କଷ୍ଟ ସମୟ

ସମ୍ପାଦକୀୟ/ତଥାଗତ ସତପଥୀ
ଗଣତନ୍ତ୍ର ଉପରେ ଯେତେବେଳେ ଚାପ ବୃଦ୍ଧି ପାଉଛି, ସେତେବେଳେ ଗଣମାଧ୍ୟମର ଗୁରୁତ୍ୱ ମଧ୍ୟ ବଢୁଛି। ଏହା ସତ୍ୟ ଯେ, ୧୯୪୭ ମସିହାଠାରୁ ଆଜି ପର୍ଯ୍ୟନ୍ତ ଭାରତ ସଫଳତାର ସହ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ହୋଇଆସୁଛି। ସେହି ସମୟରୁ ଜନସଂଖ୍ୟା ଓ ତା’ ସହ ତାଳମିଳାଇ ଦାରିଦ୍ର୍ୟ ବୃଦ୍ଧି ପାଉଥିବାରୁ ସରକାରୀ ଲଲିପପ୍‌ ସାଧାରଣ ଲୋକଙ୍କ ପାଇଁ ଅତ୍ୟଧିକ ଗୁରୁତ୍ୱ ବହନ କଲାଣି। ୫ବର୍ଷରେ ଥରେ ଭୋଟ ଦେଇ ଯଦି ବସିଖାଇବାର ସୁଯୋଗ ମିଳେ, ତେବେ ତାହା ଭାରତୀୟଙ୍କ ପାଇଁ ଅତ୍ୟନ୍ତ ସ୍ବାଗତଯୋଗ୍ୟ ହେଉଛି। ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ପରସ୍ପରକୁ ସମାଲୋଚନା କରୁଥାଇପାରନ୍ତି, କିନ୍ତୁ ଆଜି ଦେଶବ୍ୟାପୀ ସବୁ ଦଳର ଗୋଟିଏ ଲକ୍ଷ୍ୟ- ଭୋଟ୍‌ରେ ଜିତିବା। ସେଥିପାଇଁ କୌଣସି ଦୀର୍ଘମିଆଦୀ ପ୍ରଭାବ ପକାଇବା ଭଳି ଅର୍ଥନୈତିକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇବାକୁ କେହି ମନ ବଳାଉନାହିଁ। କଂଗ୍ରେସ ଯେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଆରମ୍ଭ କଲା, ତାହାକୁ ଭାଜପା ତାଚ୍ଛଲ୍ୟ କରୁଥିଲା। ହେଲେ କ୍ଷମତାକୁ ଆସିବା ପରେ ଭାଜପା ସେହି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଖୁସିରେ ଆପଣାଇ ନେଲା। କଂଗ୍ରେସ ବୁଦ୍ଧିରେ ଜନ୍ମିତ ଆଧାର କାର୍ଡକୁ କାର୍ଯ୍ୟକାରୀ କରାଇବା ପାଇଁ ମନମୋହନ ସିଂଙ୍କ ସରକାର ନୈତିକ ବଳର ଅଭାବ ହେବା ସହିତ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁ କରିବାର ଦୃଢ଼ତା ଦେଖାଇ ନ ଥିଲା। ସେହି ଚିନ୍ତାଧାରାରେ କୌଣସି ପରିବର୍ତ୍ତନ ଆଣିବା ସ୍ଥଳେ, ଆଜିର ଭାଜପା ସରକାର ତାହାକୁ ଅଧିକ ତ୍ୱରାନ୍ବିତ କରିଦେଲା। ଆଜି ପର୍ଯ୍ୟନ୍ତ ସେହି ଜିଏସ୍‌ଟି ଫର୍ମ ପୂରଣ କରିବାକୁ କ୍ଷୁଦ୍ର ବ୍ୟବସାୟୀ ହଇରାଣ ହେଉଥିବାବେଳେ ଆଧାର କାର୍ଡ ସଂଯୋଗ କରାଇ ନ ପାରି ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରୁ ଅନେକ ନାଗରିକ ବଞ୍ଚତ୍ତ ହେଉଛନ୍ତି। କେବଳ ଏତିକି ନୁହେଁ, ଏଭଳି ପ୍ରାୟ ସବୁ କାର୍ଯ୍ୟକ୍ରମକୁ ଦେଖିଲେ ନୂତନ ଚିନ୍ତାଧାରା କାହାରି ପାଖରେ ଜନ୍ମୁନାହିଁ। ନିଜସ୍ବ କାର୍ଯ୍ୟକ୍ରମ ଭାବେ ଯଦି ଦେଖାଯାଏ, ତେବେ ଭାଜପାର ବାହାଦୁରି ବିମୁଦ୍ରୀକରଣ। କଳାଧନ ଲୋପପାଇବା ଦୂରେ ଥାଉ, ସେହି ଗୋଟିଏ ରାଜନୈତିକ ପଦକ୍ଷେପ ଦେଶର ଅର୍ଥନୀତିକୁ ଭୁଶୁଡ଼ାଇ ଦେଇଛି।
ଏହା ସତ୍ୟ ଯେ, ଆଜି ଭାରତର ଗଣମାଧ୍ୟମ ଉପରେ ପ୍ରବଳ ଅର୍ଥନୈତିକ ଚାପ ପଡୁଛି। ପ୍ରତ୍ୟେକ ଖବରକାଗଜ ଏବଂ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମର ବ୍ୟବହାର ଉପରେ କଡ଼ା ନଜର ରଖାଯାଉଛି। ଏପରି କି ସରକାରୀ କର୍ମଚାରୀଙ୍କ ଦ୍ୱାରା ସିଧାସଳଖ ଧମକ ମଧ୍ୟ ଦେଶବ୍ୟାପୀ ଗଣମାଧ୍ୟମ ଉପରେ ଦିଆଯାଉଛି। ‘ରାଜସ୍ଥାନ ପତ୍ରିକା’ ନାମକ ଏକ ବୃହତ୍‌ ହିନ୍ଦୀ ଖବରକାଗଜର ଉଦାହରଣ ଅନ୍ୟତମ। ‘ଧରିତ୍ରୀ’ ଭଳି ସେହି କାଗଜର ବିଜ୍ଞାପନକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ପିସିଆଇ)ର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିବାରୁ ‘ରାଜସ୍ଥାନ ପତ୍ରିକା’କୁ କିଛିଟା ବିଜ୍ଞାପନ ମିଳୁଛି। ସେହି ଖବରକାଗଜକୁ ବାରମ୍ବାର ତାଗିଦ ହେଉଥିବା ବିଷୟ ତାହାର ଓକିଲ ପିସିଆଇକୁ ଜଣାଇଥିଲେ। ଯୁକ୍ତି ବାଢ଼ି ଓକିଲ କହିଥିଲେ ଯେ, ରାଜ୍ୟର ତତ୍କାଳୀନ ଭାଜପା ସରକାର ସମେତ କେନ୍ଦ୍ରର ଭାଜପା ସରକାରର ବୁକ୍‌ଚାବୁହା ନ ହେବାରୁ ଆର୍ଥିକ ଚାପ ପକାଇବାକୁ ସର୍ବୋଚ୍ଚ କାର୍ଯ୍ୟାଳୟରୁ ଅଲିଖିତ ନିର୍ଦ୍ଦେଶ ଥିଲା। କେବଳ ‘ରାଜସ୍ଥାନ ପତ୍ରିକା’ ନୁହେଁ, ଭାରତର ଅନେକ ଜାତୀୟ ସ୍ତରର ଇଂଲିଶ ଓ ଅନ୍ୟ ଆଞ୍ଚଳିକ ଭାଷାର ଗଣମାଧ୍ୟମ ଉପରେ ଏହିଭଳି ଚାପ ପଡ଼ୁଛି।
