କଳାଗ୍ରାମ ‘କୁଞ୍ଜବନଗଡ’ ଲୋକାର୍ପିତ

ଦଶପଲ୍ଲା,୩ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲାର କୁଞ୍ଜବନଗଡକୁ ରାଜ୍ୟ ସରକାର ଲୋକକଳା ଗ୍ରାମର ମାନ୍ୟତା ଦେବା ପରେ ବୁଧବାର ଏକ ଉତ୍ସବରେ ଏହା ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଛି। ଉଦ୍‌ଘାଟକ ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ଜିଲାପାଳ ଡ. ପୋମା ଟୁଡୁ ମୁଖ୍ୟ ଅତିଥି ଓ ବନଖଣ୍ଡ ଅଧିକାରୀ ଧର୍ମରାଜ ଏଚ୍‌ଡି, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ୍‌ଏସି ଅଧ୍ୟକ୍ଷା ବବିତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କଣ୍ଟିଲୋ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପବିତ୍ର ମୋହନ ସୁବୁଦ୍ଧି ମୁଖ୍ୟବକ୍ତା ଭାବେ ଯୋଗଦେଇ ଦଶପଲ୍ଲାର ସାରସ୍ବତ କଳାକାରମାନଙ୍କୁ ସରକାର ସ୍ବୀକୃତି ପ୍ରଦାନ କରିଥିବାରୁ ଏ ମାଟି ଧନ୍ୟ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁଞ୍ଜବନଗଡର ମହାବୀର ତୋରଣ ନିକଟରୁ କଳାକାରମାନେ ଏକ ଶୋଭାଯାତ୍ରାରେ ବାହାରି ସଭା ମଞ୍ଚକୁ ଆସିଥିଲେ। ଏହି ଅବସରରେ ୩ଜଣ ପ୍ରତିଭା ରାମ ନାଟକର ଗୁରୁ ଲକ୍ଷ୍ମୀଧର ଦାଶ, ଯୁବ ସଂଗ୍ରାହକ ଅନିଲ୍‌ କୁମାର ସାହୁ ଓ ପଟ୍ଟଚିତ୍ର ଶିଳ୍ପୀ ସଞ୍ଜିତ୍‌ କୁମାର ମହାପାତ୍ରଙ୍କୁ ମୁଖ୍ୟଅତିଥି ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ୧୪ଟି ଦଳ ନାମ ସଂକୀର୍ତ୍ତନ, ମାଳିସାହିର ଉଦଣ୍ଡ ନୃତ୍ୟ, ସଂଘ ବାଦ୍ୟ, ସ୍କୁଲ ପିଲାଙ୍କ ଆଦିବାସୀ ନୃତ୍ୟ, ଭିନ୍ନକ୍ଷମ ଅନୁଷ୍ଠାନର ଦାସକାଠିଆ ଓ ପାଲା ପ୍ରଦର୍ଶିତ ହୋଇଥିଲା। ଶେଷରେ ଦଶପଲ୍ଲା ପ୍ରସିଦ୍ଧ ରାମନାଟକର ବିରାୟୁଧ ବଧ ଓ ସୀତା ହରଣ ପ୍ରସଙ୍ଗ ଦର୍ଶକଙ୍କୁ ବିମୋହିତ କରିଥିଲା। ଜିଲା କଳାକାର ଓ ସଂସ୍କୃତି ସଂଘ ଉପସଭାପତି ତଥା ସଙ୍ଗୀତଜ୍ଞ ଶରତ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ତହସିଲଦାର ପ୍ରମୋଦ କୁମାର ଦଳବେହେରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?