କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ ରହିଛି। ୩ ଘଣ୍ଟା ବ୍ୟାଟେରୀ ଚାର୍ଜ ହେଲେ ୪୦ କି.ମି. ପର୍ଯ୍ୟନ୍ତ ଯାଉଛି। ମୋବାଇଲ ଚାର୍ଜ କରିବାର ମଧ୍ୟ ସୁବିଧା ଅଛି। ଏହାକୁ ବ୍ୟବହାର କଲେ ପରିବେଶ ପ୍ରଦୂଷିତ ହେବ ନାହିଁ। ଖର୍ଚ୍ଚ ମଧ୍ୟ କମ୍‌ ରହିବ। ଏଥି ପାଇଁ ନୂଆ ମୋଟର ଯାନ ଆଇନ ପ୍ରଯୁଜ୍ୟ ନୁହେଁ। ପୁଣି ହେଲମେଟ୍‌ ଆବଶ୍ୟକତା ନାହିଁ। ଏହାକୁ ତିଆରି କରିଛନ୍ତି ଖୋର୍ଦ୍ଧା ବ୍ଲକ ହଳଦିଆ କଲେଜରେ ପଢୁଥିବା ବେଗୁନିଆ ବ୍ଳକ କଣ୍ଟାବାଡ ଗ୍ରାମର ଛାତ୍ର ରାକେଶ କୁମାର ଦାସ।
ପିଲାଟି ଦିନରୁ କିଛି ନୂଆ କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ ରାକେଶ। ତେବେ ସମୟ ସହଯୋଗ ଦେଉ ନ ଥିଲା। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିଲେ। କିଛି ଦିନ ପରେ ତାଙ୍କ ମନରେ ଉଦ୍ଭାବନର ଚିନ୍ତା ଉଙ୍କି ମାରିଥିଲା। ବୈଦ୍ୟୁତିକ ଉପକରଣକୁ ନେଇ ନୂଆ କିଛି କରିବାର ନିଶାରେ ବ୍ୟାଟେରୀଚାଳିତ ସାଇକେଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଲେଜର ସହପାଠୀମାନେ ତାଙ୍କୁ ସହଯୋଗର ହାତ ବଢ଼ାଇ ଉତ୍ସାହିତ କଲେ। ତାଙ୍କୁ ପରିବାରର ସମର୍ଥନ ମଧ୍ୟ ମିଳିଲା। ୧ ମାସର ପରିଶ୍ରମ ପରେ ସେ ସଫଳତା ପାଇଲେ। ୩ ହଜାର ଟଙ୍କାର ସାଇକେଲରେ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା କରାଗଲେ ସାଇକେଲ ବାଇକ ପରି ଦୌଡୁଛି। ଯଦି ବ୍ୟାଟେରୀ ସରିଯିବ ତା’ହାଲେ ଚିନ୍ତା କରିବାର କିଛି ନାହିଁ। ପେଡାଲ ମାରି ସାଇକେଲ ଚଳାଇ ହେବ। ସାଇକେଲରେ ୧୨ ଭୋଲ୍ଟର ୨ଟି ଲିଥିୟମ ଆୟନ ବ୍ୟାଟେରୀ ସହ ୨୫୦ ଓ୍ବାଟର ଗିୟର ମୋଟର, ହେଡ୍‌ ଲାଇଟ୍‌, ହନର୍ର୍, ଆକ୍ସିଲେଟର, ବ୍ରେକ ଲାଗିଛି। ଏହି ସାଇକେଲ ପାଇଁ ରାକେଶଙ୍କ ଖୁସି କହିଲେ ନ ସରେ। ସହପାଠୀ, ଗ୍ରାମବାସୀ ଓ ପରିବାର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସାଇକେଲ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି। ଆଗକୁ ସାଇକେଲରେ ବ୍ୟାଟେରୀ ବଦଳରେ ସୋଲାର ବ୍ୟବହାର କରିବେ, ଏଥିପାଇଁ ଅର୍ଥ ବାଧକ ହେଉଥିଲେ ମଧ୍ୟ ସେ ଅଟକିଯିବେ ନାହିଁ ବୋଲି ରାକେଶ କହିଛନ୍ତି। ତେବେ ସରକାରୀ ସହାୟତା କିମ୍ବା କୌଣସି ସଂସ୍ଥା ପକ୍ଷରୁ ପ୍ରୋତ୍ସାହନ ମିଳିଲେ ତାଙ୍କ ସ୍ବପ୍ନ ସହଜରେ ସାକାର ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ଚେକିଂ ବେଳେ ୧.୩୦ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ ଅଫିସ, ୨୭।୧୦: ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବୁଧବାର ମାସ୍କ ଚେକିଂ ସମୟରେ ରାନ୍ଦିଆ ନିକଟରୁ ୧ କିଲୋ ୩୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି।...

ଶୀତ ଅଧିବେଶନ ଲାଗି ଆଜିଠୁ କରୋନା ପରୀକ୍ଷା

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଗତଥର ମୌସୁମୀ ଅଧିବେଶନ...

CORONAVIRUS UPDATE: ଆଉ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ଛୁଇଁଲା୧୨୮

ଭୁବନେଶ୍ୱର,୩୦।୪:(ବ୍ୟୁରୋ)- ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ୩ ପଜିଟିଭ୍...

ବୀର ସୁରେନ୍ଦ୍ର ସାଏ: ଇଂରେଜଙ୍କ ବିରୁଦ୍ଧରେ ୨୦ ବର୍ଷର ଲଢ଼େଇ,୩୬ ବର୍ଷକାଳ କାରାଗାର…

ବୀର ସୁରେନ୍ଦ୍ର ସାଏ ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ...

ଉପନିର୍ବାଚନକୁ ନେଇ ସରଗରମ ରାଜନୀତି: କାହାକୁ ପ୍ରାର୍ଥୀ କରିବେ ୩ ଦଳ

ଭୁବନେଶ୍ୱର,୩।୯(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ଆଉ ମାସେ ରହିଲା। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ସୋମବାର ଉପ ର୍ନିବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ...

୩ କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ୩ଟି...

Advertisement
Archives

Model This Week