କଷ୍ଟ ଦେଉଛି କଟକଣା

ବଅଁରପାଳ, ୧ା୪(ଉପେନ୍ଦ୍ର ରାଉତ) – ଦୈନିକ କିଛି ରୋଜଗାର କଲେ ଚୁଲି ଜଳୁଥିଲା। ଛୁଆପିଲାଙ୍କ ପେଟକୁ ଦାନା ଯାଉଥିଲା। ହେଲେ ଏବେ କରୋନା କଟକଣା ଜୀବନକୁ କଷ୍ଟକର କରିଦେଇଛି। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ହାଟ, ବଜାର ବନ୍ଦ ଥିବାରୁ ହାତ ବାନ୍ଧି ବସିବାକୁ ପଡୁଛି। ଏମିତି ଭୋକ ଦୁଃଖରେ ଆମ ଦିନ କଟୁଥିବା କହିଛନ୍ତି ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ ସିତୁରାସାହି ବାସିନ୍ଦା।
ସାହିର ପ୍ରାୟ ୫୦ ପରିବାର ପନିକି, ଚଟୁ, କଡେଇ, ବାକ୍ସ ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳାନ୍ତି। କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସପ୍ତାହେ ହେଲା ସେମାନେ ଅସହାୟ ହୋଇପଡ଼ିଛନ୍ତି। ବଜାର ବନ୍ଦ ରହିଥିବାରୁ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନାହିଁ। ରୋଜଗାରର ବାଟ ବନ୍ଦ ହୋଇଯାଇଥିବାରୁ କେମିତି ଖାଇବା ଯୋଗାଡ଼ କରିବେ ତାହାକୁ ନେଇ ଚିନ୍ତାର ପଡ଼ିଛନ୍ତି। ଏପରି କି ରାଶନ କିଣିବାକୁ କାହା ପାଖରେ ଟଙ୍କା ନାହିଁ। କିଏ ଗଣ୍ଡେ ଖାଇବାକୁ ଦେଲେ ପିଲାଙ୍କ ପେଟ ପୂରୁଛି ନ ହେଲେ ନାହିଁ। ଏମିତି ଅବସ୍ଥାରେ ସରକାର କିଛି ସାହାଯ୍ୟ କରିବାକୁ ସାହିର ମାଧବ ପ୍ରଧାନ, କୁମର ଦେହୁରୀ, ପ୍ରମିଳା ପୂର୍ତ୍ତି ପ୍ରମୁଖ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ସେମାନଙ୍କ ପରିସ୍ଥିତି ନେଇ ଖବର ନ ଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରି ସବୁ ସୁବିଧା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଟବଣା ଭାଲୁକୁ ଜଗିଛି ବନ ବିଭାଗ

ସଜନାଗଡ଼, ୩।୩(ଡି.ଏନ.ଏ.)-ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ଜନବସତି ଆଡକୁ ପଶିଆସୁଛନ୍ତି। ସୋମବାର ରାତିରେ ଏକ ମା’ ଭାଲୁ ସହିତ ଶାବକ ଭାଲୁ ନୀଳଗିରି ଉପଖଣ୍ଡ ଅଧୀନ...

କଟକର ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ଅଫିସ, ୧।୨:କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲ ‘ସନ୍’‌ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। କିମ୍ବା...

ବସ୍‌ ଦୁର୍ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ସୋର ବସ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି  ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମର୍ମନ୍ତୁଦ...

ସରୁନି ହଳଦିଆ ପୋଲ ନିର୍ମାଣ

ବାଲେଶ୍ୱର ଅଫିସ, ୮।୮:  ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ...

ଭଙ୍ଗାଘରେ ଜୀବନ ବିତାଉଛନ୍ତି ନିଃସହାୟ ସୋଲି

ଶେରଗଡ଼,୧୧ା୬(ଡି.ଏନ୍‌.ଏ.)- ଶେରଗଡ଼ ଗ୍ରାମ କୈବର୍ତ୍ତ ସାହିର ସୋଲି ବେହେରା (୨୪)। ବିବାହର କିଛିବର୍ଷ ପରେ ସ୍ବାମୀ କେଉଁଆଡେ ଚାଲିଯିବାରୁ ସେ ବାପଘରକୁ ଫେରି ଆସିଥିଲେ। ମାତ୍ର...

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ...

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ...

ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ

ପଟ୍ଟାଙ୍ଗୀ,୩ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦ ଏଯାଏ ତୁଟିନାହିଁ।...

Advertisement
Archives

Model This Week