Posted inଖେଳ

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି। ଜାମସେଦପୁରଠାରେ ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦଳ ଜାମସେଦପୁର ଫୁଟବଲ ଏକାଡେମୀ (ଜେଏଫସି)କୁ ୨-୧ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବଦୁର ରହମନ ଓ ତୁଶାର ବାହାଦୂର ରଣା ଗୋଲ ଦେଇଥିଲେ। ଏହି ଦଳ ସୁପ୍ରସନ୍ନ ନାୟକ, ସୁଶାନ୍ତ ମହାନ୍ତି ଓ ଗୀତାଞ୍ଜଳି ଖୁଣ୍ଟିଆଙ୍କଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ। ଟିମ୍‌ ମ୍ୟାନେଜରଭାବେ ସେଶୁକାନ୍ତ ଛେତ୍ରୀ ଦଳସହ ଯାତ୍ରା କରିଛନ୍ତି। କେଏଫଏ ଏହାର ପରବର୍ତ୍ତୀ ମ୍ୟାଚ ୨୪ରେ ଧାନବାଦ ଫୁଟବଲ ଏକାଡେମୀ (ଡିଏଫଏ) ବିପକ୍ଷରେ ଖେଳିବ। ଏଥିରେ ଭାଗ ନେଇଥିବା ଫାଓ ଏକାଡେମୀ କିନ୍ତୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଛି। ଏହି ଦଳ ଧାନବାଦ ଫୁଟବଲ ଏକାଡେମୀଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି। ୨୪ ତାରିଖରେ ଫାଓ ଏହାର ପରବର୍ତ୍ତୀ ମ୍ୟାଚରେ ଜାମସେଦପୁର ଏଫସିକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି

ନୂଆଦିଲ୍ଲୀ,୧୮।୭: ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍ ୨୦୨୪-୨୫ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏଫସି ଇଥିଆଡ କ୍ଲବ୍(ଜୋର୍ଡାନ) ଏବଂ ଲାୟନ ସିଟି ସେଲର୍ସ ଏଫସି(ସିଙ୍ଗାପୁର) ସହିତ ଗ୍ରୁପ-ବି...

ରୋହିତଙ୍କ ପରେ ବିରାଟ ମାନିଲେ ଗମ୍ଭୀରଙ୍କ କଥା, ଏବେ ଖେଳିବେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ନୂତନ କୋଚ ଗୌତମ ଗମ୍ଭୀର ରୋହିତ ଶର୍ମାଙ୍କ ପରେ ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବାକୁ ବିରାଟ କୋହଲିଙ୍କୁରାଜି କରାଇଦେଇଛନ୍ତି। ଏହା ପୂର୍ବରୁ...

ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି….

ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ...

୨୪ ଘଣ୍ଟା ପରେ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଜାଣନ୍ତୁ କାହା ପଲ୍ଲା ଭାରି

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଜୁନ ମାସରେ ଖେଳାଯାଇଥିବା ୨୦୨୪ ଟି-୨୦ ବିଶ୍ୱକପ ଭାରତ...

ପାକିସ୍ତାନର ହୋଶ୍‌ ଉଡାଇବ ଭାରତ, ହାତରୁ ଚାଲିଯିବ….

ନୂଆଦିଲ୍ଲୀ,୧୮।୭: ଆଗାମୀ ୭୨ ଘଣ୍ଟା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ପାକିସ୍ତାନ ବଞ୍ଚିତ ହୋଇପାରେ। ୧୯ ରୁ ୨୨...

କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର...

ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!

ନୂଆଦିଲ୍ଲୀ,୧୮।୭: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କିଏ ହେବେ? ଏହି ପ୍ରଶ୍ନ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କିନ୍ତୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କୁ...

ଗମ୍ଭୀରଙ୍କ କଥା ରଖିଲେ ରୋହିତ ଶର୍ମା, ନେବେ ଏହି ଦାୟିତ୍ୱ

ନୂଆଦିଲ୍ଲୀ,୧୮।୭: ଜୁଲାଇ ୨୭ରୁ ଶ୍ରୀଲଙ୍କାରେ ଟିମ ଇଣ୍ଡିଆକୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ସିରିଜ ଏବଂ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିବାକୁ ପଡିବ। କିନ୍ତୁ ବିସିସିଆଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri