କର୍ମଶାଳାରେ ହୋହଲ୍ଲା, ଅଧାରୁ ବନ୍ଦ

ବାରିପଦା ଅଫିସ,୨୪ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିିଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ବାରିପଦା ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପଠାରେ ସଭ୍ୟ ସଂଗ୍ରହ ଅଭିଯାନର କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ହୋହଲ୍ଲା ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଥିଲା।
ଜିଲା ସଭାପତି ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର(ଉତ୍ତର) ବିଧାୟକ ସୁୁଶାନ୍ତ ରାଉତ ଯୋଗଦେଇ କର୍ମୀ ତଥା ନେତୃବୃନ୍ଦଙ୍କୁ ସଭ୍ୟ ସଂଗ୍ରହ ଅଭିଯାନର କାର୍ଯ୍ୟଶୈଳୀ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହ ସମୟରେ ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତି ଦଳରେ କର୍ମୀମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ। ସଭ୍ୟ ସଂଗ୍ରହ ଅଭିଯାନ କିଛି ହାତ ଗଣତି ନେତା ନିଜ ହିସାବରେ କାର୍ଯ୍ୟ କରୁଛନ୍ତି। ଦଳର ପୁରୁଖା ନେତାମାନଙ୍କୁ ଦାୟିତ୍ୱ ଦିଆ ନ ଯାଇ ଅଳ୍ପ ଦିନ ହେବ ଦଳକୁ ଆସିଥିବା ନେତା ମାନଙ୍କୁ ଏହି ଦାୟିତ୍ୱ ଦିଆଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ ଅନ୍ୟ ନେତୃବୃନ୍ଦମାନେ ଅନୁରୁପ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏହା ବ୍ୟତୀତ ଜିଲାରେ କର୍ମୀଙ୍କୁ ଚିହ୍ନି ନ ଥିବା ନେତୃବୃନ୍ଦଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଉଥିବା ମଧ୍ୟ କର୍ମୀମାନେ ଅଭିଯୋଗ କରି ସଭା ସ୍ଥଳରୁ ବାହାରକୁ ଚାଲିି ଆସିଥିଲେ। ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଦଳୀୟ କାର୍ଯ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମୀ ଥିବା ସତ୍ତ୍ୱେ ଏଠାରେ କାର୍ଯ୍ୟକ୍ରମ ନ କରି ବାହାର ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଥିବା ଘଟଣାକୁ ମଧ୍ୟ କର୍ମୀମାନେ ବିରୋଧ କରିଥିଲେ। ଫଳରେ ସଭାକୁ ଅଧାରେ ବନ୍ଦ କରିବାକୁ ପଡିଥିଲା। ପରେ ସଭାରେ ଅଭିଯୋଗ କରିଥିବା ବିଜେଡି ନେତା ସୁଜିତ କୁମାର ମହାନ୍ତିଙ୍କ ସହିତ ପର୍ଯ୍ୟବେକ୍ଷକ ରାଉତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ। ଅନ୍ୟ ନେତୃବୃନ୍ଦମାନଙ୍କ ସହିତ ଆଲୋଚନା କରି ସମସ୍ତେ ମିଳିମିଶି ଦଳୀୟ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଉପଦେଶ ଦେଇଥିଲେ। ବୈଠକରେ ଜିଲା କାର୍ଯ୍ୟକାରୀ ସଭାପତି ଡା.ଦେବାଶିଷ ମାରାଣ୍ଡି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ଯୁବ ବିଜେଡିର ଉତ୍ତର ଓଡ଼ିିଶା ଜୋନ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଉପବାଚସ୍ପତିି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ମହିଳା ସଭାନେତ୍ରୀ ବୀଣାପାଣି ସାହୁ,ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମହିଳା ନେତ୍ରୀ ସମ୍ପା ମଜୁମଦାର ପ୍ରମୁଖଙ୍କ ସମେତ ଆଗଧାଡ଼ିର ନେତୃବୃନ୍ଦମାନେ ଉପସ୍ଥିତ ଥିଲେ। ସେହିପରି ଏହି କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡକାଯାଇଥିଲା। ମାତ୍ର ଖବର ସଂଗ୍ରହ ପାଇଁ କୌଣସି ବ୍ୟବସ୍ଥା କରା ନ ଯାଇ ସେମାନଙ୍କୁ ଅଣଦେଖା କରାଯାଇଥିଲା। ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?