Posted inଜାତୀୟ

କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ ଦ୍ୱାରା ହେବ ଜନଗଣନା

ନୂଆଦିଲ୍ଲୀ,୮।୭: ଜଣଗଣନା ପାଇଁ ଏବେ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍‌ର ହେବ ବ୍ୟବହାର। ପୂର୍ବରୁ କାଗଜ ଫର୍ମରେ ସୂଚନା ଏକତ୍ରିତ କରି ଏହାର ବିଶ୍ଳେଷଣ କରିବା ବହୁ କଷ୍ଟକର ହେବା ସହ ଏହାର ପ୍ରକ୍ରିୟା ମଧ୍ୟ ବହୁ ଲମ୍ବା ଧରି ଚାଲୁଥିଲା। ଫଳରେ ଏହାକୁ ସହଜ ଓ ସମୟସାପେକ୍ଷ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୨୧ରେ ପ୍ରାୟ ୭ ବିଲିୟନରୁ ଅଧିକ ନାଗରିକଙ୍କ ପେପରଲେସ୍‌ ଜନଗଣନା ପାଇଁ ଆଧୁନିକ ମୋବାଇଲ ଆପ୍‌ ତିଆରି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଜଣଗଣନା ଆରମ୍ଭ ହେବାକୁ ଥିବା ବେଳେ ଚଳିତ ଅଗଷ୍ଟରୁ ଏହି ଆପ୍‌ର ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ସେହିପରି ଜଣଗଣନା କାର୍ଯ୍ୟ ପାଇଁ ଚୟନ ହୋଇଥିବା ଶିକ୍ଷକଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ। ଶିକ୍ଷକଙ୍କ ମୋବାଇଲ୍‌ରେ ଏହି ଆପ୍‌କୁ ଇନ୍‌ଷ୍ଟଲ୍‌ କରାଯିବା ପରେ ଡାଟା ସଂଗ୍ରହ ପାଇଁ ସୂଚନା ଦିଆଯିବ। ହେଲେ ଏହାର ବିକଳ୍ପରେ କାଗଜ ଫର୍ମ ମଧ୍ୟ ରହିବ। ତେବେ ଅଧିକ ସଂଖ୍ୟାରେ ଲୋକେ କାଗଜ ଫର୍ମ ବଦଳରେ ମୋବାଇଲକୁ ବ୍ୟବହାର କରିବେ ବୋଲି ସରକାର ଆଶା ପୋଷଣ କରିଛନ୍ତି। କାରଣ ଏହା କେବଳ ସହଜ ନୁହେଁ ବରଂ କମ୍‌ ସମୟରେ ଅଧିକ ଡାଟା ଏକତ୍ରିତ କରାଯାଇପାରିବ। ତେବେ ଏହି କାର୍ଯ୍ୟ ପାଇଁ ୨୭ ଲକ୍ଷ ଲୋକଙ୍କୁ ନିୟୋଜିତ କରାଯିବାକୁ ଥିବା ବେଳେ ଏହା ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ତାଲିମ୍‌ ଦିଆଯିବ ବୋଲି ସୂଚନା ମିଳିଛି। ୨୦୨୧ ଜଣଗଣନାରେ ଏହି ଆପ୍‌ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କ ବିଷୟରେ ୬୦ରୁ ଅଧିକ ସୂଚନା ସଂଗ୍ରହ କରାଯାଇପାରିବ। ଘରେ ଉପଲବ୍ଧ ସୁବିଧା, ପାନୀୟ ଜଳ, ଯାନବାହନ, ବିଜୁଳି, ଧର୍ମ, ବ୍ୟବସାୟ, ଲିଙ୍ଗ, ସାକ୍ଷରତା, ମାତୃଭାଷା ଆଦି ଏହି ସୂଚନାରେ ସାମିଲ ରହିବ। ସେହିପରି ଏନ୍‌ପିଆର ପାଇଁ ଏହି ଆପ୍‌ରେ ଅଲଗା ବିଭାଗ ରହିବ। ଏଥିରେ ନାମ, ଜନ୍ମତିଥି, ପିତାଙ୍କ ନାମ, ଆଧାର, ପାସପୋର୍ଟ, ମୋବାଇଲ ନମ୍ବର, ପାନକାର୍ଡ ନମ୍ବର ଓ ମତଦାତାଙ୍କ ପରିଚୟ ପତ୍ର ସଂଖ୍ୟା ଆଦି ସାମିଲ କରାଯିବ ବୋଲି ଜଣାପଡ଼ିଛି। ଏହାପରେ ଏଥିରୁ ସଂଗ୍ରହ କରାଯାଇଥିବା ଡାଟାକୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରରେ ଏଣ୍ଟ୍ରି କରାଯିବା ପରେ ନାଗରିକତା କାର୍ଡ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ ବିମାନ ସେବା ବନ୍ଦ ଅବଧିକୁ ବୃଦ୍ଧି କରିବାକୁ କେଜରିୱାଲଙ୍କ ଅନୁରୋଧ

ନୂଆଦିଲ୍ଲୀ,୮ ।୧: ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଆସିବା ପରେ ଏହା ଏବେ ଅନ୍ୟ ଦେଶକୁ ବି ବ୍ୟାପି ସାରିଲାଣି । ଭାରତରେ ଏମିତି...

୫ରେ ଭାରତ ଆସିବେ ହାସିନା

ନୂଆଦିଲ୍ଲୀ,୧ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ୫ରେ ଭାରତ ଆସିବେ। ହାସିନା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଗୁରୁବାର ବହିର୍ବ୍ୟାପାର...

ଉପରାଷ୍ଟ୍ରପତିଙ୍କ ନାତୁଣୀ ବିବାହ ଭୋଜିରେ ନିଲମ୍ବିତ ଏମ୍‌ପି

ନୂଆଦିଲ୍ଲୀ,୨୧।୧୨: ରାଜ୍ୟ ସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ଜଣ ଏମ୍‌ପି ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସରକାରୀ ବାସ ଭବନରେ ଆୟୋଜିତ ଏକ...

ପ୍ରଚାର ସାରି ଫେରୁଥିବାବେଳେ ପ୍ରାର୍ଥୀଙ୍କୁ ଗୁଳିମାଡ

ପାଟନା,୬।୧୧: ବିହାର ବିଧାନସଭା ନିବାର୍ଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ହାୟାଘାଟ ନିର୍ବାଚନ ମଣ୍ଡଳୀର...

୧୦ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା, ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୦।୫ : ଦେଶର ୧୦ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ଅଧିକ ସମୟ ମାଗିଛନ୍ତି। ସୋମବାର କେନ୍ଦ୍ର...

ଟ୍ରାଫିକରେ ଫଶିଲେ କ୍ରିୟୁ ମେମ୍ବର: ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ,୧୯।୧୨: ସାରା ଦେଶରେ ଗୁରୁବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଏଠାରେ ଅଧିକାଂଶ...

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ...

ଜେଲରେ ଥିବା ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର

ନୂଆଦିଲ୍ଲୀ,୪।୧୦: ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ଉଭୟ ଏବେ ଜେଲରେ ବନ୍ଦୀ...

Advertisement
Archives

Model This Week