ଅର୍ଥନୀତି ଯେତେବେଳେ ଦୁର୍ବଳ ହେଉଛି, ସେତେବେଳେ ସାଧାରଣ ଗରିବ ନାଗରିକର ମନରେ ଉଲ୍ଲାସ ଜନ୍ମ ନେଉଛି। ସେହି ଗରିବ ଭାରତୀୟ ଭାବୁଛି ଯେ, ଅନ୍ୟମାନେ ତା’ଭଳି କଷ୍ଟ ପାଇବା ଦରକାର। କିନ୍ତୁ ଦେଶର ଭବିଷ୍ୟତକୁ ଭାବିଲେ ଜନସାଧାରଣଙ୍କ ନିର୍ଭରଶୀଳତା ସରକାରୀ ଯୋଜନା ଉପରେ ଯେତେ ବୃଦ୍ଧି ପାଇବ, ଭାରତର ଭବିଷ୍ୟତ ସେତିକି ଅନ୍ଧକାରମୟ ହେବ। ଇଂଲିଶରେ ଢଗ ଅଛି ଯାହାର ଅର୍ଥ ହେଲା ‘ଆମର ବର୍ତ୍ତମାନ ପୂର୍ବପୁରୁଷଙ୍କ ଗତକାଲିଠାରୁ ଆସିନାହିଁ। ବରଂ ଆମର ଆଜିକୁ ଭବିଷ୍ୟତ ପିଢ଼ିଠାରୁ ଧାର ମାଗି ଆଣିଛୁ।’ ଏଥିରୁ ବୁଝିବାକୁ ହେବ ଯେ, ଆସନ୍ତାକାଲି ପିଢ଼ିର ଆର୍ଥିକ ସ୍ବଚ୍ଛଳତା ଆଣିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କୁ ସରକାର ପରିବର୍ତ୍ତେ ନିଜର ବୁଦ୍ଧି ଓ ପରିଶ୍ରମରେ ସ୍ବାବଲମ୍ବୀ ହେବାକୁ ପଡ଼ିବ। ଏକ ସୁସ୍ଥ ଆଧୁନିକ ଗଣତାନ୍ତ୍ରିକ ସରକାର ନାଗରିକର ଏହି ମନୋଭାବ ବୃଦ୍ଧି କରାଇ ସହଯୋଗ କରିବା ଉଚିତ ହୁଅନ୍ତା। ପୃଥିବୀର ଅବିକଶିତ ଦେଶଗୁଡ଼ିକରେ ସେହି ଦିଗରେ କାର୍ଯ୍ୟ କରାଯାଉଥିବା ବେଳେ ଭାରତରେ ଏହାର ଓଲଟା ଲକ୍ଷଣ ପରିଲକ୍ଷିତ ହେଉଛି। ଏହାର ଅନେକ ମୂଳ କାରଣ ଥିବାବେଳେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଉଲ୍ଲେଖ କରାଯାଇପାରେ। ଆମ ଦେଶର ଭୋଟର ବିଭିନ୍ନ ଚକ୍‌ମା ଦେଖି ଭୋଟ ଦେଉଥିବାବେଳେ କେହି ରାଜନେତାଙ୍କୁ ସ୍ପଷ୍ଟ ଅର୍ଥନୈତିକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିବାକୁ ଚିନ୍ତା କରୁନାହାନ୍ତି। ଫଳରେ ବିଗତ କେତୋଟି ନିର୍ବାଚନକୁ ଦେଖିଲେ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ଛଡ଼ା ରାଜନୈତିକ ଦଳଗୁଡ଼ିକ ଅର୍ଥନୀତି ସମ୍ପର୍କରେ କାଣି ଆଙ୍ଗୁଠିଟିଏ ଉଠାଉନାହାନ୍ତି।
ଧରିତ୍ରୀର ୪୬ତମ ଜନ୍ମଦିବସରେ ଆମର ପାଠିକାପାଠକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସେମାନଙ୍କ ସମସ୍ତଙ୍କ ବ୍ୟକ୍ତିଗତ ଓ ଅର୍ଥନୈତିକ ଉନ୍ନତି କାମନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri