କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ସିଲ୍‌ ହେଲା ବିଏସ୍‌ଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଲୋଧି ରୋଡ଼ର ଥିବା ବିଏସ୍‌ଏଫ୍‌ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଏହି ଖବର ଜଣାପଡ଼ିବା ପରେ ବିଏସଏଫ୍‌ର ମୁଖ୍ୟାଳୟର ୨ଟି ମହଲାକୁ ସିଲ୍‌ କରାଯାଇ ବିଶୋଧନ ପ୍ରକ୍ରିୟା ଜାରି ରହିଛି ବୋଲି ବିଏସ୍‌ଏଫ୍‌ର ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଲୋଧି ରୋଡରେ ଥିବା ସିଜିଓ ପରିସରରେ ବିଏସଏଫ୍‌ର ୮ମହଲା ବିଶିଷ୍ଟ ଅଟ୍ଟାଳିକା ରହିଛି। ବିଏସ୍‌ଏଫ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ୨ଟି ମହଲାକୁ ସିଲ୍‌ କରିଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ମେ’ ୩ରେ ସିଜିଓ ପରିସରରେ ଥିବା ସିଆର୍‌ପିଏଫ୍‌ ମୁଖ୍ୟାଳୟର ମଧ୍ୟ ୨ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଏହାପରେ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିଲା। ତେବେ ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଖୁବ୍‌ କମ୍‌ କର୍ମଚାରୀ କାର୍ଯ୍ୟରେ ଯୋଗଦେଉଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି।...

ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ରୂପାନୀ ଦେଲେ ଏମିତି ପ୍ରତିକ୍ରିୟା

ଗାନ୍ଧିନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ ରବିବାର ବିଧାନସଭା ଦଳର ଏକ...

ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ: ଅମିତ ମାଲବ୍ୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ ରହିଛି। ରାଜ୍ୟରେ ଭାଜପାର ସ୍ଥିତି ଧୀରେଧୀରେ ସୁଦୃଢ଼ ହେଉଛି। ଭାଜପା...

ଫେବୃୟାରୀରେ ଆସିବ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ, ୬ା୧୧:ଭାରତ ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହୋଇଛି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ...

ଘୁଞ୍ଚିଲା ୟୁପିଏସ୍‌ସି ପରୀକ୍ଷା: ଜୁନ୍‌ ୫ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର,୨୦ା୫(ବ୍ୟୁରୋ): କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ହେବାକୁ ଥିବା ସମସ୍ତ ପରୀକ୍ଷା ଓ ସାକ୍ଷାତ୍‌କାରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ତୃତୀୟ ପର୍ଯ୍ୟାୟ...

କଂଗ୍ରେସ ଏକ ‘କନଫ୍ୟୁଜ୍‌ ପାର୍ଟି’: ଶାହା

ଥିରୁଭାନନ୍ତପୁରମ୍‌,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ...

ଆସାମରେ ୧୯ ଲକ୍ଷ ୯୬ ହଜାର ଭୂତ ଅଙ୍ଗନଓ୍ବାଡ଼ି ହିତାଧିକାରୀ ଖାଉଛନ୍ତି ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ,୨୨।୯: ଦେଶରେ ଗର୍ଭବତୀ ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଲକ୍ଷ ଅଙ୍ଗନଓ୍ବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଦ୍ୱାରା ୧୦ କୋଟି ହିତାଧିକାରୀ ଉପକୃତ...

ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ...

Advertisement
Archives

Model This Week