ ଗୀତରେ ନଚାଇଲେ ସୋନା

ବ୍ରହ୍ମପୁର ଅଫିସ୍‌/ଗୋପାଳପୁର,୨୬ା୧୨:ଗୋପାଳପୁର ବେଳାଭୂମି ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଗାୟିକା ସୋନା ମହାପାତ୍ର। ପ୍ରଥମେ ‘ଜିୟା…ଲାଗେ ନା….’ ଗୀତ ଗାଇ...

Advertisement
Archives

Model This Week