କଲମପୁର ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲମପୁର,୩୧।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କଲମପୁର ବ୍ଲକ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଲମପୁର ବିଡିଓ ହେମ ସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ ପଞ୍ଚାୟତରୁ ବହୁ ଭିନ୍ନକ୍ଷମ ଉପସ୍ଥିତ ଥିଲେ। ଅନଲାଇନ ମାଧ୍ୟମରେ ୩୭୩ ଜଣ ଭିନ୍ନକ୍ଷମ ଫର୍ମ ଆବେଦନ କରିଥିଲେ । ୧୨୭ ଜଣଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ୯୦ ଜଣ ହିତାଧିକାରୀ ନୂତନ ଭବେ ଅନଲାଇନ କରିଥିବା ବେଳେ ବସ ଏବଂ ଟ୍ରେନ ପାସ୍‌ ପାଇଁ ୨୭ ଜଣ ଆବେଦନ କରିଥିଲେ । ପେନସନ ପାଇଁ ୧୦ ଜଣ ଆବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୨୯ ଜଣ ଏବଂ କର୍ମନିଯୁକ୍ତି ଆବେଦନ ପାଇଁ ୨୫ ଜଣ ଆବେଦନ କରିଛନ୍ତି । କାର୍ଯ୍ୟକ୍ରମରେ ମଣ୍ଡଳ ଗ୍ରାମ ପଞ୍ଚାୟତ ଲାଟିଗାଁର ରାଜ ଝାଙ୍କରକୁ ଗୋଟିଏ ହ୍ୟୁଲ ଚେୟାର ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଜିଲା ଚିକିତ୍ସାଳୟରୁ ବହୁ ବିଭାଗୀୟ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡା. ଏସକେ ପାଢ଼ୀ, ନିବେଦିତା ସାହୁ, ପିକେ ପଟ୍ଟନାୟକ, ପିକେ ପଣ୍ଡା, ବାଦଲ କୁମାର ପଟ୍ଟନାୟକ, ରମେଶ ଜେନା, ନିବାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଭୀମଭୋଇ ସାମର୍ଥ୍ୟ ଶିବିରରେ କଲମପୁର ବ୍ଲକ ସିଡିପିଓ ନିୟତିବାଲା ସୁରେନ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କରୁଣାକର ବାଗ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମଣ ହରିଜନ, ବରିଷ୍ଠ ରାଜସ୍ବ ସହାୟକ ଭ୍ରୁଷବ ନାଏକ, କନିଷ୍ଠ ସହାୟକ ରବୀନ୍ଦ୍ର ବେହେରା, ଶିକ୍ଷକ ବିନୋଦ ପଟ୍ଟନାୟକ, ଶିକ୍ଷକ ସୁବ୍ରତ ବେହେରା, ପ୍ରୋଗ୍ରାମ ସହାୟକ ପୂର୍ଣ୍ଣଚନ୍ଦ୍ର ମାଝି, ଅଫିସର ନାୟକ, ରାଜେନ୍ଦ୍ର ରାଉତ, ଜଗନ୍ନାଥ ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲଡୁଗାଁରେ ଖରିଫ ମଣ୍ଡି ଉଦ୍‌ଘାଟିତ

କୋକସରା,୨୨।୧୧(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମଣ୍ଡି ଶୁଭାରମ୍ଭ ହୋଇଛି । ଲଡୁଗାଁ ନିୟନ୍ତ୍ରଣ ବଜାର କମିଟି ପ୍ରାଙ୍ଗଣରେ ଚାଷୀ କମିଟି ସଦସ୍ୟ, ପ୍ୟାକ୍ସ...

ପ୍ରବଳ ବର୍ଷା: ଦୁର୍ଗାପୂଜା,ମେଳା ଫିକା ପଡ଼ିିଲା

ବଡବିଲ,୮ା୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲରେ ଦୁର୍ଗାପୂଜା ଖୁବ ଜାକଜମକର ସହ ପାଳନ କରାଯାଇଥାଏ। ବିଶେଷ କରି ମାଟକାମବେଡାସ୍ଥିତ କଳିଙ୍ଗନଗରଠାରେ ପ୍ରଶସ୍ତ ଅଞ୍ଚଳରେ ପୂଜା ଅବସରରରେ ମେଳା...

ହାଟଡିହୀରେ ସ୍ବାଧୀନତା ଦିବସ

ହାଟଡିହୀ,୧୫ା୮(ସ୍ବ.ପ୍ର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର...

ସଚେତନ କଲେ ଡିଏସ୍‌ପି

ବନ୍ତଳା,୨୭।୩(ଡି.ଏନ.ଏ.):ବନ୍ତଳା ଥାନା ହମାମିର ଗ୍ରାମରେ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ଯୁବଗୋଷ୍ଠୀଙ୍କ ନେତୃତ୍ୱରେ ଏହାର ଆୟୋଜନ ହୋଇଥିବା ବେଳେ ଏଥିରେ ବନ୍ତଳା...

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାବ ପରୀକ୍ଷା

ଭଦ୍ରକ ଅଫିସ,୩୦।୪: ଭଦ୍ରକ ସହରରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯାଇଛି। ସହରର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏହି ସ୍ବାବ...

ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲିଲେ ଶିକ୍ଷୟିତ୍ରୀ : ଥାନାରେ ଦୋଷ ସ୍ବୀକାର ପରେ ସମାଧାନ

ବ୍ରହ୍ମପୁର ଅଫୁସ,୧୬ା୨-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀ ଗୃହରେ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ(ଲେଗିଙ୍ଗସ୍‌) ଶିକ୍ଷୟତ୍ରୀ ଖୋଲି...

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ...

Play 250+ Trending Games
Archives

Model This Week

Why Dharitri