କାଗଜ ବଣ୍ଡଲ ଧରାଇ ୫ ଲକ୍ଷ ଠକେଇ ଘଟଣା: ଆଉ ଜଣେ ଗିରଫ

କଟକ ରୋଡ, ୨୧ା୯(ଡି.ଏନ୍‌.ଏ): କାଗଜ ବଣ୍ଡଲ ଧରାଇ ରାଜ୍ୟ ବାହାରର ଜଣେ ବ୍ୟବସାୟୀଙ୍କୁ ୫ଲକ୍ଷ ଟଙ୍କା ଠକିଥିବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଶୁକ୍ରବାର ଗିରଫ କରିଛି। ସେ ହେଲେ ଜଗତ୍‌ସିହପୁର ଜିଲା କୁଜଙ୍ଗ ଅଞ୍ଚଳର ପ୍ରଭାତ ସାହୁ। ତାଙ୍କ ଠାରୁ ୭ଲକ୍ଷ ୨୬ହଜାର ଅସଲି ଟଙ୍କା, ଜାଲ୍‌ ଟଙ୍କା ସହ ୧୦ଗ୍ରାମ ଓଜନର ୧୧୦ଖଣ୍ଡ ନକଲି ସୁନା ବିସ୍କୁଟ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଉକ୍ତ ଗ୍ୟାଙ୍ଗ କିଛି ମାସ ହେବ କୌଣସି ଉପାୟରେ ବିଭିନ୍ନ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ସଂଗ୍ରହ କରିଥାନ୍ତି। ମୁଖ୍ୟତଃ ରାଜ୍ୟ ବାହାର ବ୍ୟବସାୟୀଙ୍କ ମୋବାଇଲ ନମ୍ବରକୁ ଫୋନ କରି ଅଭିଯୁକ୍ତମାନେ କଳା ଟଙ୍କା ଓ ମାଟିତଳୁ ମିଳିଥିବା ବହୁ ପରିମାଣ ସୁନାକୁ ବଦଳାଇବା ପାଇଁ ପ୍ରବର୍ତ୍ତାଇଥାନ୍ତି। ଗତ ୧୮ତାରିଖରେ ଅଭିଯୁକ୍ତମାନେ ଝାଡଖଣ୍ଡ ରାଜ୍ୟର ବ୍ୟବସାୟୀ ରୋହିତ କୁମାର ବର୍ମାଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳକୁ ଡାକିଥିଲେ। ତାଙ୍କୁ ୪ଟି କାଗଜ ବଣ୍ଡଲ ଦେଇ ୫ଲକ୍ଷ ଟଙ୍କା ଠକିବା ବେଳେ ସମ୍ପୃକ୍ତ ବ୍ୟବସାୟୀ ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ପ୍ରଦୀପ ମାଇତି ଓ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଧୀନ ରୁଦ୍ରପୁର ଗ୍ରାମର ରାଜେନ୍ଦ୍ର କୁମାର ଦାସଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ରୋହିତଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ମାମଲା (ନଂ.୨୬୧/୧୯)ରୁଜୁ କରିବା ସହ ୧୯ତାରିଖରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏଥିରେ ପ୍ରଭାତଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ଧରାପଡ଼ିଥିବା ଗ୍ୟାଙ୍ଗର ୩ ସଦସ୍ୟ ଓଡ଼ିଶା, ପଞ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଞ୍ଚଳରେ ଠକେଇ ନେଟଓ୍ବର୍କ ଚଳାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବଡ଼ଗଡ଼ ଥାନାରେ ଠକେଇ ମାମଲା ରହିଥିବା ବେଳେ ପ୍ରଭାତଙ୍କ ଆପରାଧିକ କାର୍ଯ୍ୟକଳାପ ବାବଦରେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ପ୍ରଭାତଙ୍କଠାରୁ ଜବତ ହୋଇଥିବା ଜାଲ୍‌ ନୋଟ ଓ ନକଲି ସୁନା ବିସ୍କୁଟ କେଉଁଠାରେ ପ୍ରସ୍ତୁତ ହେଉଥିଲା ସେନେଇ କମିଶନରେଟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି। ପ୍ରଭାତଙ୍କ ନାମରେ ପୁରୀ ଜିଲାରେ ମାମଲା ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri